PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : କେନ୍ଦୁଝର ଜିଲ୍ଲା ସଦର ଥାନା ସୁଆକାଠି ନିକଟରୁ ଦୁଇଟି ବଳଦ ବୋଝେଇ ଗାଡ଼ି ଜବତ
  • ||
  • କଣ୍ଟାବାଞ୍ଜି : ପ୍ରାଥମିକ ବିଦ୍ୟାଳୟର ତାଲା ଭାଙ୍ଗି ଲୁଟ୍
  • ||

ବିଧାୟକଙ୍କ ବେତନ ବୃଦ୍ଧି ପାଇଁ ସୁପାରିସ କଲା ବିଧାନସଭା ଉପଦେଷ୍ଟା କମିଟି

ଭୁବନେଶ୍ୱର,୧୮/୧୧: ବିଧାୟକଙ୍କ ବେତନ, ଭତ୍ତା ଏବଂ ପୂର୍ବତନ ବିଧାୟକଙ୍କର ପେନସନ ବୃଦ୍ଧି ଦାବିକୁ ଯର୍ଥାର୍ଥ ଦର୍ଶାଇଛି ଉପଦେଷ୍ଟା କମିଟି । ଏ ନେଇ ସୁପାରିସ କରିବାକୁ ନିଷ୍ପତ୍ତି ନେଇଛି ବିଧାନସଭା ଉପଦେଷ୍ଟା କମିଟି । ବିଧାନସଭାର ଆଗାମୀ ଅଧିବେଶନରେ କମିଟି ଏ ସମ୍ପର୍କିତ ରିପୋର୍ଟ ପ୍ରଦାନ କରିବ ।

ଗତ ମୌସୁମୀ ଅଧିବେଶନରେ ବିଧାୟକଙ୍କ ବେତନ ଓ ଅନ୍ୟାନ୍ୟ ଭତ୍ତା ବୃଦ୍ଧି ଓ ପୂର୍ବତନ ବିଧାୟକଙ୍କର ପେନସନ ବୃଦ୍ଧି ପ୍ରସଙ୍ଗରେ ଗୃହରେ ସବୁ ଦଳର ବିଧାୟକମାନେ ଉଦ୍‌ବେଗ ପ୍ରକାଶ କରିଥିଲେ । ଏକ୍‌ ସ୍ୱରରେ ବିଧାୟକମାନେ ଦାବି ରଖିଥିଲେ- ଆମ ଦରମା, ଭତ୍ତା ବଢ଼ାଅ । ପୂର୍ବତନ ବିଧାୟକଙ୍କ ପେନସନ ରାଶି ବି ବୃଦ୍ଧି ପାଇଁ ଦାବି ଉଠିଥିଲା । ବିଧାୟମାନଙ୍କ ଏହି ଦାବିକୁ ଦୃଷ୍ଟିରେ ରଖି ଗତ ଅଧିବେଶନରେ ଉପଦେଷ୍ଟା କମିଟି ଗଠନ ଲାଗି ନିର୍ଦ୍ଦେଶ ଦେଇଥିଲେ ବାଚସ୍ପତି । ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଅଧ୍ୟକ୍ଷତାରେ କମିଟି ଗଠିତ ହୋଇଥିଲା । ଶ୍ରୀ ଶତପଥୀଙ୍କ ଅଧ୍ୟକ୍ଷତାରେ ଗୁରୁବାର ଏହି କମିଟିର ବୈଠକ ବସିଥିଲା । ବିଧାନସଭାରେ ସର୍ବସମ୍ମତ ମତ ଓ ଅନ୍ୟ ରାଜ୍ୟର ବେତନ, ଭତ୍ତା, ପେନସନ ସମ୍ପର୍କିତ ତଥ୍ୟକୁ ବିଚାରକୁ ନେଇ ବେତନ, ଭତ୍ତା ଓ ପେନସନ ବୃଦ୍ଧି ପାଇଁ ସୁପାରିସ କରିବାକୁ କମିଟି ନିଷ୍ପତ୍ତି ନେଇଥିବା ଶ୍ରୀ ଶତପଥୀ ଜଣାଇଛନ୍ତି ।

ସୂଚନା ମୁତାବକ, ଅନ୍ୟରାଜ୍ୟର ବିଧାୟକଙ୍କ ଦରମା ୨ ଲକ୍ଷରୁ ଅଢେଇ ଲକ୍ଷ ରହିଛି। ଓଡ଼ିଶାରେ ବିଧାୟକଙ୍କ ଦରମା କମ୍ ରହିଛି। ସବୁ ମିଶିକି ୯୮ ହଜାର ବିଧାୟକମାନେ ପାଉଛନ୍ତି। ଖୁବଶୀଘ୍ର ଦରମା ବୃଦ୍ଧି ନେଇ ବାଚସ୍ପତିଙ୍କୁ ରିପୋର୍ଟ ଦିଆଯିବ। ଏ ନେଇ ସବିଶେଷ ନିଷ୍ପତ୍ତି ନେବେ ରାଜ୍ୟ ସରକାର।