ଭୁବନେଶ୍ବର,୮/୫ :  ଭୁବନେଶ୍ବର ବିନ୍ଦୁସାଗରରେ ଅଭାବନୀୟ ଘଟଣା । ବିନ୍ଦୁସାଗରରେ ବୁଡ଼ି ନାବାଳକଙ୍କ ମୃତ୍ୟୁ । ସାଙ୍ଗଙ୍କ ସହ ଗୋଧୋଇବାବେଳେ ଅସାବଧାନତାରୁ ବୁଡ଼ିଗଲେ । ମୃତକ ନାବାଳକ ଲକ୍ଷ୍ମୀସାଗର ଅଞ୍ଚଳର ରଞ୍ଜିତ ସିଂ ବୋଲି ଜଣାପଡ଼ିଛି । ଖବରପାଇ ଘଟଣାସ୍ଥଳରେ ଲିଙ୍ଗରାଜ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।