ନୂଆଦିଲ୍ଲୀ, ୨୧/୨ : ମୋ ସ୍ବାମୀକୁ ସେହି ନାଚବାଲି ଫସେଇ ଦେଇଛି । ତାକୁ ଧରି ଫେରାର ହୋଇଗଲେ । ତାଙ୍କ ଜୀବନ ପ୍ରତି ବିପଦ ଅଛି । ମୁଁ ଏବେ କରିବି କ’ଣ ? ଜଣେ ନବବିବାହିତା ମହିଳା ଆଣିଛନ୍ତି ଏଭଳି ଅଭିଯୋଗ । ଆଲିଗଡ଼ର ବିଲାଲ ନାମକ ଯୁବକ ଡ୍ୟାନ୍ସର ଶବନମ ସହ ଫେରାର ହେବା ପରେ ନିଜ ମନର ଦୁଃଖ ଜଣାଇଛନ୍ତି ତାଙ୍କ ପତ୍ନୀ । ସେ କହିଛନ୍ତି କି, ନଣନ୍ଦର ବାହାଘରରେ ଆସିଥିବା ଡ୍ୟାନ୍ସର ସବନମ ଔରଫ ସୋନି ମୋ ସ୍ବାମୀଙ୍କ ଫସାଇ ଫେରାର ହୋଇଛି । ମୋ ସଂସାର ସେ ଭାଙ୍ଗି ଦେଇଛି । ମୁଁ ଏବେ ଚଳିବି କେମିତି ।

କହି ରଖୁଛୁ କି, ଗତ ଡିସେମ୍ବର ୩ ତାରିଖରେ ବିଲାଲଙ୍କ ବିବାହ ହୋଇଛି । ସ୍ବାମୀ ସ୍ତ୍ରୀ ବେଶ ଖୁସିରେ ଦିନ କାଟୁଥିଲେ । ମାତ୍ର କିଛିଦିନ ପରେ ତାଙ୍କ ଭଉଣୀଙ୍କ ବାହାଘର ହୋଇଥିଲା । ଏହି ବିବାହରେ ନାଚ କରିବା ପାଇଁ ସୋନୀ ଆସିଥିଲେ । ତାଙ୍କୁ ଛାଡ଼ିଯାଇଥିବାବେଳେ ବିଲାଲଙ୍କ ପ୍ରେମ ହୋଇଯାଇଥିଲା । ସୋନୀଙ୍କ ପ୍ରେମରେ ପଡ଼ିଥିବା ବିଲାଲ ପତ୍ନୀଙ୍କ ସହ ଠିକସେ କଥା ମଧ୍ୟ ହୋଇନଥିଲେ । ଯେଉଁ କାରଣରୁ ପରିବାରରେ ଝଗଡ଼ା ମଧ୍ୟ ହୋଇଥିଲା ।

ଏବେ ନାଚବାଲି ସହ ମୋ ସ୍ବାମୀ ଫେରାର ହୋଇଥିବାବେଳେ ତାଙ୍କ ଜୀବନ ପ୍ରତି ବିପଦ ଥିବା ଅଭିଯୋଗ କରିଛନ୍ତି ପତ୍ନୀ । ସେ କହିଛନ୍ତି କି, ସୋନୀଙ୍କ ନାମରେ ହତ୍ୟା ଅଭିଯୋଗ ରହିଛି । ତେଣୁ ସେ ମୋ ସ୍ବାମୀଙ୍କ କିଛି କ୍ଷତି କରିବା ପୂର୍ବରୁ ମୋତେ ଫେରାଇ ଦିଅ ବୋଲି ଆଇନର ସହାୟତା ନେଇଛନ୍ତି । ବିଲାଲଙ୍କ ପରିବାର ଏବେ ଚିନ୍ତାରେ ରହିଛନ୍ତି କି, ତାଙ୍କ ପୁଅର ଯେମିତି କିଛି କ୍ଷତି ନହୁଏ । କାରଣ ସୋନିଙ୍କ ତାଙ୍କ ପୂର୍ବତନ ସ୍ବାମୀଙ୍କ ହତ୍ୟା କରିଛନ୍ତି । ସେପଟେ ଉଭୟ ଏକାଠି ନଜର ଆସିଥିବା ମଧ୍ୟ କିଛି ଲୋକ ଦେଖିଛନ୍ତି । ପୁଲିସ ଖବର ପାଇବା ପରେ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଏହାସହ ପଢ଼ନ୍ତୁ : ବ୍ୟାଟିଂ କରିବାକୁ ପାକିସ୍ତାନ ପ୍ରସ୍ତୁତ : ମ୍ୟାଚ୍ ଆରମ୍ଭ କରେଇ ଦେଉନି ବର୍ଷା