PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

୧୧ଟି ଚାଇନା ମୋବାଇଲ ବ୍ରାଣ୍ଡ ବିରୋଧରେ ଗୁଇନ୍ଦା ଏଜେନ୍ସିର ଆଡଭାଇଜରୀ, ସୈନିକଙ୍କୁ ଫୋନ୍ ବଦଳାଇବାକୁ ପରାମର୍ଶ

ନୂଆଦିଲ୍ଲୀ,୮।୩: ଏଲଏସିରେ ଭାରତ ଓ ଚୀନ୍‌ରେ ଚାଲିଥିବା ବିବାଦ ଜାରି ରହିଛି। ଏହା ଭିତରେ ସେନା ଗୁଇନ୍ଦା ଏଜେନ୍ସି ପକ୍ଷରୁ ଭାରତୀୟ ସୈନିକଙ୍କୁ ଚୀନ୍‌ର ମୋବାଇଲ ଫୋନ୍ ବ୍ୟବହାର ନକରିବାକୁ ଏକ ଆଡଭାଇଜରୀ ଜାରି କରାଯାଇଛି। ସୈନିକଙ୍କୁ ସାବଧାନ ରହିବା ସହ ଚାଇନା ମୋବାଇଲ ବ୍ୟବହାର ନକରିବାକୁ କୁହାଯାଇଛି। ସିଏନ୍‌ଏନ୍ ନ୍ୟୁଜ୍‌ ୧୮ ଦ୍ବାରା ଆକ୍ସେନ କରାଯାଇଥିବା ଦସ୍ତାବିଜ ଅନୁସାରେ, ଲିଷ୍ଟରେ ଭାରତୀୟ ବଜାରରେ ଥିବା ୧୧ ଟି ପପୁଲାର ଚୀନ୍ ମୋବାଇଲ ବ୍ରାଣ୍ଡ ରହିଛି। ତାହା ଭିତରେ ଓ୍ବାନପ୍ଲସ୍‌ ମୋବାଇଲ, ଓପୋ ଓ ରିଏଲମି ରହିଛି। ଆଡଭାଇଜରୀରେ ‘ସୈନିକ ଓ ତାଙ୍କ ପରିବାର ଲୋକଙ୍କୁ ଭାରତ ପାଇଁ ଶତ୍ରୁତାପୂର୍ଣ୍ଣ’ ମନୋବୃତ୍ତି ରଖିଥିବା ଦେଶରେ ତିଆରି ହୋଇଥିବା ମୋବାଇଲ ଫୋନ୍ କିଣିବା କିମ୍ବା ବ୍ୟବହାର କରିବାଠାରୁ ଦୂରେଇ ରହିବା ଦରକାର ବୋଲି କୁହାଯାଇଛି।

ଘଟଣାକ୍ରମ ବିଷୟରେ ଜାଣିଥିବା ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ, ଏହା ପ୍ରଥମ ଥର ନୁହେଁ, ଯେତେବେଳେ ଏଭଳି ପରାମର୍ଶ ଦିଆଯାଇଛି।ଚୀନ୍ ମୋବାଇଲ ଆପ୍ଦ ଓ ଫୋନ୍‌ର ବ୍ୟବହାର ସମ୍ପର୍କିତ ଡାଟା ଉଲଂଘନ ଓ ବିପଦ ପ୍ରସଙ୍ଗ ପ୍ରଥମ ଥର ପ୍ରଥମ ଥର ୨୦୨୦ ରେ ସାମନାକୁ ଆସିଥିଲା। ଗଲଓ୍ବାନ ଘାଟି‌ରେ ସଂଘର୍ଷ ପରେ ଭାରତ ସରକାର ବହୁ ଚାଇନିଜ୍ ମୋବାଇଲ ଆପ୍‌ ଉପରେ ବ୍ୟାନ୍ ଲଗାଇ ଦେଇଥିଲେ, କିନ୍ତୁ ବିପଦ କେବଳ ଆପ୍‌ ପର୍ଯ୍ୟନ୍ତ ସୀମିତ ନଥିଲା। ବହୁ ବିଶେଷଜ୍ଞ ଏହି ଫୋନ୍‌ ସମ୍ପର୍କିତ ବିପଦ ଆଡକୁ ଇଶାରା କରିଥିଲେ, ଯାହାର ବ୍ୟବହାର ଗୁଇନ୍ଦାଗିରି କିମ୍ବା ସମ୍ବେଦନଶୀଳ ସୂଚନା ଏକାଠି କରିବାକୁ କରାଯାଉଛି।

ସମ୍ବନ୍ଧିତ ଖବର