ପୁରୀ,୧୫।୯ : ବାଲିହରଚଣ୍ଡି ପୀଠରେ ଜଣେ ଯୁବତୀଙ୍କୁ ଗଣ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ ୩ଜଣଙ୍କୁ ଅଟକ ରଖିଥିବା ଜଣାପଡିଛି। ଯୁବତୀର ଡାକ୍ତରୀ ମାଇନା କରାଯାଇଛି।
ବାଲିହରଚଣ୍ଡି ଏକ ପର୍ଯ୍ୟଟନ ସ୍ଥଳୀ। ଏଠାକୁ ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକ ମାନେ ବୁଲିବାକୁ ଆସୁଥିବା ବେଳେ ନିକଟରେ ଥିବା ସମୁଦ୍ର ବେଳାଭୂମିକୁ ବୁଲିବାକୁ ଯାଇ ଥାଆନ୍ତି। ଶୁକ୍ରବାର ଜଣେ ଯୁବକ ଓ ଯୁବତୀ ବାଲିହରଚଣ୍ଡି ବୁଲିବାକୁ ଆସି ଥିଲେ। ସ୍ଥାନୀୟ ଚଣ୍ଡୀପୁଟ ଗ୍ରାମର ଚାରି ଜଣ ଯୁବକ ସେମାନଙ୍କର ଫଟୋ ଚିତ୍ର ଉତ୍ତୋଳନ କରିବା ସହିତ ବ୍ଳାକ୍ ମେଲିଂ ମଧ୍ୟ କରିଥିଲେ। ପରେ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲେ ବୋଲି ଅଭିଯୋଗ ହୋଇଛି। ତେବେ ଘଟଣାକୁ ନେଇ ଯୁବତୀଙ୍କ ଅଭିଯୋଗ ପରେ ପୋଲିସ ତିନି ଜଣଙ୍କୁ ଉଠାଇ ନେଇଥିବା ବେଳେ ମାଷ୍ଟର ମାଇଣ୍ଡକୁ ଖୋଜୁଥିବା ଜଣା ପଡିଛି।