ଭୁବନେଶ୍ୱର,୨୮ ।୧(ବ୍ୟୁରୋ): ଡା. ଅଭିନ୍ନ ଚନ୍ଦ୍ର ହୋମିଓପ୍ୟାଥି କଲେଜରେ ଆଜି ଏକ ମିନି ଫର୍ମାସୀ ଉଦ୍ଘାଟନ ହୋଇଛି । ଏହାସହ ରାଜ୍ୟ ଔଷଧ ପରୀକ୍ଷଣ ପ୍ରୟୋଗଶାଳାର ଭିତ୍ତିପ୍ରସ୍ତର ମଧ୍ୟ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ।
ମିନି ଫାର୍ମାସୀ ନିର୍ମାଣରେ ୩ କୋଟି ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ମିନି ଫାର୍ମାସୀ ସରକାରୀସ୍ତରରେ ଦେଶର ଦ୍ୱିତୀୟ ଫାର୍ମାସୀ । ହୋମିଓପ୍ୟାଥିକ୍ ଔଷଧ ପ୍ରସ୍ତୁତି କ୍ଷେତ୍ରରେ ଏହା ରାଜ୍ୟର ପ୍ରଥମ ସରକାରୀ ଉଦ୍ୟୋଗ । ପ୍ରାୟ ୨୦୦ ପ୍ରକାର ଔଷଧ ଏହି ଫାର୍ମାସୀରେ ପ୍ରସ୍ତୁତ ହୋଇପାରିବ । ରାଜ୍ୟର ପ୍ରାୟ ୫୫୦ ସରକାରୀ ହୋମିଓପ୍ୟାଥି ଚିକିତ୍ସାଳୟ ୪ ମେଡିକାଲ କଲେଜକୁ ଔଷଧ ଯୋଗାଇଛି । ଏହାର ଦକ୍ଷତା ବୃଦ୍ଧି ହେବା ପରେ ଅନ୍ୟ ରାଜ୍ୟକୁ ମଧ୍ୟ ଔଷଧ ଯୋଗାଇ ଦେବ । ସେହିପରି ରାଜ୍ୟ ଔଷଧ ପରୀକ୍ଷଣ ପ୍ରୟୋଗଶାଳାର ନିର୍ମାଣରେ ୧ କୋଟି ୨୬ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ଏହାଦେଶର ୨ୟ ଓ ରାଜ୍ୟର ପ୍ରଥମ ପ୍ରୟୋଗଶାଳ । ଏହି ପ୍ରୟୋଗଶାଳ କାର୍ଯ୍ୟକ୍ଷମ ହେଲେ ଆମ ରାଜ୍ୟ ସମେତ ଅନ୍ୟ ରାଜ୍ୟରେ ପ୍ରସ୍ତୁତ ହେଉଥିବା ହୋମିଓପାଥି ଔଷଧର ମାନ ଓ ଗୁଣ ପରୀକ୍ଷା ହୋଇପାରିବ । ରାଜ୍ୟର ଆୟୁଷ ଶିକ୍ଷା ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବ ବୋଲି ଶ୍ରୀ ଜେନା ଆଶାପୋଷଣ କରିଛନ୍ତି ।
ଏହି ସମାରୋହରେ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ବିଧାୟକ ବିଜୟ ମହାନ୍ତି, ଆୟୁଷ ନିର୍ଦ୍ଦେଶକ ଅଶ୍ୱନୀ କୁମାର ମିଶ୍ର ଓ ମେଡିକାଲ କଲେଜରେ ଅଧ୍ୟକ୍ଷ ସୁଧୀର କୁମାର ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

ଅଚଳାଚଳ ସମ୍ପତ୍ତିର ମାଲିକ ତେଲେଙ୍ଗାନାର ନୂଆ ମୁଖ୍ୟମନ...