PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : କେନ୍ଦୁଝର ଜିଲ୍ଲା ସଦର ଥାନା ସୁଆକାଠି ନିକଟରୁ ଦୁଇଟି ବଳଦ ବୋଝେଇ ଗାଡ଼ି ଜବତ
  • ||
  • କଣ୍ଟାବାଞ୍ଜି : ପ୍ରାଥମିକ ବିଦ୍ୟାଳୟର ତାଲା ଭାଙ୍ଗି ଲୁଟ୍
  • ||

ପୌରାଧ୍ୟକ୍ଷାଙ୍କ ସାଙ୍ଘାତିକ ଅଭିଯୋଗ, ବିକାଶମୂଳକ କାର୍ଯ୍ୟକ୍ରମରେ ସହଯୋଗ କରୁନାହାନ୍ତି ବିଧାୟକ

ଭଦ୍ରକ, ୨୦/୧୧ : ପୌରାଧ୍ୟକ୍ଷାଙ୍କ ସାଙ୍ଘାତିକ ଅଭିଯୋଗ। ବିକାଶମୂଳକ କାର୍ଯ୍ୟକ୍ରମରେ ସହଯୋଗ କରୁନାହାନ୍ତି ଭଦ୍ରକ ବିଧାୟକ। ଏକ ସାମ୍ବାଦିକ ସମ୍ମିଳନୀ କରି ପୌରାଧ୍ୟକ୍ଷା ଗୁଲମାକ୍କୀ ହବିବ ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ, ଗତ ୮ ମାସ ମଧ୍ୟରେ ମୁଁ ପୌରାଞ୍ଚଳର ବିକାଶ ପାଇଁ ବହୁ ପଦକ୍ଷେପ ନେଇ ଚାଲିଛି। ହେଲେ ବିଧାୟକ ଏଥିରେ ସହଯୋଗ କରୁନାହାନ୍ତି। ସମନ୍ଵୟ ଆଣିବାକୁ ଚେଷ୍ଟା କରି ମଧ୍ୟ ସୁଫଳ ମିଳୁନି।

ପୌରାଧ୍ୟକ୍ଷା ପୁଣି କହିଛନ୍ତି ଯେ, ୱାର୍ଡ ପରିଦର୍ଶନ ସମୟରେ କୌଣସି ପାରିଷଦ ଆସୁନାହାନ୍ତି। ତେଣୁ ସହରବାସୀ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେପଟେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଧାୟକ। ସେ କହିଛନ୍ତି ଯେ, ପୌରାଧ୍ୟକ୍ଷା ମୋ ସହଯୋଗ ଲୋଡ଼ି ନାହାନ୍ତି।