PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅନନ୍ତନାଗ : ଜମ୍ମୁ-କଶ୍ମୀରର ଅନନ୍ତାଗରେ ପୁଲିସ୍ ଓ ସିଆରପିଏଫ ଯବାନଙ୍କ ମଳିତ ପାର୍ଟି ଉପରେ ଆତଙ୍କବାଦୀ ଆକ୍ରମଣ, ଆହତ ପୋଲିସ କର୍ମୀ ହସ୍ପିଟାଲରେ ଭର୍ତ୍ତି
  • ||
  • ନୂଆଦିଲ୍ଲୀ : ଭାରତୀୟ ବାୟୁସେନାର ଏକ ଦଳ ମାଲେସିଆ ଗସ୍ତରେ ଯାଇଛନ୍ତି, ଏହି ଦଳ ଦୁଇଦେଶ ମଧ୍ୟରେ ଦ୍ବିପାକ୍ଷୀକ ଯୁଦ୍ଧାଭ୍ୟାସକୁ ନେଇ ଆୟୋଜିତ କାର୍ଯ୍ୟକ୍ରମ ‘ଉଦାରଶକ୍ତି’ରେ ଭାଗ ନେବେ
  • ||
  • ମୋହନା : ସଂଗଠନ ଛାଡ଼ିଥିବା ମାଓବାଦୀ ପ୍ରଫୁଲ୍ଲ ପରିଚ୍ଛାକୁ ଗିରଫ କଲା ଅଡ଼ବା ପୋଲିସ, ଥାନାରେ ରହିଛି ୭ ମାମଲା
  • ||
  • ବୌଦ୍ଧ : ବୌଦ୍ଧ ୫୭ନଂ ଜାତୀୟ ଖୁଣ୍ଟବନ୍ଧ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ମୃତ
  • ||
  • ଭୁବନେଶ୍ବର : ପିପିଲି ଟୋଲ ପ୍ଲାଜା ନିକଟରେ ଓଲଟିଲା ବସ୍, ଜଣେ ମୃତ ଓ ୨୦ଆହତ
  • ||
  • ନୟାଗଡ଼ : ବାଘ ଶୀକାର କରି ଫଟୋ ଉଠାଇବା ପଡ଼ିଲା ମହଙ୍ଗା, ୫ ବର୍ଷ ପରେ ଧରାପଡ଼ିଲା ବାଘ ଶିକାରୀ
  • ||
  • ବାରିପଦା : ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ, ୨୭ ହଜାର ହେକ୍ଟରରୁ ଉର୍ଦ୍ଧ୍ଵ ଜମିକୁ ମିଳିବ ଜଳସେଚନ ସୁବିଧା
  • ||
  • ଉଦଳା : ଉଦଳା ଏନଏସି ଅଧୀନ ୱାର୍ଡ ନମ୍ବର ୩ରେ ଥିବା ଅଙ୍ଗନବାଡି କେନ୍ଦ୍ରରେ କୃମି ଔଷଧ ଖାଇ ଶିଶୁ ପୁତ୍ର ଗୁରୁତର , ଡାକ୍ତରଖାନାରେ ଭର୍ତ୍ତି
  • ||
  • ସମ୍ବଲପୁର : ହୀରାକୁଦର ତଳମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ସମ୍ଭାବନା, ସତର୍କ ସୂଚନା ଜାରି କଲା ପ୍ରଶାସନ
  • ||
  • ପାଟଣା : ଘର ଉପରେ ମାଡ଼ି ବସିଲା ବିରାଟକାୟ ବଉଳ ବୃକ୍ଷ, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ
  • ||
  • ପୁରୀ : ଶ୍ରୀମନ୍ଦିରରେ ଗହ୍ମା ପୂର୍ଣ୍ଣିମା ଉତ୍ସବ, ବୀରଡୋରିରେ ଦୁଇ ଭାଇଙ୍କ ହାତରେ ୬ ଥାକିଆ ରାକ୍ଷୀ ବାନ୍ଧିଲେ ଭଉଣୀ ସୁଭଦ୍ରା
  • ||
  • ପାଟଣା : ଚୋରାଚାଲାଣ ବେଳେ ମାଡ଼ିବସିଲା ବନ ବିଭାଗ, ଶାଳ କାଠ ବୋଝେଇ ସ୍କର୍ପିଓ ଜବତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ଆଶଙ୍କା
  • ||
  • ଭଦ୍ରକ : ଫୁଲୁଛି ବୈତରଣୀ ଓ ସାଳନ୍ଦୀ, ହଦଗଡ଼ ଡ୍ୟାମ୍‌ରୁ ୨ଟି ଗେଟ୍ ଦେଇ ହେଉଛି ବନ୍ୟାଜଳ ନିଷ୍କାସନ
  • ||

ନିର୍ଦ୍ଧାରିତ ସ୍ଥାନରେ ନିର୍ମାଣ ହେବ ବିଧାୟକଙ୍କ ସୌଧ: ଗଛ ବଳି ମାମଲାରେ ସରକାରଙ୍କ ଜବାବ, ଆଜି ହାଇକୋର୍ଟରେ ଶୁଣାଣି

କଟକ,୨୮/୦୬: କିଛି ଗଛ କଟାଯିବ । କିଛି ଗଛ ସ୍ଥାନାନ୍ତର ହେବ । ଯେତିକି ଗଛ କଟାଯିବ ତାର ୧୦ଗୁଣ ଗଛ ସହରର ବିଭିନ୍ନ ସ୍ଥାନରେ ଲଗାଯିବ । କିନ୍ତୁ ନିର୍ଦ୍ଧାରିତ ସ୍ଥାନରେ ବିଧାୟକଙ୍କ ପାଇଁ ସୌଧ ନିର୍ମାଣ ହେବ । ସୌଧ ନିର୍ମାଣରେ କୌଣସି ପ୍ରକାର ପ୍ରତିବନ୍ଧକ ରହିବ ନାହିଁ । ରାଜଧାନୀ ଭୁବନେଶ୍ୱରର ୪ ନମ୍ବର ୟୁନିଟ୍‌ରେ ବିଧାୟକ ସୌଧ ପାଇଁ ଶହଶହ ଗଛ କଟାଯିବା ଘଟଣାରେ ରାଜ୍ୟ ସରକାର ଏହି ମର୍ମରେ ନିଜ ମନୋଭାବ ସ୍ପଷ୍ଟ କରିଛନ୍ତି ।

ଗଛ କଟାକୁ ବିରୋଧ କରି ହାଇକୋର୍ଟରେ ରୁଜୁ ମାମଲାର ଶୁଣାଣି ମଙ୍ଗଳବାର ହେବାର ଅଛି । ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶକ୍ରମେ ସାଧାରଣ ପ୍ରଶାସନ(ଜିଏ) ବିଭାଗ ଏନେଇ ଜବାବ ରଖିବ । ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଏସ୍‌. ମୁରଲୀଧର ଏବଂ ବିଚାରପତି ଜଷ୍ଟିସ୍‌ ରାଧାକୃଷ୍ଣ ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ହେବ ।

ତେବେ ମିଳିଥିବା ସୂଚନା ଅନୁସାରେ, ସତ୍ୟପାଠ ଜରିଆରେ ରାଜ୍ୟ ସରକାର ଯେଉଁ ଜବାବ ରଖୁଛନ୍ତି ସେଥିରେ ଆବେଦନକାରୀଙ୍କ ଅଭିଯୋଗକୁ ସ୍ପଷ୍ଟ ଭାବେ ଖଣ୍ଡନ କରାଯିବା ସହ ସୌଧ ନିର୍ମାଣ ସପକ୍ଷରେ ଯୁକ୍ତି ଉପସ୍ଥାପନ କରାଯାଇଛି ।

