PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂହପୁର : ବଡ଼ଭାଇ ସାର୍ଟିଫିକେଟ୍‌ ଦେଇ ଆର୍ମିରେ କରିଥିଲେ ଚାକିରୀ, ଅବସର ପରେ ବନ୍ଧାହେଲେ
  • ||
  • ଯାଜପୁର : ୨ ବର୍ଷ ହେଲାଣି ମିଳୁନି ନିଖୋଜ ପିହୁର ପତ୍ତା, ନ୍ୟାୟ ଆଶାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ପରିବାର
  • ||
  • କଟକ : ଅତିରିକ୍ତ କମିଶନରଙ୍କ ଘରେ ଭିଜିଲାନ୍ସ ଚଢାଉ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • କଟକ : ଗୋଟିଏ ମଞ୍ଚରେ ଶାହ-ନବୀନ-ଧର୍ମେନ୍ଦ୍ର, ପ୍ରଜାତନ୍ତ୍ରର ସ୍ଵନକ୍ଷତ୍ର ଉତ୍ସବରେ ସାମିଲ ହେଲେ ତିନି ନେତା
  • ||
  • ରାଜ୍ୟରେ ନାହିଁ ଟିକା ଅଭାବ, ଗାଁ ଗାଁରେ ଟିକାକରଣ ଉପରେ ଦିଆଯାଉଛି ଗୁରୁତ୍ଵ : ପରିବାର କଲ୍ୟାଣ ନିର୍ଦ୍ଦେଶକ
  • ||

ରଥ ଟଣା ବେଳେ ଅଘଟଣ, ତଳେ ପଡି ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ଭାଙ୍ଗିଲା ଗୋଡ଼

ବାଲେଶ୍ୱର,୦୩/୦୭: ରଥଯାତ୍ରାରେ ସାମିଲ ହୋଇଥିବା ବେଳେ ସିମୁଳିଆର ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଏଥିରେ ତାଙ୍କ ବାମ ଗୋଡ ଭାଙ୍ଗିଯାଇଛି । ଏବେ ଗୁରୁତର ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।

ସୂଚନା ଅନୁସାରେ, ଗତକାଲି ସ୍ଥାନୀୟ ଗାଁମାର୍କୋଣାରେ ହେଉଥିବା ରଥଯାତ୍ରାରେ ବିଧାୟକ ତଥା ପ୍ରାକ୍ତନ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ଯୋଗ ଦେଇଥିଲେ । ଆନନ୍ଦଉଲ୍ଲାସ ମଧ୍ୟରେ ରଥ ଟଣା ଚାଲିଥିବା ବେଳେ ତାଙ୍କ ପାଦ ଖସି ଯାଇଥିଲା । ଫଳରେ ସେ ତଳେ ପଡ଼ି ଯାଇଥିଲେ । ତାଙ୍କ ବାମ ଗୋଡ ଆଣ୍ଠୁ ତଳକୁ ଭାଙ୍ଗିଯାଇଛି । ସେଠାରୁ ତାଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ପ୍ରାଥମିକ ଚିକିତ୍ସା କରାଯାଇ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା । ଅନ୍ୟୁନ ଏକ ସପ୍ତାହ ପାଇଁ ସଂପୂର୍ଣ୍ଣ ବିଶ୍ରାମ ନେବା ପାଇଁ ଡାକ୍ତର ତାଙ୍କୁ ପରାମର୍ଶ ଦେଇଛନ୍ତି । ବିଶିଷ୍ଟ ସାହିତ୍ୟିକ ତଥା ଓଡିଶା ସାହିତ୍ୟ ଏକାଡେମିର ବାଲେଶ୍ୱର ଜିଲ୍ଲା ସଦସ୍ୟ ଭରତ ଚନ୍ଦ୍ର ଦାଶ ଶ୍ରୀ ପାଣିଗ୍ରାହୀଙ୍କ ସହ କଥା ହେବା ସହ ତାଙ୍କର ଆଶୁ ଆରାଗ୍ୟ କାମନା କରିଛନ୍ତି ।

ସୂଚନାଯୋଗ୍ୟ, ଗତକାଲି ଝିପି ଝିପି ବର୍ଷା ହୋଇଥିବାରୁ ରାସ୍ତା ଖସରା ହୋଇ ଯାଇଥିଲା । ଏଥିରେ ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ ଗୋଡ଼ ଖସି ଯାଇଥିଲା ।