ଗୀତ ଶୁଣିବାକୁ କାହାକୁ ବା ଭଲ ନ ଲାଗେ। ଏମିତି ବି କିଛି ଲୋକ ଅଛନ୍ତି ବିନା ଗୀତରେ ସେମାନେ କୈାଣସି କାମ କରିବାକୁ ପସନ୍ଦ କରନ୍ତି ନାହିଁ। ମୁଖ୍ୟ କଥା ହେଲା କି ଗୀତ ଶୁଣିବା ଅପେକ୍ଷା ଗୀତ ଗାଉଥିବା ଲୋକ ହେଉଛି ମୁଖ୍ୟ। ପୁଣି ଯଦି ସିଏ ବଲିଉଡ୍ ଏବଂ ପଞ୍ଜାବୀ ଗୀତର ଶ୍ରେଷ୍ଠ କଣ୍ଠଶିଳ୍ପୀ ହୋଇଥିବେ ତେବେ ତାଙ୍କ କଣ୍ଠର ଯାଦୁ ନ କହିବା ଭଲ। ସେ ଆଉ କେହି ନୁହଁନ୍ତି ସୁପରହିଟ ସିଙ୍ଗର ମିକା ସିଂ।
{"id":10445,"width":737,"height":553}
‘ସାବନ ମେ ଲଗ୍ ଗଇ ଆଗ୍’ ଗୀତରୁ କ୍ୟାରିଅର ଆରମ୍ଭ କରିଥିବା ମିକା ଏମିତି ଅନେକ ଗୀତ ଗାଇଛନ୍ତି ଯାହା ହିଟ୍ ହୋଇଛି। ବର୍ତ୍ତମାନ ମିକା ସିଂଙ୍କ ବୟସ ୪୦ ବର୍ଷ। ମାତ୍ର ସେ ଏବେ ପର୍ଯ୍ୟନ୍ତ ବିବାହ କରିନାହାନ୍ତି। ମାତ୍ର ଏବେ ସେ ଆଉ ଡେରି କରିବେ ନାହିଁ।
{"id":10446,"width":739,"height":380}
କାହିଁକି ନା ମିକା ସିଂ ଏକ ସାକ୍ଷାତକାରରେ ଫ୍ୟାନ୍ସଙ୍କୁ କହିଛନ୍ତି ଯେ, ସେ ଜଣେ ହଟ୍ ଏବଂ ସୁନ୍ଦରୀ ଅଭିନେତ୍ରୀଙ୍କ ସହିତ ବିବାହ ବନ୍ଧନରେ ବାନ୍ଧିବାକୁ ଯାଉଛନ୍ତି। ଦୁହେଁ ଖୁବ୍ ଜଳଦୀ ବିବାହ କରିବେ ଫ୍ୟାନ୍ସମାନଙ୍କୁ ଭରୋସା ଦେଇଛନ୍ତି। ‘ସନମ୍ ରେ’ ଚଳଚ୍ଚିତ୍ରରେ ଅଭିନୟ କରିଥିବା ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଉର୍ବଶୀ ରୈାତେଲାଙ୍କୁ ସେ ବିବାହ କରୁଛନ୍ତି ବୋଲି ମିକା କହିଛନ୍ତି।
{"id":10447,"width":739,"height":319}
ଆଶ୍ଚଯ୍ୟର କଥା ହେଲା କି ମିକା ସିଂଙ୍କ ଠାରୁ ପାଖାପାଖି ୧୭ ବର୍ଷ ଛୋଟ ଏହି ଅଭିନେତ୍ରୀ। ମାତ୍ର ଉର୍ବଶୀଙ୍କୁ ଏହି ସମ୍ପର୍କରେ ପଚରାଯିବାରୁ ସେ କହିଛନ୍ତି କି, ବର୍ତମାନ ସେ ବିବାହ କରିବେ ନାହିଁ। ତାଙ୍କ ଭାଇ ଭଉଣୀଙ୍କ ବାହାଘର ସରିବା ପରେ ସେ ବିବାହ କରିବେ ବୋଲି କହିଛନ୍ତି। ଏବେ ସେ କ୍ୟାରିୟର ପ୍ରତି ଧ୍ୟାନ ଦେବାକୁ ଚାହୁଁଛନ୍ତି, ଯେତେବେଳେ ସମୟ ଆସିବେ ସେ ନିଜେ ସମସ୍ତଙ୍କୁ କହିବେ ବୋଲି ଉର୍ବଶୀ କହିଛନ୍ତି।