କଟକ : ଥମିବାର ନାଁ ନେଉନି ରାଜ୍ୟସଭା କ୍ରସଭୋଟିଂ ପଲିଟିକ୍ସ । ରାଜ୍ୟସଭା ନିର୍ବାଚନ ସରିବା ଦିନଠାରୁ ଆରମ୍ଭ ହୋଇଛି କାଦୁଆ ଫିଙ୍ଗା ରାଜନୀତି । ଏବେ ପୁଣି ଏକ ବିସ୍ଫୋରକ ପ୍ରତିକ୍ରିୟା ଦେଇଛନ୍ତି ବରିଷ୍ଠ ରାଜନେତା ପ୍ରଭାତ ବିଶ୍ବାଳ । ରାଜ୍ୟସଭା ନିର୍ବାଚନରେ ଘୋଡ଼ା ବେପାର ପ୍ରସଙ୍ଗକୁ ନେଇ ସେ କହିଛନ୍ତି କି, ପୁଅ ମତଦାନ ପାଇଁ ଟଙ୍କାଟିଏ ମଧ୍ୟ ନେଇନାହିଁ । ରାଜ୍ୟସଭା ପୂର୍ବରୁ ନବୀନ ନିବାସରେ ସବୁ ବିଧାୟକଙ୍କ ସାମ୍ନାରେ ମୋତେ ଅପମାନିତ କରାଯାଇଥିଲା । ସେହ ଅପମାନର ପ୍ରତିଶୋଧ ନେଇଛି ପୁଅ । ବାପାକୁ ଦିଆଯାଇଥିବା ଅପମାନର ପ୍ରତିଶୋଧ ପୁଅ ସୌଭିକ ନେଇଛି ବୋଲି କହିଛନ୍ତି ପ୍ରଭାତ ।
ଏହାସହ ପ୍ରଭାତ କହିଛନ୍ତି କି, ମୋର ଏବଂ ପୁଅର ରାଜନୈତିକ ଭବିଷତ ଚୌଦ୍ବାର କଟକ ଭୋଟର ନିର୍ଦ୍ଧାରଣ କରିବେ । ସଂତୃପ୍ତ ମିଶ୍ର ଟ୍ରଷ୍ଟ ସମ୍ପର୍କରେ ମିଛି କହିଥିଲେ । ଆଉ ଏବେ ନବୀନ ଏଭଳି ଏକ ଟ୍ରଷ୍ଟ ସମ୍ପର୍କରେ ସ୍ବୀକାର କରିଛନ୍ତି । ଏହାସହ ଦଳ ପାଇଁ ମୁଁ କେତେ ରାତି ଅନିଦ୍ରା ହୋଇଛି ତାହା ନବୀନବାବୁଙ୍କୁ ଜଣା । ମୋତେ ଦିଆଯାଇଥିବା ଅପମାନର ଜବାବ ଦେଇଛି ପୁଅ ।
ଏହାସହ ପଢ଼ନ୍ତୁ : ଘର ଆଗରେ ହଙ୍ଗାମା ଘଟଣାରେ ବର୍ଷିଲେ ପ୍ରତାପ : ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, ତଦନ୍ତ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଅ