PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଭଗବାନ ଚିତ୍ରଗୁପ୍ତଙ୍କ ଚରିତ୍ରକୁ ମଜାଳିଆ ଢଙ୍ଗରେ ଚିତ୍ରଣ କରିବାକୁ ନେଇ ଅଭିନେତା ଅଜୟ ଦେବଗନଙ୍କ ସମେତ କେତେକଙ୍କ ନାଁରେ ଏତଲା
  • ||
  • ଖୋର୍ଦ୍ଧା : ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁଙ୍କ ବାସଭବନରେ ସିବିଆଇ ରେଡ୍, ଖୋର୍ଦ୍ଧାର ଶାନ୍ତି ଜୁଏଲର୍ସ ମାଲିକଙ୍କ ଠାରୁ ନେଉଥିଲେ ସୁନା ଓ ଟଙ୍କା
  • ||
  • ସମ୍ବଲପୁର : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଗୋବିନ୍ଦପୁରକୁ ପ୍ରଥମ ‘ପକ୍ଷୀଗ୍ରାମ’ ମାନ୍ୟତା, ଯୋଜନାରେ ସାମିଲ ହେବେ ୩ ଗାଁ
  • ||
  • ଭୁବନେଶ୍ବର : ବରମୁଣ୍ଡା ବସ ଷ୍ଟାଣ୍ଡରୁ ୫୦କେଜି ଗଞ୍ଜେଇ ଜବତ, ୪ ଗଞ୍ଜେଇ ଚୋରା ଚାଲାଣକାରୀ ଗିରଫ
  • ||
  • ଭୁବନେଶ୍ୱର : ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡ ଷ୍ଟାର ବାବୁସାନ ମହାନ୍ତି, ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱରର ଘରୋଇ ମେଡିକାଲରେ ହେଉଥିଲେ ଚିକିତ୍ସିତ
  • ||
  • କଟକ : କଟକ ପାରାଦୀପ ରାସ୍ତା ସୋମପୁର ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗ୍ୟାରେଜ ଉପରେ ମାଡିଗଲା ଟ୍ରକ
  • ||
  • ଯାଜପୁର : କୁଆଖିଆ ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟରେ ଯାଜପୁର ଅବକାରୀ ବିଭାଗ ଚଢ଼ାଉ, ୮୦ ଗ୍ରାମ ବ୍ରାଉନସୁଗାର ଜବତ
  • ||

ବଞ୍ଚିବାର ରାହା ଖୋଜୁଛି ବାପା ମା’ ଛେଉଣ୍ଡ ଅନାଥ ନାବାଳିକା, ପାଠପଢ଼ାରେ ଅର୍ଥ ସାଜିଛି ବାଧକ

ମାଲକାନଗିରି ୨୨। ୯ (ଆପ୍ର): ମା ଜନ୍ମ ଦେଇ ଚାଲିଗଲା ଆର ପାରିକୁ । ବାପା ଗାଁ ଗାଁ ବୁଲି କାମ କରି ପେଟକୁ ଦାନା ଯୋଗାଡ଼ କରିବା ସହିତ ପାଠପଢା ପାଇଁ ବ୍ୟବସ୍ଥା କରିଥିଲେ । ଯେଉଁ ବାପାଙ୍କୁ ସାହା ଭରସା କରି ପାଠ ପଢି ବଞ୍ଚିଥିଲେ ସେ ବାପା କ୍ୟାନ୍ସର ରୋଗରେ ପଡ଼ି ସ୍ୱର୍ଗକୁ ପଳାଇଲେ । ଏବେ ବାପା ମା ଛେଉଣ୍ଡ ହୋଇ ବଞ୍ଚିବାର ରାହା ଖୋଜୁଛନ୍ତି ନାବାଳିକା ଦୀପା ।

