ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ମିସ୍‌ଡ୍‌ କଲ୍‌ ପ୍ରେମରେ ଟ୍ୱିଷ୍ଟ: ଝିଅ ହୋଇ ରହିଲେ ପ୍ରେମିକା, ନିଶା ନିବାରଣ କେନ୍ଦ୍ରକୁ ଗଲେ ପ୍ରେମିକ

Published By : Prameya | February 16, 2025 10:10 AM

ନିଆଳି,୧୬/୦୨: ନିଆଳି ଥାନାରେ ଗତ ଗୁରୁବାର ରାତିରେ ଏକ  ନିଆରା ପ୍ରେମ କାହାଣୀକୁ ଚର୍ଚ୍ଚା ଜୋର ଧରିଛି । ପୁଅ,ଝିଅ ବାପା, ମାଆ  ଓ ସ୍ଥାନୀୟ ଗ୍ରାମବାସୀଙ୍କୁ ନେଇଏକ ନୂଆ ପ୍ରେମ କାହାଣୀ ଦେଖିବାକୁ  ମିଳିଥିଲା । ପୁଅ, ଝିଅ ପ୍ରାପ୍ତ ବୟସର ହୋଇଥିବାରୁ ପୁଲିସ ମଧ୍ୟ ହସ୍ତକ୍ଷେପ  କରିବାକୁ ହାତ ଟେକି ଦେଇଥିଲା ।   

ସୂଚନା ମୁତାବକ, ମିସ୍‌ଡ କଲରୁ ଆରମ୍ଭ ହୋଇଥିଲା ପ୍ରେମ । ନିଆଳି  ଥାନା ଅଧୀନ ସଡାଂଶ ପଞ୍ଚାୟତ ଗୁଣ୍ଡର ଗ୍ରାମର ଝିଅ କୃଷ୍ଣପ୍ରସାଦ ପଞ୍ଚାୟତ  ନୂଆସାତଙ୍ଗ ଗ୍ରାମର ଜଣେ ବିବାହିତ ପୁଅ ମଧ୍ୟରେ ମିସ୍‌ଡ୍‌ କଲରୁ ପ୍ରେମ  ଆରମ୍ଭ ହୋଇଥିଲା । କଥାବାର୍ତ୍ତାକୁ ୭ ଦିନ  ବିତି ନଥିଲା । ହେଲେ ପ୍ରେମ ଏତେ ନିବିଡ଼  ହୋଇଗଲା ଯେ ପୁଅ ଯାଇ ଝିଅକୁ ନେଇ  ଆସିଲା । ହେଲେ ପୁଅର ସ୍ତ୍ରୀ ପିଲା ଥିବାରୁ  ପରିବାର ଲୋକ ଏହାର ବିରୋଧ କଲେ । ଲୋକଲଜ୍ଜା ସହ ପୁଅର ମାଆ  ଏହି ପ୍ରେମ ଯୁଗଳଙ୍କ ବାଟରେ ବାଧକ ସାଜିଲେ । ପରେ କଥା ଘରୁ ଯାଇ  ଥାନାରେ ପହଞ୍ଚିଲା । ଘରୁ ପଳାଇ ଆସିଥିବା ପ୍ରେମିକାଙ୍କୁ ପ୍ରେମିକର ବାପା  ଓ ମାଆ ଝିଅ କରି ଘରକୁ ଆଣିଲେ । ଏପରିକି ଝିଅ ନାମରେ ୩୭ ଗୁଣ୍ଠ  ଜମି କରିବା ସହ ତାର ବାହାଘର ଅନ୍ୟତ୍ର କରିବେ ବୋଲି ଥାନାରେ ହାତ  କାଟି ଲେଖିଦେଲେ । ପରେ ପୁଅକୁ ନିଶା ନିବାରଣ କେନ୍ଦ୍ରକୁ ପଠେଇ ଥିବା  ଜଣାପଡ଼ିଛି । ଏହି ଘଟଣାକୁ ନେଇ ପୁଅର ବାପା ଓ ଝିଅର ବାପାଙ୍କ ମଧ୍ୟରେ  ଶୋବେନେଶ୍ୱର ମନ୍ଦିରରେ ଶପଥ କରିବା ସହ କୋର୍ଟପେପରରେ ଲେଖା  ପଢ଼ା ହୋଇଥିବା ଜଣାପଡ଼ିଛି । ଏହି ଘଟଣା ନିଆଳିରେ ଚର୍ଚ୍ଚା ଜୋର ଧରିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.