PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ : ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ, ୨୦ରୁ ଅଧିକ ଚୁଲି ଭାଙ୍ଗି ଥିବା ସୂଚନା
  • ||
  • ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ: ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପାରିତ, ଆସିବ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ନୂଆଦିଲ୍ଲୀ; ଫୁଟ୍‌ ଉପରେ ବିମାନ କ୍ୟାବିନରେ ଦେଖିବାକୁ ମିଳିଲା ଧୁଆଁ; ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ସ୍ପାଇସଜେଟ୍‌
  • ||
  • ଭୁବନେଶ୍ୱର: ୪ରେ ଲଘୁଚାପ, ଆଜିଠୁ ବଢ଼ିବ ବର୍ଷା
  • ||
  • ଚୌଦ୍ୱାର : ଜଗା ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ବୋଲେରୋକୁ ପିଟିଲା ଟ୍ରକ: ଜଣେ ମୃତ, ୯ ଗୁରୁତର
  • ||
  • ପୁରୀ: ଦାରୁବ୍ରହ୍ମଙ୍କ ପତିତପାବନ ଯାତ୍ରା: ଆଜି ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବାରିପଦା: ଆଜି ଗଡ଼ିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥ, ସୁଭଦ୍ରାଙ୍କ ରଥକୁ ଟାଣିବେ ମହିଳା ଶ୍ରଦ୍ଧାଳୁ
  • ||
  • କଟକ: ଆଜିଠୁ ମିଳିତ ପୁଲିସ୍‌ ସେବା ପରୀକ୍ଷା, ୩୪ କେନ୍ଦ୍ରରେ ପରୀକ୍ଷା ଦେବେ ୨୯ ହଜାର ୬୪୪ ପରୀକ୍ଷାର୍ଥୀ
  • ||

ମନ୍ତ୍ରୀ ପଦରୁ ସିଙ୍ଗଲାଙ୍କୁ ବହିଷ୍କାର ପରେ ଏବେ ୨ ମନ୍ତ୍ରୀ ଓ  କିଛି ବିଧାୟକଙ୍କ ଉପରେ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତଙ୍କ ନଜର

 ଚଣ୍ଡିଗଡ, ୨୬।୫  ସ୍ବାସ୍ଥ୍ୟମନ୍ତ୍ରୀ  ବିଜୟ ସିଙ୍ଗଲାଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ପରେ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ  ମାନ ଏବେ ଆଉ ୨ ଜଣ ମନ୍ତ୍ରୀ ଏବଂ କିଛି ବିଧାୟକଙ୍କ ଉପରେ ନଜର ରଖିଛନ୍ତି। ସେମାନଙ୍କ ବିରୋଧରେ ଲଗାତାର  ଭଷ୍ଟ୍ରାଚାର ଅଭିଯୋଗ  ହୋଇ ଆସୁଛି।

ଯେଉଁଭଳି ଭାବରେ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ତାଙ୍କ  ଟିମ୍ ମାଧ୍ୟମରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ  ଦୁର୍ନୀତିକୁ ଲୋକଙ୍କ ସାମ୍ନାକୁ ଆଣିଛନ୍ତି  ଏଥିରୁ ଜଣାପଡୁଛି ଯେ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତଙ୍କ ଟିମ୍  ଅନ୍ୟ ମନ୍ତ୍ରୀଙ୍କ ଉପରେ ମଧ୍ୟ ନଜର ରଖିଛନ୍ତି। ସେଥିପାଇଁ ମନ୍ତ୍ରୀମାନେ ବର୍ତ୍ତମାନ ଅପରିଚିତ ଲୋକଙ୍କ ସହ କଥାବାର୍ତ୍ତା କରିବାକୁ ଦୂରେଇ ଯାଉଛନ୍ତି।

ଏକ ଦୁର୍ନୀତି ମାମଲାରେ ସ୍ୱାସ୍ଥ୍ୟମନ୍ତ୍ରୀ ବିଜୟ ସିଙ୍ଗଲାଙ୍କୁ ଯେଉଁଭଳି ଭାବେ ଗିରଫ କରାଯାଇଛି। ସେଥିରେ  ଆମ୍ ଆଦମୀ ପାର୍ଟି ଲୋକଙ୍କ ନଜରରେ ସ୍ଥିତି ସୁଦୃଢ ହୋଇଛି। ମୁଖ୍ୟମନ୍ତ୍ରୀ ଦୁଇ ଦୁଇ ଥର ବିଧାୟକଙ୍କୁ ଭେଟି  କହିଛନ୍ତି ଯେ ଆପ୍‌ର ବଢୁଥିବା ଶକ୍ତିକୁ ଦେଖି ବିପକ୍ଷ ଦଳ  ତାଙ୍କୁ ସମସ୍ୟାରେ ପକାଇ ପାରନ୍ତି। ତେଣୁ ସେମାନେ ଲୋକଙ୍କ ନିକଟକୁ ଯାଇ ସରକାରଙ୍କ କାର୍ଯ୍ୟକାରିତା ଓ  ନୀତି ଉପରେ ଅବଗତ କରିବାକୁ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର