ପ୍ରମୁଖ ଖବର
  • କେନ୍ଦୁଝର : ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା, ୩ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ
  • ||
  • କଟକ : କାଠଯୋଡି ନଦୀରୁ ଅଚିହ୍ନା ଶବ ଉଦ୍ଧାର
  • ||
  • ଭୁବନେଶ୍ୱର: ବୁଧବାର ଜମୁଛି ବେପାର, ଆମିଷ ଦର ତାଲିକା ମାରିବା ବାଧ୍ୟତାମୂଳକ
  • ||
  • ଭୁବନେଶ୍ୱର: ଟିଟିଏସ୍‌ରୁ ଅଳିଆ ହଟାଇବାକୁ ବିଏମ୍‌ସିର ଜୋରଦାର୍‌ ପ୍ରୟାସ, ୧୫ ଦିନରେ ୧୮ ହଜାର ଟନ୍‌ ପ୍ରୋସେସିଂ
  • ||
  • ଉତ୍ତରକାଶୀ: ଏମିତି କଟିଲା ୧୭ ଦିନ; ଭିଡିଓ ଗେମ୍‌, ଚେସ୍‌ର ବି ମଜାନେଲେ ଯୋଗ, ବ୍ୟାୟାମ କରି ନିଜକୁ ଫିଟ୍‌ ରଖିଲେ
  • ||
  • ଭୁବନେଶ୍ଵର : ୩୦ରେ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସାଇକେଲ୍‌ ବ୍ରାଣ୍ଡିଂ, ଲାଗିବ ‘ଆମେ ଗଢ଼ିବୁ ନୂଆ ଓଡ଼ିଶା’ ଷ୍ଟିକର
  • ||
  • ଭୁବନେଶ୍ଵର : ବାତ୍ୟା ପାଇଁ ସଜାଗ ୭ ଜିଲ୍ଲା, ଚାଷୀଙ୍କୁ ଅଦିନିଆ ବର୍ଷା ଚିନ୍ତା
  • ||

ପୋକ୍ସୋ ଆଇନର ଅପବ୍ୟବହାର ହେଉଛି, ପରିବର୍ତ୍ତନ ଦାବି କଲେ ବ୍ରିଜଭୂଷଣ

ନୂଆଦିଲ୍ଲୀ,୨୬।୫: ରେସଲରଙ୍କୁ ଯୌନ ନିର୍ଯାତନା ମାମଲାରେ ଛନ୍ଦି ହୋଇଛନ୍ତି ଭାରତୀୟ କୁସ୍ତୀ ମହାସଂଘ (ଡବ୍ଲୁଏଫ୍ଆଇ) ସଭାପତି ତଥା ବିଜେପି ସାଂସଦ ବ୍ରିଜଭୂଷଣ ଶରଣ ସିଂହ। ଗୁରୁବାର ଦିନ ବାହରାଇଚ୍‌ରେ ସେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି ପୋକ୍ସୋ ଆଇନର ଅପବ୍ୟବହାର ହେଉଛି। ଆମେ ସରକାରଙ୍କୁ ଏହାକୁ ବଦଳାଇବାକୁ ଅନୁରୋଧ କରୁଛୁ। ଉଲ୍ଲେଖନୀୟ ଯେ, ନିକଟରେ ବ୍ରିଜ ଭୂଷଣ ପୋକ୍ସୋ ଆଇନ୍ ଅନୁସାରେ ଏକ ମାମଲାର ସମ୍ମୁଖୀନ ହୋଇଛନ୍ତି। ସେ କହିଛନ୍ତି, ସନ୍ଥଙ୍କ ନେତୃତ୍ବରେ ଏହି ଆଇନକୁ ବଦଳାଇବା ପାଇଁ ସରକାରଙ୍କୁ ବାଧ୍ୟ କରିବୁ।  ୫ ଜୁନ୍‌ରେ ଅଯୋଧ୍ୟାରେ ତାଙ୍କ ଦ୍ବାରା ଡକାଯାଇଥିବା ସନ୍ଥଙ୍କ ରାଲିର ପ୍ରସ୍ତୁତି ସମ୍ପର୍କରେ ଏକ ବୈଠକରେ ସାମ୍ବାଦିକ ସମ୍ମିଳନୀ କରିବେ। ସେ ଦାବି କରିଛନ୍ତି ରାଲିରେ ୧୧ ଲକ୍ଷରୁ ଅଧିକ ସାଧୁ ଭାଗ ନେବେ।

