ପ୍ରମୂଖ ଖବର
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ବିବାହ ବନ୍ଧନରେ ବାନ୍ଧିହେବେ ମାହାଙ୍ଗା ବିଧାୟକ, ଜୟପୁରରେ କରିବେ ଡେଷ୍ଟିନେସନ୍‌ ୱେଡିଂ

Published By : Prameya | March 1, 2025 11:12 AM

ନିଶ୍ଚିନ୍ତକୋଇଲି,୧/୦୩: ବିବାହ ବନ୍ଧନରେ ବାନ୍ଧି ହେବେ ମାହାଙ୍ଗାର ସ୍ୱାଧୀନ ବିଧାୟକ ସାରଦା ପ୍ରସାଦ ପ୍ରଧାନ । ଏହାକୁ ନେଇ ସମଗ୍ର ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ଉତ୍କଣ୍ଠା ପ୍ରକାଶ  ପାଇଛି । ବିଧାୟକ ଶ୍ରୀ ପ୍ରଧାନକେନ୍ଦ୍ରାପଡ଼ା ଜିଲ୍ଲା  ଡେରାବିଶ ବ୍ଲକ ଜଅଁରା ବାରିମୂଳ ଗ୍ରାମର ରମେଶ  ଚନ୍ଦ୍ର ବଳଙ୍କ ବଡ଼ଝିଅ ସିପ୍ରା ପ୍ରିୟଦର୍ଶିନୀ ବଳଙ୍କୁ  ବିବାହ କରିବେ । ସିପ୍ରା କଟକ ଜଗତପୁରସ୍ଥିତ  ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କରେ କାର୍ଯ୍ୟ କରୁଛନ୍ତି । ପୂର୍ବରୁ ସିପ୍ରା ମାହାଙ୍ଗା ଓ ନିଶ୍ଚିନ୍ତକୋଇଲି ବ୍ଲକରେ ସାମାଜିକ ସମ୍ପ୍ରସାରଣ ଅଧିକାରୀ ଭାବେ କାର୍ଯ୍ୟ  କରୁଥିଲେ । ନିକଟରେ ସେ ଓଏଏସ୍‌ ପାଇବା ପରେ ତାଲିମ ନେଉଛନ୍ତି । ବିବାହ ଉତ୍ସବ ୨  ତାରିଖରେ ରାଜସ୍ଥାନର ଜୟପୁର ଠାରେ ଅନୁଷ୍ଠିତ  ହେବ ।ନିଗମାନନ୍ଦ ଆଶ୍ରମରେ ପୂଜାର୍ଚ୍ଚନା କରି ବନ୍ଧୁଙ୍କୁ  ନେଇ ସାଥିରେ ନେଇ ରାଜସ୍ଥାନ ନେଇ ଯାଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.