PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : କେନ୍ଦୁଝର ଜିଲ୍ଲା ସଦର ଥାନା ସୁଆକାଠି ନିକଟରୁ ଦୁଇଟି ବଳଦ ବୋଝେଇ ଗାଡ଼ି ଜବତ
  • ||
  • କଣ୍ଟାବାଞ୍ଜି : ପ୍ରାଥମିକ ବିଦ୍ୟାଳୟର ତାଲା ଭାଙ୍ଗି ଲୁଟ୍
  • ||

ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ନାବାଳକକୁ କାବୁ କଲା ପୋଲିସ

ବ୍ରହ୍ମପୁର ୧୯/୧୧: ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ବଡବଜାର ଥାନା ପୁଲିସ ଜଣେ ନାବାଳକକୁ କାବୁ କରିଛି । ଏହି ଘଟଣାରେ ସମ୍ପୃକ୍ତିଥିବା ନାବାଳକକୁ ପୁଲିସ ଥାନାକୁ ଆଣି ପଚରାଉଚରା କରୁଥିବା ପୁଲିସ କହିଛି । ଅନ୍ୟପକ୍ଷରେ ଉଭୟ ପିଡ଼ିତା ନାବାଳିକାଙ୍କ ଡାକ୍ତରିମାଇନ କରାଇଥିବା ବେଳେ ବୟାନ ରେକର୍ଡ଼ କରିଛି । ସୂଚନାଯୋଗ୍ୟ ଯେ ବଡ଼ ବଜାର ଥାନା ଅଞ୍ଚଳର ଜୈନିକା ନାବାଳିକା ଏକ କରଖାନାରେ କାର୍ଯ୍ୟ କରୁଛନ୍ତି । ଚଳିତ ମାସ ୯ ତାରିଖରେ ସେ ନିଜ କାର୍ଯ୍ୟ ସାରିବା ପରେ ଆଉ ଘରକୁ ଫେରି ନଥିଲେ । ଶେଷରେ ପରିବାର ଲୋକ ତାଙ୍କ କିଛି ସମ୍ପର୍କୀୟଙ୍କ ନିକଟକୁ ଫୋନ କରିଥିଲେ ମଧ୍ୟ ପତ୍ତା ପାଇନଥିଲେ । ପରେ ଚଳିତ ମାସ ୧୦ ତାରିଖରେ ତାଙ୍କ ବଡ଼ ଭଉଣୀ ଏନେଇ ଥାନାରେ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗ କ୍ରମେ ପୁଲିସ କେସ ନଂ ୩୦୫/୨୨ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା । ଆଜି ପୁଲିସ ଗୁରୁଣ୍ଠି ଅଞ୍ଚଳରୁ ନିଖୋଜ ଥିବା ନାବାଳିକାଙ୍କ ସହ ଜଣେ ନାବାଳକଙ୍କୁ ଉଦ୍ଧାର କରିଥିଲା । ନାବାଳକ ଜଣଙ୍କ ତାଙ୍କୁ ଅପହରଣ କରି ନେଇଥିବା ସହ ତାଙ୍କୁ ଦୁଷ୍କର୍ମ କରିଥିନେଇ ପୁଲିସ ଜେରା ବେଳେ ଜାଣିବାକୁ ପାଇଥିଲା । ଏହି ଘଟଣାରେ ପୁଲିସ ସଂପୃକ୍ତ ନାବାଳକଙ୍କୁ ଥାନାରେ ପଚରାଉଚରା କରିଥିବା ପୁଲିସ କହିଛି । ଆସନ୍ତାକାଲି ନାବାଳକ ଜଣଙ୍କୁ ଜଷ୍ଟିସ ଜୁଭେନାଇଲ ବୋର୍ଡ଼(ଜେଜେଭି)ରେ ହାଜର କରିବ ବୋଲି ପୁଲିସ କହିଛି ।