ବାଉଁଶୁଣୀ, ୨୫/୫, କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ବିଜେପି ପକ୍ଷରୁ ଦହ୍ୟା ସ୍ଥିତ ରକ୍ସା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ମନ କି ବାତ ଓ ପରେ ପରେ ଅପରେସନ୍ ସିନ୍ଦୁର ପରାକ୍ରମ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି l
କଣ୍ଟାମାଳ ବିଧାୟକ କନ୍ହାଇ ଚରଣ ଡାଙ୍ଗ ଓ ନିର୍ବାଚନ ମଣ୍ଡଳୀର ସମସ୍ତ ବରିଷ୍ଠ କର୍ମକର୍ତ୍ତା ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ କି ବାତ କାର୍ଯ୍ୟକ୍ରମ ଆଭସୀ ମାଧ୍ୟମରେ ଦେଖିଥିଲେ l ମନ କି ବାତ କାର୍ଯ୍ୟକ୍ରମ ସରିବା ପରେ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରୁ ଅପରେସନ୍ ସିନ୍ଦୁର ପରାକ୍ରମ ତ୍ରିରଙ୍ଗା ଶୋଭାଯାତ୍ରା ଶୁଭାରମ୍ଭ ହୋଇଥିଲା। ଏହ ଦହ୍ୟା ବଜାର ଅଞ୍ଚଳ ଓ ନୁଆପାଲି ଗ୍ରାମ ପରିକ୍ରମା କରିଥିଲା l କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ଡାଙ୍ଗଙ୍କ ସମେତ ଜିଲ୍ଲା ବିଜେପି ସଭାପତି ପ୍ରେମାନନ୍ଦ ମିଶ୍ର, ପୂର୍ବତନ ଜିଲ୍ଲା ସଭାପତି ବିପ୍ର ଚରଣ ମହାନ୍ତି, ସାଧାରଣ ସମ୍ପାଦକ ସୁଶାନ୍ତ କୁମାର ବାଘ, ମଣ୍ଡଳ ସଭାପତି ଶରତ କର୍ଣ୍ଣ, ବରିଷ୍ଠ ବିଜେପି ନେତା କିଶୋର କୁମାର ମେହେର, ଶିବ ଶଂକର କର୍ଣ୍ଣ, ସମିତି ସଭ୍ୟ ଦୋଳ ଗଞ୍ଜନ ବେହେରା, ସରପଞ୍ଚ ବିଭୂତି ଭୂଷଣ ଡାଙ୍ଗ, ହିମାଂଶୁ କର୍ଣ୍ଣ ଓ ସ୍ଥାନୀୟ ଜନସାଧାରଣ ସାମିଲ ହୋଇଥିଲେ |