PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ଏମ୍‌କେସିଜି କ୍ୟାମ୍ପସ୍‌ରେ ମହିଳାଙ୍କୁ କମେଣ୍ଟ ମାରିବା ପଡିଲା ମହଙ୍ଗା, ଚପଲରେ ମାଡ଼ ମାରିଲେ ମହିଳା, ବିଦା ହେଲେ ଠିକା ଆଟେଣ୍ଡାଣ୍ଟ…

ବ୍ରହ୍ମପୁର,୧୮।୧୧(ବ୍ୟୁରୋ): ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍‌ପିଟାଲ୍ କ୍ୟାମ୍ପସ୍‌ରେ ଗୋଟିଏ ପରେ ଗୋଟିଏ ଘଟଣା ଡାକ୍ତରଖାନାକୁ ବଦ୍‌ନାମ କରିବାରେ ଲାଗିଛି । ମହିଳାଙ୍କୁ କମେଣ୍ଟ ମାରିବା ପରେ ଆଟେଣ୍ଡାଣ୍ଟଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି ମହିଳା ଜଣକ । ଘଟଣା କ୍ୟାମ୍ପସ୍‌ରେ ବେଶ୍ ଚର୍ଚ୍ଚିତ ହୋଇଥିଲା । ଉପସ୍ଥିତ କିଛି ଲୋକ ଏହାର ଭିଡ଼ିଓ ଉତ୍ତୋଳନ କରି ଭାଇରାଲ୍ କରିଛନ୍ତି। ଭିଡ଼ିଓ ଏବେ ସହରରେ ବେଶ୍ ଆଲୋଚନାର ବିଷୟ ହୋଇଛି । ଭିଡ଼ିଓ ନଜରକୁ ଆସିବା ପରେ ଆଟେଣ୍ଡାଣ୍ଟ ଶିବ ନାହାକକୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି । ସେ ଠିକା ସଂସ୍ଥା ଜରିଆରେ ଏମକେଜିରେ ଆଟେଣ୍ଡାଣ୍ଟ କାମ କରୁଥିଲେ । ତାଙ୍କୁ ଏଠାରେ କାମ ନଦେବାକୁ ଠିକା ସଂସ୍ଥାକୁ ଚିଠି କରାଯାଇଛି । ମହିଳାଙ୍କୁ ଦୁବ୍ୟବହାର କରିଥିବା ନେଇ ଅଭିଯୋଗ ହୋଇଥିଲା । ମହିଳା ଜଣକ ହଠାତ୍ ରାଗି ଯାଇ ତାଙ୍କୁ ଗାଳି କରିଥିଲେ । ପରେ ତାଙ୍କୁ ମାରିବା ଆରମ୍ଭ କରିଥିଲେ । ଗୋଡ଼ରୁ ଜୋତା ବାହାର କରି ଶିବଙ୍କୁ ପିଟିବା ସହ କାହିଁକି ଦୁବ୍ୟବହାର କଲୁ ବାରମ୍ବାର ପ୍ରଶ୍ନ କରୁଥିଲେ । ସେଠାରେ ଥ‌ିବା କିଛି ଲୋକ ଘଟଣାକୁ ନେଇ ଭିଡ଼ିଓ କରି ସୋସିଆଲ୍ ମିଡ଼ିଆରେ ଭାଇରାଲ୍ କରିଥିଲେ । ଆଜି ଆଟେଣ୍ଡାଣ୍ଟଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି । ଆଟେଣ୍ଡାଣ୍ଟଙ୍କ ବିରୋଧରେ ଏହା ପ୍ରଥମ ଅଭିଯୋଗ ନୁହେଁ । ପୂର୍ବରୁ ମଧ୍ୟ ବହୁ ମାମଲାରେ ଆଟେଣ୍ଡାଣ୍ଟ ଗିରଫ ହୋଇଛନ୍ତି ।