ଯୌନ ନିର୍ଯାତନା ଅଭିଯୋଗ ଆଣିଥିବା ରେସଲରଙ୍କ ଅପିଲ ପରେ ସୁପ୍ରିମକୋର୍ଟଙ୍କ ନିର୍ଦେଶ ପରେ ବ୍ରିଜଭୂଷଣଙ୍କ ବିରୋଧରେ ଏଫ୍‌ଆଇଆର ରୁଜୁ କରାଯାଇଥିଲା।   ମାମଲା ପୋକ୍ସୋ (ଯୌନ ଅପରାଧରୁ ଶିଶୁଙ୍କ ସୁରକ୍ଷା) ନିୟମ ସମ୍ପର୍କିତ ଧାରା ଅନୁସାରେ ମାମଲା ରୁଜୁ କରାଯାଇଥିଲା। ଉଲ୍ଲେଖନୀୟ ଯେ, ବ୍ରିଜ ଭୂଷଣ ଶରଣ ସିଂହ ଆଗାମୀ ୫ ଜୁନ୍‌ରେ ଅଯୋଧ୍ୟାରେ ସନ୍ଥଙ୍କ ରାଲିକୁ ଡକାଇଛନ୍ତି। ଯେଉଁଥିରେ ସେ ୧୧ ଲକ୍ଷ ସନ୍ଥଙ୍କ ପହଞ୍ଚିଥିବାର ଦାବି କରିଛନ୍ତି। ଏହି ରାଲିର ପ୍ରସ୍ତୁତିକୁ ନେଇ ଆଜି ସିଂହ ଏକ ସଭାକୁ ସମ୍ବୋଧିତ କରିଛନ୍ତି।

ସଭାରେ ବିଜେପି ସାଂସଦ ପୋକ୍ସୋ ଆଇନ ଓ ଏହାର ନିୟମକୁ ବିରୋଧ କରି କହିଛନ୍ତି, ଏହାର ବହୁ ପରିମାଣରେ ଦୁରୂପଯୋଗ ହେଉଛି। ତାଙ୍କର କହିବା ଅନୁସାରେ, ଏଭଳି ଆଇନ ଯୋଗୁଁ ପିଲା, ବୟସ୍କ ଏବଂ ସନ୍ଥଙ୍କ ବିରୋଧରେ ଏହି  ଆଇନର ଦୁରୁପଯୋଗ ହେଉଛି । ଏପରିକି  ଅଧିକାରୀଙ୍କ ପର୍ଯ୍ୟନ୍ତ ଏହାର ଦୂରୁପଯୋଗ ଅଛପା ନାହିଁ। ସେ କହିଛନ୍ତି, ସନ୍ଥଙ୍କ ନେତୃତ୍ବରେ ଆମେ ସରକାରଙ୍କୁ ଆଇନ(ପୋକ୍ସୋ)ରେ ପରିବର୍ତ୍ତନ ପାଇଁ ବାଧ୍ୟ କରିଦେବୁ। ମୋ ବିରୋଧରେ ସବୁ ଅଭିଯୋଗ ମୂଲ୍ୟହୀନ। ତାଙ୍କ ପାଖରେ ମୋ ବିରୋଧରେ କୌଣସି ପ୍ରମାଣ ନାହିଁ।’

Copyright © 2022 - Summa Real Media Private Limited. All Rights Reserved.