କରଞ୍ଜିଆ: ଅଖା ଭିତରୁ ବାହାରିଲା ନିଖୋଜ ନାବାଳିକାର ମୃତଦେହ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ସହରରେ । କରଞ୍ଜିଆ ବଣସାହିରେ ଥିବା ବନବିଭାଗର କାଠ ଡିପୋ ପଛପଟେ ଥିବା ଏକ ବାଉଁଶ ବୁଦା ଭିତରୁ ମିଳିଛି ଅଖାରେ ଭର୍ତ୍ତି ହୋଇଥିବା ନାବାଳିକାର ମୃତଦେହ। ନିଖୋଜ ନାବାଳିକାର ଘର କରଞ୍ଜିଆ ବଣସାହିରେ । ତେବେ ଘର ଠାରୁ ମାତ୍ର ୫୦୦ ମିଟର ଦୂରରେ ପଡିଛି ଅଖାରେ ଭର୍ତ୍ତି ହୋଇଥିବା ନାବାଳିକାର ମୃତଦେହ। ଘଟଣାସ୍ଥଳରେ କରଞ୍ଜିଆ ପୋଲିସର ଛାନଭିନ ଜାରି ରଖିଛି । ପ୍ରାଥମିକ ତଦନ୍ତରୁ କେହି ହତ୍ୟାକରୀ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି ।
ଶୁକ୍ରବାର ସନ୍ଧ୍ୟାରୁ ନାବାଳିକା ଜଣକ ନିଖୋଜ ନେଇ କରଞ୍ଜିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ ପରିବାର ଲୋକେ । ତେବେ ବାରିପଦାରୁ ସାଇଣ୍ଟିଫିକ ଟିମ ଆସିବା ପରେ ଅଧିକ ତଦନ୍ତ କରାଯିବ ବୋଲି ପୋଲିସ ସୂଚନା ଦେଇଛି ।
ଏହାସହ ପଢ଼ନ୍ତୁ : ବାପା ଅପମାନର ପ୍ରତିଶୋଧ ନେଇଛି ପୁଅ : ପ୍ରଭାତ ବିଶ୍ବାଳ