ପ୍ରମୂଖ ଖବର
  • ଧାମି ସରକାରଙ୍କ ବଡ଼ ନିଷ୍ପତ୍ତି,ଉତ୍ତରାଖଣ୍ଡର ସବୁ ସ୍କୁଲ୍‌ରେ ଗୀତା ପାଠ ବାଧ୍ୟତାମୂଳକ
  • ||
  • ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା : କ୍ରାଇମବ୍ରାଞ୍ଚ କରିବ ତଦନ୍ତ
  • ||
  • କଂଗ୍ରେସର ଓଡିଶା ବନ୍ଦ ଡାକରା ଯୋଗୁ ଗୁରୁବାର ବନ୍ଦ ରହିବ ପେଟ୍ରୋଲ ପମ୍ପ
  • ||
  • ଆସନ୍ତା ୨୧ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
  • ||
  • କଂଗ୍ରେସର ଓଡ଼ିଶା ବନ୍ଦ ଡାକରା, ଶାନ୍ତି ଶୃଙ୍ଖଳାରେ ବନ୍ଦକୁ ସମର୍ଥନ କରିବାକୁ ଭକ୍ତଙ୍କ ଅପିଲ୍
  • ||
  • ମୟୂରଭଞ୍ଜ : ଅନ୍ଧ ବିଶ୍ୱାସ ଓ ତନ୍ତ୍ର ପୂଜା ପାଇଁ ଘରେ ରଖିଥିଲେ ବାଘ ଛାଲ, ୭ ଅଭିଯୁକ୍ତ ଗିରଫ
  • ||
  • ଗୁରୁବାର ମହାପ୍ରଭୁଙ୍କର ବନକଲାଗି ନୀତି, ସନ୍ଧ୍ୟା ସାଢେ ୬ଟାରୁ ରାତି ୧୧ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ
  • ||
  • ଜଳେଶ୍ବର: ବିଜୁ ଜନତା ଦଳ ପକ୍ଷରୁ ବାଲେଶ୍ୱର ଜିଲ୍ଲା ବନ୍ଦ ଡାକରା, ଦିନ ୨ଟା ପର୍ଯ୍ୟନ୍ତ ଚକଅଖ ବନ୍ଦ
  • ||
  • ନୂଆପଡ଼ା: ମର୍ଣ୍ଣିଙ୍ଗ ୱାକ କରିବା ବେଳେ ଅଘଟଣ; ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ,୨ ଗୁରୁତର
  • ||
  • ମୟୂରଭଞ୍ଜ: ରକ୍ତ ସମ୍ପର୍କରେ ରକ୍ତ ଛିଟା; ବୃଦ୍ଧ ବାପା ଓ ମାଆଙ୍କୁ ହତ୍ୟାକଲା ମଦ୍ୟପ ପୁଅ
  • ||
  • ଗଞ୍ଜାମ : ଭାରସାମ୍ୟ ହରାଇ ଘରେ ପଶିଲା କାର୍; ଜଣେ ମୃତ, ୪ଆହତ
  • ||
  • ଓଡ଼ିଶା ବନ୍ଦ ପାଇଁ ଟିଏଲ୍‌ଟି ନିଯୁକ୍ତି ପରୀକ୍ଷା ସ୍ଥଗିତ, ୧୮ରେ ହେବ ପରୀକ୍ଷା
  • ||
  • ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା, ୧୯ ଯାଏ ଢାଳିବ
  • ||
  • ଆମେରିକାର ଟାରିଫ୍‌ ଛାଟରେ ଚିନ୍ତାରେ ଏସୀୟ ଦେଶ : ପୋଷାକ ରପ୍ତାନିରେ ଲାଭ ଉଠାଇପାରିବ ଭାରତ
  • ||
  • ନୂଆପଡ଼ା : ମର୍ଣ୍ଣିଙ୍ଗ ୱାକ କରିବା ବେଳେ ଅଘଟଣ; ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ,୨ ଗୁରୁତର
  • ||

ଷ୍ଟିଲ୍‌ସିଟିରେ ପୁଣି ଲଜ୍ଜା: ନାବାଳିକାଙ୍କୁ ଦୁଷ୍କର୍ମ କଲେ ପୀଡ଼ିତାଙ୍କ ବାପାଙ୍କ ସାଙ୍ଗ, ଅଭିଯୁକ୍ତଙ୍କୁ ଧରିବାକୁ ପୁଲିସର ତନାଘନା

Published By : Prameya | October 6, 2024 11:51 AM

ରାଉରକେଲା,୦୬/୧୦: ସ୍ମାର୍ଟସିଟି  ରାଉରକେଲାରେ ପୁଣି ଲଜ୍ଜା । କିଛିଦିନର  ବ୍ୟବଧାନ ପରେ ପୁଣି ଜଣେ ନାବାଳିକା ଦୁଷ୍କର୍ମ ଶିକାର ହୋଇଛନ୍ତି । ଯୌନ ରାକ୍ଷସ ଆଉ କିଏ ନୁହେଁ, ବରଂ ଖୋଦ୍‌ ପୀଡ଼ିତାଙ୍କ ବାପାଙ୍କ ସାଙ୍ଗ । ଏ ନେଇ ରଘୁନାଥପାଲି ଥାନାରେ ଅଭିଯୋଗ ପରେ ଚର୍ଚ୍ଚାକୁ ଆସିଛି ଷ୍ଟିଲ୍‌ସିଟି । ଅନ୍ୟପଟେ ଅଭିଯୁକ୍ତ ଦିଲ୍ଲୀରେ ଥିବାବେଳେ ତାଙ୍କୁ ଗିରଫ କରିବା ପୁଲିସ୍‌ ପାଇଁ ଚ୍ୟାଲେଞ୍ଜ ପାଲଟିଛି । 

