ଭୁବନେଶ୍ବର, ୨।୧୨ :  ରାଜଧାନୀର ଲିଙ୍ଗିପୁରରେ ଲଜ୍ଜ୍ୟା। ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ। ଘରେ କେହି ନଥିବାର ସୁଯୋଗ ନେଇ ଜଣେ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।  ଚିକିତ୍ସା ପାଇଁ ଯୁବତୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମ୍  ପହଞ୍ଚି ଘଟଣାର  ତଦନ୍ତ କରୁଛନ୍ତି। ଯୁବକ ଜଣକ ଧଉଳି ଥାନାରେ ଅଟକ ରହିଛି।