ମାଲକାନଗିରି ସଦର ବ୍ଲକସ୍ଥ ଏମପିଭି ୧ ଗ୍ରାମର ଦୀପକ ମଣ୍ଡଳ, ଗତକିଛି ବର୍ଷ ତଳେ ସ୍ତ୍ରୀଙ୍କ ବିୟୋଗ ହୋଇଗଲା, କୋଳକୁ ଛାଡି ଦେଇ ଗଲେ କଁଅଳା ଶିଶୁଟିଏ । ତାକୁ କୋଳରେ ଧରି ଦୀପକ ଘର ଘର ଓ ଗାଁ ଗାଁ ବୁଲି କୁଲି ବୃତ୍ତି କରି ପେଟକୁ ଦାନା ଯୋଗାଡ଼ କରିବା ସହିତ ଛୋଟ ଝିଅଟିର ଲାଳନ ପାଳନ କରୁଥିଲେ । ତାଙ୍କର ଦୁଃଖ ଦେଖି ଏମପିଭି ୧ ଗ୍ରାମବାସୀ ଗାଁ ମୁଣ୍ଡରେ ଗୋଟିଏ ଛୋଟିଆ କୁଡ଼ିଆ ଘର ନିର୍ମାଣ କରିଦେଲେ । ଦୀପକ ଓ ତାଙ୍କର ଝିଅ ଦୀପା ଜଙ୍ଗଲରେ କୁଡ଼ିଆ ଘରେ କଷ୍ଟରେ ଚଳୁଥିଲେ । ଝିଅ ଭଲ ପାଠ ପଡ଼ୁଥିବାରୁ ପର ଘରେ କୁଲି ମଜୁରୀ ଲାଗି ଝିଅ ଦୀପାକୁ ପାଠ ପଢାଇ ବଡ଼ ମଣିଷ କରିବା ପାଇଁ ଦିନ ରାତି ଖଟି ଚାଲିଲେ ଦୀପକ ।

ଇତି ମଧ୍ୟରେ ଦୀପା ପୋଟେରୁ କଲେଜରେ ଯୁକ୍ତଦୁଇରେ ନାମ ଲେଖାଇ ପାଠ ପଢା ଆରମ୍ଭ କରିଦେଇଥିଲେ। ହେଲେ ଦଇବ ଦାଉ ସାଜିଲା । ଦୀପକଙ୍କୁ କ୍ୟାନ୍ସର ରୋଗ ମାଡି ବସିଲା । ଅର୍ଥ ଅଭାବରୁ ଭଲ ଚିକିତ୍ସା ହୋଇ ନପାରି ଗତ ୧୬ ତାରିଖରେ ସେ ଆଖି ବୁଜିଦେଲେ । ନାବାଳିକା ଝିଅ ଦୀପା ଏକାକୀ ହୋଇଗଲେ । ଜଙ୍ଗଲରେ କୁଡ଼ିଆ ଘରେ ଝିଅଟି ଏକାକୀ କିପରି ରହିବେ ତେଣୁ ଗ୍ରାମର ଜଣେ ମହିଳା ଦୀପା ଙ୍କୁ ନିଜ ଘରେ ଆଶ୍ରୟ ଦେଇଛନ୍ତି । ଗ୍ରାମବାସୀମାନେ ଚାନ୍ଦା କରି ମୃତ ଦୀପକଙ୍କର ସୁଧ କର୍ମ ତୁଲାଇଛନ୍ତି। ଦୀପା ବାପା ମାଙ୍କୁ ହରାଇ ଅନାଥ ହୋଇ ସେ ବଞ୍ଚିବା ପାଇଁ ସଙ୍ଘର୍ଷ କରୁଛି । ସେ ଅନାଥ ହୋଇ ଯାଇଥିଲେ ମଧ୍ୟ ହାର ମାନି ନାହାନ୍ତି । ବାପାଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ସେ ଉଚ୍ଚ ଶିକ୍ଷିତ ହୋଇ ଜଣେ ଆଦର୍ଶ ଶିକ୍ଷୟତ୍ରୀ ହେବା ପାଇଁ ଇଚ୍ଛା ରଖିଛନ୍ତି । ହେଲେ ସେ କେମିତି ବଞ୍ଚିବେ, କିପରି ପାଠ ପଢିବେ ତାଙ୍କ ପାଇଁ ଅର୍ଥ ସାଜିଛି ବାଧକ । ଦୀପାଙ୍କୁ ସରକାରଙ୍କ ପକ୍ଷରୁ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।