ନୂଆଦିଲ୍ଲୀ, ୧୨/୩ : ପ୍ରେମ କରି ବାହାହେଲୁ ବୋଲି ଆମେ କଣ ଏତେ ବଡ଼ ଭୁଲ୍ କରିଦେଲୁ । ଆମେ କେଉଁଠି ରହିବୁ । ଗୋଟିଏ ପରେ ଗୋଟିଏ ସହରରେ ଯାଇ ରହୁଛୁ ତଥାପି ଆମକୁ ମାରିଦେବାକୁ ଆସୁଛି ଧମକ । ଆମକୁ ଟିକେ ଶାନ୍ତି ବଞ୍ଚିବାକୁ ଦିଅ । ବିହାରର ଝିଅ ଏବଂ ଉତ୍ତରପ୍ରଦେଶର ପୁଅ । ଭଲ ପାଇ ବାହାହେବା ପରେ ଝିଅର ପରିବାର ଲୋକେ ପ୍ରେମ କାହାଣୀରେ ଖଲନାୟକ ସାଜିଥିବା ଅଭିଯୋଗ ଆଣିଛନ୍ତି । ମୋବାଇଲରେ ଭିଡିଓ କରି ସେମାନଙ୍କ ଦୁଃଖ ପ୍ରକାଶ କରିଛନ୍ତି । ଚାରି ମାସ ହେବ ଗୋଟିଏ ପରେ ଗୋଟିଏ ସହର ବଦଳାଉଛନ୍ତି ତଥାପି ମନରେ ଭୟ ରହିଥିବା କହିଛନ୍ତି ।
ଅନୁଷ୍କା ଏବଂ ଅନୁରାଗଙ୍କ ପ୍ରେମ କାହାଣୀ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଇନଷ୍ଟାଗ୍ରାମରୁ ଉଭୟଙ୍କ ପ୍ରେମ ଆରମ୍ଭ ହୋଇଥିଲା । ଅନୁଷ୍କାଙ୍କ ପରିବାର ଅନ୍ୟ ଜଣଙ୍କ ସହ ତାଙ୍କ ବିବାହ ସ୍ଥିର କରିଥିଲେ । ଯାହାକୁ ବିରୋଧ କରିଥିଲେ ଅନୁଷ୍କା । ସେ ଅନୁରାଗଙ୍କୁ ବିବାହ କରିବା ପାଇଁ ଜିଦ୍ ଧରିଥିଲେ । କିନ୍ତୁ ପରିବାର ଲୋକେ ରାଜି ହୋଇନଥିଲେ । ସେମାନେ ଅନୁରାଗଙ୍କଚୁ ଗାଳି ଗୁଲଜ କରିବା ସହ ମାରିଦେବାକୁ ଧମକ ଦେଇଥିଲେ । ପରେ ସେମାନେ ମନ୍ଦିରରେ ଯାଇ ବିବାହ କରିବା ପରେ ଘର ଛାଡ଼ି ପଳାଇ ଆସିଥିଲେ । ଅନୁଷ୍କାଙ୍କ ବାପା ଏକଥା ଜାଣିବା ପରେ ସେମାନଙ୍କ ବିଭିନ୍ନ ଧମକ ଦେଉଥିବା ସେମାନେ କହିଛନ୍ତି ।
ନଭେମ୍ବର ୧୩ ତାରିଖରେ ସେମାନେ ପ୍ରୟାଗରାଜର ଏକ ମନ୍ଦିରରେ ବିବାହ କରିଥିଲେ । ପରେ ଅନୁରାଗଙ୍କ ପରିବାରକୁ ବିଭିନ୍ନ ଧମକ ମଧ୍ୟ ଅନୁଷ୍କାଙ୍କ ବାପା ଦେଇଥିଲେ । ଏନେଇ ଥାନାରେ ମଧ୍ୟ ମାମଲା ରୁଜୁ ହୋଇଛି । ଅନୁରାଗଙ୍କୁ ମୋ ଖୋଜୁଛନ୍ତି । ସେ ତାଙ୍କୁ ପାଇଲେ ମାରିଦେବେ । ବେଆଇନ ଭାବେ ମଦ ବେପାର କରୁଥିବା ମୋ ବାପାଙ୍କ ଅନେକ ଗୁଣ୍ଡା ମଧ୍ୟ ରହିଛନ୍ତି । ସେପଟେ ଅନୁରାଗ ଗତ ମାର୍ଚ୍ଚ ୧୦ ତାରିଖରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସେମାନଙ୍କ ଦୁଃଖ ମଧ୍ୟ ଜଣାଇଥିଲେ । ଉଭୟ ଘରୁ ୪ ମାସ ହେବ ବାହାରିଥିବାବେଳେ ସେମାନଙ୍କ ପାଖରେ ଟଙ୍କା ମଧ୍ୟ ନାହିଁ । ଯଦି ପରିବାର ଲୋକେ ଏଭଳି ଆମକୁ ହଇରାଣ କରନ୍ତି ତାହେଲେ ଭୁଲ୍ ପଦକ୍ଷେପ ନେବେ ବୋଲି ମଧ୍ୟ ଜଣାଇଛନ୍ତି ।
ଏହାସହ ପଢ଼ନ୍ତୁ : ଲଭ୍ ଜିହାଦକୁ ନେଇ ସାମ୍ବାଦିକ ସମ୍ମିଳନୀରେ ଏମିତି କହିଲେ ମୋନାଲିସା