PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ଓମ୍‌ଫେଡ କାର୍ଯ୍ୟାଳୟ ସମ୍ମୁଖରେ ଦୁଗ୍ଧ ଚାଷୀଙ୍କ ଧାରଣା: ରାସ୍ତାରେ ଢାଳିଲେ ୧୬ ଶହ ଲିଟର କ୍ଷୀର

ବାସୁଦେବପୁର, ୧୩ା୭(ଆପ୍ର): ଅପମିଶ୍ରିତ ଦୁଗ୍ଧ ଆମେ ରଖିବୁ ନାହିଁ । ବାରମ୍ବାର କହିବା ପରେ ଏପରି ଦୁଗ୍ଧ ଆପଣ କାହିଁକି ଆଣୁଛନ୍ତି ବୋଲି ବାସୁଦେବପୁର ବାମୁଲ ଶାଖା କର୍ମଚାରୀ କହିଥିଲେ । ଏତିକି କଥାରେ ରାଗି ଗଲେ ବିଭିନ୍ନ ସୋସାଇଟିର ସମ୍ପାଦକ । ପରେ ବାସୁଦେବପୁର ଓମଫେଡ୍‌ କାର୍ଯ୍ୟାଳୟ ପରିସରରେ ସେମାନେ ସଂଗ୍ରହ କରି ଆଣିଥିବା ୧୫ ଶହ ଲିଟର କ୍ଷୀର ଢାଳି ଦେଲେ । ଶୁକ୍ରବାର ରାତିର ଅସନ୍ତୋଷ । ଶନିବାର ଉଗ୍ର ରୂପ ନେଇଥିଲା । ସକାଳେ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ ଚାଷୀ ଓ ସମ୍ପାଦକମାନେ ।

ବାସୁଦେବପୁର ବାମୁଲ ଅଧୀନରେ ୧୮ଟି ଦୁଗ୍ଧ ସୋସାଇଟି ରହିଛି । ଏହି ଦୁଗ୍ଧ ସୋସାଇଟିଗୁଡ଼ିକରୁ ପ୍ରତିଦିନ ୨୫୦୦ ଲିଟର କ୍ଷୀର ବାସୁଦେବ ଓମଫେଡ କାର୍ଯ୍ୟାଳୟକୁ ଆସେ । ବିଭିନ୍ନ ସୋସାଇଟିର ସମ୍ପାଦକ ସବୁଦିନ କ୍ଷୀର ନେଇ ଏଠାରେ ବିକ୍ରି କରନ୍ତି । ଶୁକ୍ରବାର ରାତି ପ୍ରାୟ ୧୨ଟାରେ ସୋସାଇଟିଗୁଡ଼ିକର ସଂପାଦକମାନେ ପ୍ରାୟ ୨ ହଜାର ଲିଟର କ୍ଷୀର ନେଇ ଆସିଥିଲେ । ସେଥିରୁ ବାମୁଲ କାର୍ଯ୍ୟାଳୟରେ ଦେଉଳି ଓ ଗୁଆଗଡ଼ିଆ ସୋସାଇଟ୍‌ିରୁ ପ୍ରାୟ ୫ଶହ ଲିଟର ଗ୍ରହଣ କରିଥିବା ବେଳେ ଆଉ କ୍ଷୀର ନିଆଯିବ ନାହିଁ ବୋଲି ବିଭାଗୀୟ କର୍ମଚାରୀ କହିଥିଲେ ।

କର୍ମଚାରୀଙ୍କ କହିବା କଥା, କ୍ଷୀରରେ ୨୬% ଏଲ୍‌ଆର୍‌ ସହ ୮% ଛେନା ଭାଗ ରହିବା କଥା । ହେଲେ ଆଣିଥିବା ଦୁଗ୍ଧରେ ମାତ୍ର ୨୦/୨୧% ଏଲ୍‌ଆର୍‌ ରହୁଥିବା ବେଳେ ୭.୪% ଛେନା ଭାଗ ରହୁଛି । ଏଣୁ ଆମେ ତାହାକୁ ଗ୍ରହଣ କରି ନ ଥିଲୁ । କର୍ମଚାରୀଙ୍କ ଏଭଳି ନିଷ୍ପତ୍ତିକୁ ଚାଷୀମାନେ ବିରୋଧ କରିଥିଲେ । ରାତିରେ ଅଣାଯାଇଥିବା କ୍ଷୀରକୁ ଚାଷୀମାନେ ହୋହାଲ୍ଲା କରି ଢାଳି ଦେଇଥିଲେ । ଆଜି ସକାଳେ ଓମଫେଡ୍‌ କାର୍ଯ୍ୟାଳୟ ସମ୍ମୁଖରେ ପ୍ରାୟ ୩୦ରୁ ଊଦ୍ଧ୍ୱର୍ ଚାଷୀ ସମେତ ସୋସାଇଟି ସଂପାଦକମାନେ ପହଞ୍ଚି ବିଭିନ୍ନ ଦାବି ନେଇ ଧାରଣାରେ ବସିିଥିଲେ । ପରବର୍ତ୍ତୀ ସମୟରେ ଅନ୍ୟ ଏକ ସୋସାଇଟି୍‌ରୁ ଆସିଥିବା ୧୨୦ ଲିଟର କ୍ଷୀର ଆଣି ପୁଣି ରାସ୍ତାରେ ଢାଳି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ଧାରଣାସ୍ଥଳରେ ଚାଷୀମାନେ ଓମଫେଡ୍‌ରେ ଥିବା ସ୍ଥାନୀୟ କର୍ମଚାରୀଙ୍କ ବଦଳି ଦାବି କରିଥିଲେ । ସେହିଭଳି ଓମଫେଡ୍‌ କାର୍ଯ୍ୟାଳୟରେ କ୍ଷୀର ମାପିବା ଯନ୍ତ୍ର ବସାଇବାକୁ ଜିଦ୍‌ ଧରିଥିଲେ । କ୍ଷୀରର ଛେନା ଭାଗ ୭.୮% ରଖିବା ଭଳି ବିଭିନ୍ନ ଦାବି ରଖି ଚାଷୀମାନେ ଓମଫେଡ୍‌ କାର୍ଯ୍ୟାଳୟ ଏବଂ ବାମୁଲ୍‌ ତାଲିମ୍‌ ଓ ପ୍ରଶିକ୍ଷଣ କେନ୍ଦ୍ରକୁ ତାଲା ପକାଇବା ସହ ଧାରଣା ଦେଇଥିଲେ ।

କ୍ଷୀର ଫେରାଇ ଦେବା ସମ୍ପର୍କରେ ଦାୟିତ୍ୱରେ ଥିବା ଇନଚାର୍ଜ ବନିତା ନନ୍ଦ କହିଛନ୍ତି, ପ୍ରତିଦିନ କ୍ଷୀର ଅପମିଶ୍ରିତ କରାଯାଇ ଏଠାକୁ ଆଣାଯାଉଛି । ସେଥିପାଇଁ ଆମେ ବହୁବାର ସୋସାଇଟି୍‌ ସଂପାଦକମାନଙ୍କୁ ଅବଗତ କରାଇଛୁ । ହେଲେ ସେମାନେ ନ ଶୁଣିବାରୁ ବାଧ୍ୟ ହୋଇ ଏହି କ୍ଷୀର ଅନୁପଯୋଗ୍ୟ ହୋଇଥିବାରୁ ଆମେ ଗ୍ରହଣ କରିନ ଥିଲୁ । ସେ ଆହୁରି କହିଛନ୍ତି, ବିଭିନ୍ନ ସୋସାଇଟ୍‌ିକୁ ମଧ୍ୟ କ୍ଷୀରର ମାନ ମାପିବା ଯନ୍ତ୍ର ଦିଆଯାଇଛି । ସେମାନେ ଏହାର ମାନ ନ ମାପି ସିଧାସଳଖ ଚାଷୀଙ୍କଠାରୁ ଆଣି ଏଠାରେ ଦେଉଛନ୍ତି । ସେଥିପାଇଁ କ୍ଷୀରର ମାନ ଠିକ ରହୁ ନ ଥିବା ମଧ୍ୟ ବନିତା ଅଭିଯୋଗ କରିଛନ୍ତି । ଖବର ପାଇ ବାଲେଶ୍ୱର ବାମୁଲ ସାଧାରଣ ସଂପାଦିକା ରଶ୍ମିରେଖା ବିନ୍ଧାଣି, ବାସୁଦେବପୁର ଥାନାଧିକାରୀ ଉମାଶଙ୍କର ନାୟକ ଓ ବାମୁଲ୍‌ ବାଲେଶ୍ୱର ପ୍ଲାଣ୍ଟ ମ୍ୟାନେଜର ବିଶ୍ୱରଂଜନ ତ୍ରିପାଠୀ ପ୍ରମୁଖ ପହଞ୍ଚି ଚାଷୀଙ୍କ ସହିତ ଆଲୋଚନା କରିଥିଲେ । ପ୍ରତିଦିନ କ୍ଷୀର ସଂଗ୍ରହ ପାଇଁ ଜଣେ କର୍ମଚାରୀ ଦାୟିତ୍ୱ ନେବେ ବୋଲି ପ୍ରତିଶ୍ରୁତି ମିଳିବା ପରେ ଅପରାହ୍‌ଣ ୨ଟାରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।