ପୁଲିସ୍‌ ସୂତ୍ରରୁ ମିଳିଥିବା ସୂଚନା  ଅନୁସାରେ, ସିଭିଲ ଟାଉନସିପ୍‌ରେ ରହୁଥିବା ଅଭିଯୁକ୍ତ ରାଜନ ଶ୍ରୀବାସ୍ତବ ବୃତ୍ତିରେ ଜଣେ ବ୍ୟବସାୟ । ପୀଡ଼ିତାଙ୍କ ବାପା ଏବଂ ରାଜନ ଦୁହେଁ ବନ୍ଧୁ । ଉଭୟ ପରିବାର ଭିତରେ ରହିଥିଲା ନିବିଡ଼ ସମ୍ପର୍କ । ହେଲେ ଏଥିରେ  କଳଙ୍କ ବୋଳିଛନ୍ତି ରାଜନ । ବନ୍ଧୁଙ୍କ ଝିଅକୁ ପ୍ରଲୋଭିତ କରି ବର୍ଷାଧିକ ହେଲା ଶାରୀରିକ  ସମ୍ପର୍କ ରଖି ଆସୁଥିଲେ । ଏ ସମ୍ପର୍କରେ ଟେର୍‌ ପାଇ ନ ଥିଲେ ଘର ଲୋକେ ।  

ଗତ ସେପ୍ଟେମ୍ବରରେ ନାବାଳିକା ରଚିଥିବା  ଅପହରଣ ନାଟକ ସବୁ ଗୁମର ଖୋଲି  ଦେଇଥିଲା । ପୁଲିସ୍‌ ଏହି ଘଟଣାର ଖୋଳତାଡ଼  କରିବା ବେଳେ ସତ ପଦାକୁ ଆସିଥିଲା । ଝିଅ  ବଳାତ୍କାରର ଶିକାର ହୋଇଥିବା ପରିବାର  ଲୋକ ଜାଣିପାରିଥିଲେ । ଶୁକ୍ରବାର ସକାଳେ ପୀଡ଼ିତାଙ୍କ ପରିବାର ସଦସ୍ୟ ରାଜନଙ୍କ ଘରେ  ପହଞ୍ଚି ପାଟିତୁଣ୍ଡ କରିଥିଲେ । ଶନିବାର  ନାବାଳିକାଙ୍କ ଅଭିଯୋଗ ଆଧାରରେ ଥାନାରେ  ଲିଖିତ ଅଭିଯୋଗ ହୋଇଛି । ପୀଡ଼ିତାଙ୍କ  ଡାକ୍ତରୀମାଇନା ସରିଛି । ସୋମବାର ବୟାନ  ରେକର୍ଡ କରାଯିବ ବୋଲି ପୁଲିସ୍‌ କହିଛି ।  ଅନ୍ୟପଟେ ରାଜନ ଦିଲ୍ଲୀରେ ରହୁଥିବାବେଳେ  ତାଙ୍କ ପରିବାର ସଦସ୍ୟ ସିଭିଲ ଟାଉନସିପ୍‌ରେ  ରହୁଛନ୍ତି । ଅଭିଯୁକ୍ତକୁ ଥାନାକୁ ଡକାଯାଇଛି। ଯଦି ସେ ହାଜର ନ ହୁଅନ୍ତି ତେବେ, ପୁଲିସ୍‌  ଟିମ୍‌ ଦିଲ୍ଲୀ ଯାଇ ତାଙ୍କୁ ଗିରଫ କରିବ ବୋଲି  ଇନ୍ସପେକ୍ଟର ରାଜେନ୍ଦ୍ର କୁମାର ସ୍ୱାଇଁ କହିଛନ୍ତି।   

ଉଲ୍ଲେଖଯୋଗ୍ୟ, ଗତ ମାସରେ  ନାବାଳିକା ଜଣକ ସାଙ୍ଗଙ୍କ ଘରକୁ ଯିବାକୁ  କହିଥିଲେ । ସେ ରାସ୍ତାରେ ଓହ୍ଲାଇ  ପୁରୁଷବନ୍ଧୁଙ୍କ ସହ ମିଶି ଅପହରଣ ନାଟକ  କରିଥିଲେ । ଏହି ଘଟଣାରେ ତାଙ୍କ ପୁରୁଷ  ବନ୍ଧୁ ଗିରଫ ହୋଇଛନ୍ତି । ନାବାଳିକାଙ୍କୁ  ପୁଲିସ୍‌ ଡାକ୍ତରୀମାଇନା ପାଇଁ ପଠାଇଥିଲା ।  ଡାକ୍ତରୀ ପରୀକ୍ଷାରୁ ସେ ବଳାତ୍କାର ଶିକାର  ହୋଇଥିବା ଜଣାପଡ଼ିଥିଲା । ପଚରାଉଚରା  ବେଳେ ଅଭିଯୁକ୍ତ ରାଜନଙ୍କ କାରନାମା  ପଦାକୁ ଆସିଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.