ରାଜ୍ୟ ସରକାରଙ୍କ ପକ୍ଷରୁ ଜବାବରେ କୁହାଯାଇଛି, ପ୍ରସ୍ତାବିତ ସୌଧ ନିର୍ମାଣ ସ୍ଥାନରୁ ମୋଟ ୮୭୦ଟି ଗଛ ହଟାଯିବ । ଏହା ମଧ୍ୟରୁ କିଛି କଟାଯିବ (କିଛି କଟାସରିଛି) ଏବଂ ବାକି ଗଛ ସ୍ଥାନାନ୍ତର କରାଯିବ । ଏଥିପାଇଁ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକଙ୍କ ଅଧ୍ୟକ୍ଷତାରେ ଗତ ୨ ତାରିଖରେ ଏକ ବୈଠକ ବସିଥିଲା । ଏଥିରେ ସାଧାରଣ ପ୍ରଶାସନ, ଓବିସିସି, ଓଏଫ୍‌ଡିସିର ଅଧିକାରୀ, ଭୁବନେଶ୍ୱର ସିଟି ଡିଏଫ୍‌ଓ, ସ୍ଥାନୀୟ ରେଞ୍ଜ ଅଫିସର ପ୍ରମୁଖ ଯୋଗ ଦେଇଥିଲେ । ଏଥିରେ କେତେ ଗଛ କଟାଯିବ, କେତେଗଛ କେଉଁସବୁ ସ୍ଥାନରେ ଲଗାଯିବ ସେ ନେଇ ଆଲୋଚନା କରାଯାଇଥିଲା ।

ପ୍ରକଳ୍ପ ପାଇଁ ସାଧାରଣ ପ୍ରଶାସନ ବିଭାଗ, ଭୁବନେଶ୍ୱର ତହସିଲ୍‌ଦାର ଏବଂ ବନବିଭାଗ ପକ୍ଷରୁ ମିଳିତ ଭାବେ ଏକ ଯାଞ୍ଚ କରାଯାଇଛି । ଏଥିରେ ୮୭୦ଟି ଗଛ କଟାଯିବ ବୋଲି ଆକଳନ କରାଯାଇଛି । ଏହା ବଦଳରେ ୧୦ଗୁଣା ଅଧିକ ଗଛ ଅର୍ଥାତ୍‌ ମୋଟ୍‌ ୮ ହଜାର ୭ଶହ ଗଛ ଲଗାଯିବ । ଏଥିପାଇଁ ୬୮ ଲକ୍ଷ ୭୦ ହଜାର ୯୧୨ ଟଙ୍କା ଖର୍ଚ୍ଚ କରାଯିବ । ଗଛ ଲଗାଇବା ବାବଦ ଅର୍ଥ ଓବିସିସି ଇତିମଧ୍ୟରେ ସିଟି ଡିଏଫଓଙ୍କ ନିକଟରେ ଜମା କରି ସାରିଛନ୍ତି । ଏହା ବାଦ୍‌ ଚଳିତ ବର୍ଷ ଭୁବନେଶ୍ୱରରେ ୧୦ ହଜାର ଗଛ ଲାଗିବା ପାଇଁ ଯୋଜନା ହୋଇଥିଲାବେଳେ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ୩ ହଜାର ୬୦୭ଟି ଗଛ ଲଗାଯିବାକୁ ଯୋଜନା ହୋଇଥିବା ଏହି ରିପୋର୍ଟରେ କୁହାଯାଇଛି।

