PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

ମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାଡ଼: ଛାତିରେ ବାଜିଛି ଗୁଳି, ଗୁରୁତର ଅବସ୍ଥାରେ ନିଆଯାଉଛି ହସ୍ପିଟାଲ

ଭୁବନେଶ୍ବର,୨୯।୧: ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାଡ଼। ବ୍ରଜରାଜନଗର ଗାନ୍ଧି ଛକରେ ଗୁଳିମାଡ଼। ନବଙ୍କ ଛାତିରେ ମାଡ଼ ହେଇଛି ଗୁଳି। ଗୁରୁତର ଅବସ୍ଥାରେ ହସ୍ପିଟାଲକୁ ନିଆଯାଉଛି। ବିଜେଡି କାର୍ଯ୍ୟାଳୟର ଉଦଘାଟନ ପାଇଁ ଯାଉଥିବା ସମୟରେ ଏହି ଗୁଳିମାଡ ହୋଇଛି। ମନ୍ତ୍ରୀ ଗାଡିରୁ ଓହ୍ଲାଇବା ସମୟରେ ୩ ଜଣ ଦୁର୍ବୁତ୍ତ ୪-୫ ରାଉଣ୍ଡ ଗୁଳି କରିଥିବା ନେଇ ଚର୍ଚ୍ଚା ହେଉଥିଲା। ହେଲେ ପରେ ସ୍ପଷ୍ଟ ହୋଇଛି ଯେ ମନ୍ତ୍ରୀଙ୍କୁ ଜଣେ ପୋଲିସ ଏସଏସଆଇ ଗୁଳି କରିଛନ୍ତି। ଗାଡିରୁ ମନ୍ତ୍ରୀ ଓହ୍ଲାଇବା ବେଳେ କର୍ମୀମାନେ ତାଙ୍କୁ ଫୁଲମାଳା ଦେଇ ସମ୍ବର୍ଦ୍ଧନା ଦେଉଥିଲେ। ଠିକ୍ ଏହି ସମୟରେ ଅତର୍କିତ ଭାବରେ ପୋଲିସ ଏଏସଆଇ କରିଥିଲେ ଗୁଳିମାଡ଼। ଏହି ଘଟଣା ପରେ ପୋଲିସ ଏଏସଆଇଙ୍କୁ କାବୁ କରି ନିଆଯାଇଛି। ଏବେ ତାଙ୍କୁ ପଚରା ଉଚରା କରାଯାଉଛି। ଘଟଣାପରେ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଛି। କାରଣ ଏଭଳି ଏକ ଘଟଣା ଓଡିଶା ରାଜନୈତିକ ଇତିହାସରେ ପ୍ରଥମ।

ଅଚେତ ଅବସ୍ଥାରେ ମନ୍ତ୍ରୀଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ନେଇ ସୂଚନା ରହିଛି। ଏବେ ମନ୍ତ୍ରୀ ନବ ଦାସଙ୍କ ସ୍ଥିତି ଖୁବ୍ ଗୁରୁତର ଥିବାର ଜଣାପଡିଛି। ଉଲ୍ଲେଖନୀୟ ଯେ, ନିକଟରେ ନାସିକ ଶନି ସିଙ୍ଘନାପୁର ମନ୍ଦିରରେ ସପରିବାରେ ଗ୍ରହ ଶାନ୍ତି ପୂଜା କରିବା ସହ ୨ କେଜିର ସୁନା କଳସ ଦାନ କରିଥିଲେ।

ସମ୍ବନ୍ଧିତ ଖବର