ନୂଆଦିଲ୍ଳୀ, ୨୧/୨ : ସୁପର-୮ ମୁକାବିଲା କଡ଼ା ଟକ୍କର ହେବ । ପାକିସ୍ତାନ-ନ୍ୟୁଜିଲାଣ୍ଡ ପ୍ରଥମ ମ୍ୟାଚରେ ଭେଟାଭେଟି ହେଉଛନ୍ତି । ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇ ପାକିସ୍ତାନ । ବ୍ୟାଟ୍ସମ୍ୟାନ୍ ପ୍ରସ୍ତୁତ ହେଲେ ପଡ଼ିଆରେ କରିପାରୁନାହାନ୍ତି ପ୍ରବେଶ । ମ୍ୟାଚ ଆରମ୍ଭ ହେବା ପୂର୍ବରୁ ବର୍ଷା ସାଜିଛି ବାଧବ । ଟସ୍ ଜିତି ପାକିସ୍ତାନ ବ୍ୟାଟିଂ ନିଷ୍ପତ୍ତି ନେଇଥିବାବେଳେ ଦଳରେ ଗୋଟିଏ ପରିବର୍ତ୍ତନ କରିଛି । ସେପଟେ ବଡ଼ ମୁକାବିଲା ନ୍ୟୁଜିଲାଣ୍ଡ ଦଳରେ ତିନୋଟି ପରିବରର୍ତ୍ତନ ହୋଇଛି ।

ବର୍ଷା ହେବା ପରେ ପିଚ୍ ଧିମା ହେବ । କଲୋମ୍ବୋରେ ଖେଳାଯାଉଥିବା ଏହି ମ୍ୟାଚ ସ୍ପିନରଙ୍କୁ ସୁହାଇବ ବୋଲି ଅନୁମାନ କରାଯାଉଛି । ତେବେ ଟସ୍ ଜିତିଥିବା ଦଳ ଚଳିତ ବିଶ୍ବକପରେ ଖେଳାଯାଇଥିବା ୫ ମ୍ୟାଚରୁ ୪ଟି ଜିତିଛନ୍ତି । ଯେଉଁ କାରଣରୁ ପାକିସ୍ତାନ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି । ନ୍ୟୁଜିଲାଣ୍ଡର ଅଧିନାୟକ ମିଚେଲ ସାଣ୍ଟନର ଏହି ମ୍ୟାଚରେ ଦଳକୁ ଫେରିଛନ୍ତି । ଉଭୟ ଦଳ ଲିଗ୍ ପର୍ଯ୍ୟାୟରେ ତିନୋଟି ଲେଖାଏଁ ମ୍ୟାଚ ଜିତିଥିବାବେଳେ ଆଜିର ମ୍ୟାଚରେ କଡ଼ା ଟକ୍କର ହେବ । ଶେଷ ଖବର ସୁଦ୍ଧା ମ୍ୟାଚ ଆରମ୍ଭ ହୋଇନଥିଲା ।

ଏହାସହ ପଢ଼ନ୍ତୁ : ଲିଗ୍ ପର୍ଯ୍ୟାୟରେ ଫ୍ଲପ୍ ହେବା ପରେ ସୁପର-୮ ପୂର୍ବରୁ ଏମିତି କହିଲେ ଅଭିଶେକ ଶର୍ମା