PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟରେ ମିଶନ ସାହାସୀ କାର୍ଯ୍ୟକ୍ରମ ଆୟୋଜିତ

ପୁରୀ ୧୯/୧୧: ଝାନ୍ସି ରାଣୀ ଲକ୍ଷ୍ମିବାଇଙ୍କ ଜୟନ୍ତୀ ଉଦ୍ଦେଶ୍ୟରେ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟ ତରଫରୁ ଛାତ୍ରୀ ମାନଙ୍କୁ ସଶକ୍ତିକରଣ କରିବା ଓ ସେମାନେ କିଭଳି ଆବଶ୍ୟକ ସମୟରେ ଆତ୍ମରକ୍ଷା କରିପାରିବେ ସେଥିନିମନ୍ତେ ଏକ ଆତ୍ମରକ୍ଷା ତାଲିମ ଶିବିର ଗତ ୪ଦିନ ଧରି ସ୍ଥାନୀୟ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟରେ ଅନୁଷ୍ଠିତ ହୋଇ ଆଜି (ଶନିବାର) ଅପରାହ୍ନରେ ସମାପ୍ତ ହୋଇଯାଇଛି । ତାଲିମ ଶିବିର ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା । ଆଜିର କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବରେ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର୍ ରବୀନ୍ଦ୍ର କୁମାର ପଣ୍ଡା ପ୍ରଦୀପ ପ୍ରଜ୍ବଳନ କରି କାର୍ଯକ୍ରମର ଶୁଭାରମ୍ଭ କରିଥିଲେ । ଶ୍ରୀଜଗନ୍ନାଥ ମେଡିକାଲ କଲେଜ୍ ଓ ହସ୍ପିଟାଲର ଅଧିକ୍ଷକ ଡଃ ମାୟା ପାଢ଼ୀ, ସମ୍ମାନନୀୟ ଅତିଥି ଭାବରେ ଯୋଗଦେବା ସହ , ଡଃ ସସ୍ମିତା ବନ୍ଦର ନାୟକ, ବିଶିଷ୍ଟ ସମାଜସେବୀ ରଞ୍ଜିତା ପାଢ଼ୀ , ବିଶ୍ଵବିଦ୍ୟାଳୟର କୁଳସଚିବ ସୁମିତ୍ରା ପଟ୍ଟନାୟକ ଓ ଡଃ ଶ୍ରଦ୍ଧାଞ୍ଜଳି ମହାପାତ୍ର ଉପସ୍ଥିତ ରହି କାର୍ଯକ୍ରମର ଶୋଭା ବର୍ଦ୍ଧନ କରିଥିଲେ । ଏହି କାର୍ଯକ୍ରମରେ ଜାଜ୍ଞସେନି ମଲ୍ଲିକଙ୍କ ଦ୍ଵାରା  ପିଲାମାନେ ପ୍ରଶିକ୍ଷିତ ହୋଇଥିଲେ । ଏଥିସହ ଶୁରେଖା ପଟ୍ଟନାୟକ ଏହି କାର୍ଯକ୍ରମକୁ ସଂଯୋଜନା ଓ ମଞ୍ଚ ପରିଚାଳନା କରିଥିଲେ ।