ନିଶ୍ଚିନ୍ତକୋଇଲି,୧/୦୩: ବିବାହ ବନ୍ଧନରେ ବାନ୍ଧି ହେବେ ମାହାଙ୍ଗାର ସ୍ୱାଧୀନ ବିଧାୟକ ସାରଦା ପ୍ରସାଦ ପ୍ରଧାନ । ଏହାକୁ ନେଇ ସମଗ୍ର ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ଉତ୍କଣ୍ଠା ପ୍ରକାଶ  ପାଇଛି । ବିଧାୟକ ଶ୍ରୀ ପ୍ରଧାନକେନ୍ଦ୍ରାପଡ଼ା ଜିଲ୍ଲା  ଡେରାବିଶ ବ୍ଲକ ଜଅଁରା ବାରିମୂଳ ଗ୍ରାମର ରମେଶ  ଚନ୍ଦ୍ର ବଳଙ୍କ ବଡ଼ଝିଅ ସିପ୍ରା ପ୍ରିୟଦର୍ଶିନୀ ବଳଙ୍କୁ  ବିବାହ କରିବେ । ସିପ୍ରା କଟକ ଜଗତପୁରସ୍ଥିତ  ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କରେ କାର୍ଯ୍ୟ କରୁଛନ୍ତି । ପୂର୍ବରୁ ସିପ୍ରା ମାହାଙ୍ଗା ଓ ନିଶ୍ଚିନ୍ତକୋଇଲି ବ୍ଲକରେ ସାମାଜିକ ସମ୍ପ୍ରସାରଣ ଅଧିକାରୀ ଭାବେ କାର୍ଯ୍ୟ  କରୁଥିଲେ । ନିକଟରେ ସେ ଓଏଏସ୍‌ ପାଇବା ପରେ ତାଲିମ ନେଉଛନ୍ତି । ବିବାହ ଉତ୍ସବ ୨  ତାରିଖରେ ରାଜସ୍ଥାନର ଜୟପୁର ଠାରେ ଅନୁଷ୍ଠିତ  ହେବ ।ନିଗମାନନ୍ଦ ଆଶ୍ରମରେ ପୂଜାର୍ଚ୍ଚନା କରି ବନ୍ଧୁଙ୍କୁ  ନେଇ ସାଥିରେ ନେଇ ରାଜସ୍ଥାନ ନେଇ ଯାଇଛନ୍ତି ।