ପ୍ରମୂଖ ଖବର
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଦୁଃଖଦ; ଏକାସଙ୍ଗରେ ତିନିଟି ପୁରି ଖାଇବାରୁ ଚାଲିଗଲା ନାବାଳକଙ୍କ ଜୀବନ

Published By : Ankita S | November 27, 2024 10:50 AM

ତେଲେଙ୍ଗାନା,୨୭/୧୧: ମୃତ୍ୟୁ କେତେବେଳେ ଆସେ ତାହା କାହାକୁ ଜଣାନଥାଏ । ସାଙ୍ଗସାଥୀଙ୍କ ମେଳରେ ଖୁସି ଗପ କରି ଟିଫିନ୍ ବକ୍ସ ଖୋଲି ଖାଉଥିଲେ । ଆଉ ମୃତ୍ୟୁ ଡାକିନେଲା । ତେଲେଙ୍ଗାନା ସିକନ୍ଦରାବାଦରୁ କିଛି ଏପରି ଦୁଃଖଦଖବର ଆସିଛି । ଜଣେ ୧୧ ବର୍ଷୀୟ ବାଳକ ଟିଫିନରୁ ଏକାସଙ୍ଗରେ ତିନୋଟି ପୁରି ଖାଇବାରୁ ତାଙ୍କର ମୃତ୍ୟୁ ହୋଇଛି । ଏହି ଘଟଣା ସ୍କୁଲ ଓ ସାଙ୍ଗସାଥୀଙ୍କୁ ସ୍ତବ୍ଦ କରି ଦେଇଛି ।

ସିକନ୍ଦରାବାଦର ୧୧ ବର୍ଷୀୟ ବିରେନ ସବୁ ଦିନ ପରି ସ୍କୁଲ ଯାଇଥିଲେ । ମଧ୍ୟାହ୍ନ ଭୋଜନ ଛୁଟି ସମୟରେ ସାଙ୍ଗଙ୍କ ଗହଣରେ ଟିପିନ ଖାଇବାକୁ ବସିଥିଲେ । ମାଆ ଦେଇଥିବା ଟିଫିନବକ୍ସ ଖୋଲି ଥିଲେ । ସେଥିରେ ପୁରୀ ଥିଲା । ଏହାକୁ ଦେଖି ଖୁସି ହୋଇ ଯାଇଥିଲେ ବିରେନ୍ । ଆଉ ଏକାସଙ୍ଗରେ ୩ଟି ପୁରି ଖାଇ ଦେଇଥିଲେ ସେ । ଏହି ସମୟରେ ବିରେନଙ୍କ ତଣ୍ଟିରେ ପୁରି ଲାଗି ଯାଇଥିଲା । ସେହି ସ୍ଥାନରେ ହିଁ ସେ ଟଳି ପଡିଥିଲେ ।

ତୁରନ୍ତ ବିରେନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ସିକନ୍ଦରାବାଦର ଏକ ବଡ ଘରୋଇ ଡାକ୍ତରଖାନାରୁ ରେଫର କରିଥିଲେ । ମାତ୍ର ସେଠାରେ ବିରେନ ପହଞ୍ଚିବା ବେଳକୁ ଆଖି ବୁଜି ସାରିଥିଲେ । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହା ପରେ ବିରେନଙ୍କ ପରିବାରକୁ ସ୍କୁଲ ତରଫରୁ ଖବର ଦିଆଯାଇଥିଲା । ଏ ଘଟଣାରେ ବିରେନଙ୍କ ପରିବାର ମର୍ମାହତ ହୋଇଛନ୍ତି ।

ପୁରି ଖାଇବା ସମୟରେ ତଣ୍ଟିରେ ଲାଗିବାରୁ ଏପରି ହୋଇଥିବା ବିରେନଙ୍କ ବାପାଙ୍କୁ ସ୍କୁର କର୍ତ୍ତୃପକ୍ଷ କହିଥିଲେ । ମାତ୍ର ଏହାକୁ ଅସ୍ବୀକାର କରିଥିଲେ ବିରେନଙ୍କ ବାପା । ପ୍ରକୃତ ସତ ଜାଣିବାକୁ ଥାନାରେ ଏତଲା କରିଛନ୍ତି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.