ଭୁବନେଶ୍ୱର ୦୬/୦୧: ପିପିଲି ତେଇଶିପୁର ଛକ ନିକଟରେ ଦୁର୍ଘଟଣା। ଜଗନ୍ନାଥଙ୍କ ଦର୍ଶନ ପାଇଁ ଯାଉଥିବା ବେଳେ ଘଟିଲା ଅଘଟଣ। ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟରେ ପିଟିହେଲା ମିନ୍ ବସ୍। ଦୁର୍ଘଟଣାରେ ମହିଳାଙ୍କ ସମେତ ୬ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ ଜଣେ ଗୁରୁତର ହେଇଛନ୍ତି। ସ୍ଥାନୀୟଲୋକ ଓ ପୁଲିସ ପହଞ୍ଚି ସମସ୍ତ ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ମେଡିକାଲକୁ ପଠାଇଛନ୍ତି। ମିନ୍ ବସ୍‌କୁ  ଜବତ କରି ପୁଲିସ ତଦନ୍ତ ଆରମ୍ଭ କରିଛି। ୨୦ରୁ ଅଧିକ ଯାତ୍ରୀ ମଧ୍ୟପ୍ରଦେଶରୁ ପୁରୀ ବୁଲିବାକୁ ଆସିଥିବା ଜଣାପଡିଛି।

ସୂଚନା ଅନୁଯାୟୀ, ଆଜି ସକାଳେ ୨୦ରୁ ଅଧିକ ମଧ୍ୟପ୍ରଦେଶ ଯାତ୍ରୀଙ୍କୁ ନେଇ ମିନ୍ ବସ୍ ପୁରୀ ଅଭିମୁଖେ ଯାଉଥିଲା। ପିପିଲି ତେଇଶିପୁର ନିକଟରେ ମିନ୍ ବସ୍ ଉପରେ ନିୟନ୍ତ୍ରଣ ହରାଇଥିଲେ ଡ୍ରାଇଭର। ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ବିଦ୍ୟୁତ୍ ଖୁଣ୍ଟ୍‌କୁ  ଧକ୍କା ଦେଇଥିଲା। ଦୁର୍ଘଟଣାରେ ମିନି ବସ୍ର ସାମ୍ନାଭାଗ ସମ୍ପୂର୍ଣ୍ଣ ଭାଙ୍ଗି ଚୁର୍ମାର ହୋଇଯାଇଥିଲା। ଦୁର୍ଘଟଣାରେ ମହିଳାଙ୍କ ସମତେ ୬ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ ଜଣେ ଯାତ୍ରୀ ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପିପିଲ ପୁଲିସ ପହଞ୍ଚି ମିନ୍ ବସ୍‌କୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। କେଉଁ ପରିସ୍ଥିିତିରେ ଦୁର୍ଘଟଣା ଘଟିଲା କାରଣ ଖୋଜା ଚାଲିଛି।