ସେହିପରି ସ୍ଥାନୀୟ ଲୁମ୍ବିନୀ ବିହାରର ବୁଦ୍ଧ ପାର୍କ, ନିଳାଦ୍ରୀ ବିହାରର ଉତ୍କଳ ହସ୍ପିଟାଲ୍‌ ରାସ୍ତା ପାଶ୍ୱର୍ ଏବଂ ଭିଏସ୍‌ଏସ୍‌ ନଗରର ଗୁରୁ କେଳୁଚରଣ ପାର୍କକୁ କିଛି ପରିମାଣର ଗଛ ସ୍ଥାନାନ୍ତରିତ କରାଯିବ । ଯେଉଁ ଗଛଗୁଡ଼ିକ ସ୍ଥାନାନ୍ତରିତ କରାଯିବ ସେଗୁଡ଼ିକୁ ଚିହ୍ନଟ କରାଯିବ । ସହରର ଅନ୍ୟସ୍ଥାନମାନଙ୍କରେ ଯେଉଁଠି ଖାଲି ସ୍ଥାନ ରହିଛି ସେଠାରେ ମଧ୍ୟ ଗଛ ଲଗାଯିବ ।

ପ୍ରସ୍ତାବିକ ପ୍ରକଳ୍ପ ସଂପର୍କରେ ସୂଚନା ଦେଇ ରାଜ୍ୟ ସରକାର କହିଛନ୍ତି କି, ବିଧାୟକମାନଙ୍କ ୧୭୦ଟି ଟାଇପ୍‌-ଭିଆଇ କ୍ୱାର୍ଟର୍ସ ନିର୍ମାଣ କରାଯିବ। ଏଥିପାଇଁ ୨୭୪ କୋଟି ୪୧ ଲକ୍ଷ ୬୦ ହଜାର ଟଙ୍କା ଖର୍ଚ୍ଚ କରାଯିବାକୁ ବଜେଟ୍‌ କରାଯାଇଛି । ସେହିପରି ୧୦୫ଟି ଟାଇପ୍‌-ଭିଆଇଆଇ କ୍ୱାର୍ଟର୍ସ ପାଇଁ ୨୭୫ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଓବିସିସି ନୋଡାଲ୍‌ ଏଜେନ୍ସି ଭାବେ କ୍ୱାର୍ଟର୍ସ ନିର୍ମାଣ ଦାୟିତ୍ୱରେ ରହିବ ।

ଉଲ୍ଲେଖଯୋଗ୍ୟ, ପ୍ରସ୍ତାବିତ ସୌଧ ସ୍ଥଳରେ ବେପରୱା ଭାବେ ଗଛ କାଟ ଘଟଣାକୁ ପ୍ରଥମେ ‘ପ୍ରମେୟ’ ଲୋକଲୋଚନକୁ ଆଣିଥିଲା । ୩ଶହରୁ ଅଧିକ ବିରାଟ ଦ୍ରୁମ କଟାଯାଇ ସାରିଥିବା ବେଳେ ଏହା ବିରୋଧରେ ସମଗ୍ର ରାଜଧାନୀରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ବାଧ୍ୟହୋଇ ସରକାର ଗଛ କଟା ବନ୍ଦ ରଖିଥିଲେ ।

ସୌଧ ନିର୍ମାଣକୁ ବିରୋଧ କରି କଟକର ସମାଜସେବୀ ଜୟନ୍ତୀ ଦାସ ହାଇକୋର୍ଟରେ ଏକ ମାମଲା ରୁଜୁ କରିଛନ୍ତି । ହାଇକୋର୍ଟର ଅବକାଶକାଳୀନ ବିଚାରପତି ଏହି ମାମଲାର ଶୁଣାଣି କରି ସାଧାରଣ ପ୍ରଶାସନ ବିଭାଗକୁ ଜବାବଦାଖଲ ଲାଗି ନୋଟିସ୍‌ ଜାରି କରିଥିଲେ । ଆସନ୍ତାକାଲି (ମଙ୍ଗଳବାର)କୁ ଏହି ମାମଲାର ଶୁଣାଣି ପାଇଁ ଧାର୍ଯ୍ୟ ହୋଇଛି ।