PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜସ୍ଥାନରେ ବାୟୁସେନାର ବିମାନ କ୍ରାସ୍‌: ଖସିବା ମାତ୍ରେ ଲାଗିଲା ନିଆଁ, ପ୍ରଚଣ୍ଡ ଶବ୍ଦରେ ଥରି ଉଠିଲା ପୁରା ଗାଁ
  • ||
  • ଧାନବାଦ: ହସ୍ପିଟାଲରେ ଭୀଷଣ ଅଗ୍ନିକାଣ୍ଡ ଯୋଗୁଁ ଡାକ୍ତର ଦମ୍ପତ୍ତିଙ୍କ ସହ ୬ ମୃତ, ଅଳ୍ପକେ ଉଦ୍ଧାର ହେଲେ ରୋଗୀ
  • ||
  • ମଧ୍ୟପ୍ରଦେଶରେ ବାୟୁସେନାର ଯୁଦ୍ଧ ବିମାନ ସୁଖୋଇ ଓ ମିରାଜ ୨୦୦୦ ଦୁର୍ଘଟଣାଗ୍ରସ୍ତ
  • ||

ଆଉ ଦୁଇ ନୂଆରୁଟକୁ ସାମିଲ କଲା କ୍ରୁଟ, ଚନ୍ଦକା ଓ ଟାଙ୍ଗୀକୁ ଗଡ଼ିବ ମୋ ବସ

ଭୁବନେଶ୍ୱର ୨୪/୦୧: ଆଜିଠୁ ଚନ୍ଦକା ଓ କଟକ ଜିଲ୍ଲା ଟାଙ୍ଗୀକୁ ଗଡ଼ିବ ମୋ ବସ୍‌ । କ୍ରୁଟ ପକ୍ଷରୁ ଏହି ଦୁଇ ନୂଆ ରୁଟରେ ବସ୍‌ ସେବା ଆରମ୍ଭ ହେବ । ଦୀର୍ଘଦିନ ଧରି ଏହି ୨ଟି ରୁଟରେ ମୋ ବସ୍‌ ଚାଲିବାକୁ ଦାବି ହୋଇ ଆସୁଥିଲା ରୁଟ ନଂ ୪୧ ବସ୍‌ ବରମୁଣ୍ଡା ଆଇଏସ୍‌ବିଟିରୁ ବାହାରି ଏନ୍‌ଏଚ୍‌, ଲିଙ୍କ ରୋଡ, ବାଦମବାଡ଼ି ଦେଇ ଟାଙ୍ଗୀ ପର୍ଯ୍ୟନ୍ତ ଯିବ । ପୁଣି ସେଠାରୁ ଫେରିବ ।

ସେହିପରି ରୁଟ ନଂ ୪୨ ଗାଡ଼ି ବରମୁଣ୍ଡା ଆଇଏସ୍‌ବିଟିରୁ ବାହାରି ଚନ୍ଦକା ଦେଇ ନନ୍ଦନକାନନ ଯିବ । ଏହା ଦ୍ୱାରା ଚନ୍ଦକା ସମେତ ଆଖପାଖ ଅଞ୍ଚଳର ଲୋକେ ଉପକୃତ ହେବେ । ସହରବାସୀଙ୍କୁ ଉତ୍ତମ ଭାବେ ସେବା ପ୍ରଦାନ କରିବା କରିବା ପାଇଁ ନୂଆ ରୁଟ୍‌ ଯୋଡ଼ିବା କାର୍ଯ୍ୟ ଜାରି ରଖିବୁ । ସହରରେ ଉନ୍ନତ ମାନର ମୋ ବସ୍‌ ସେବା ଯୋଗାଇବାକୁ ନିରନ୍ତର ଭାବେ ପ୍ରୟାସ କରୁଛୁ ବୋଲି କ୍ରୁଟ୍‌ର ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି ।

ସମ୍ବନ୍ଧିତ ଖବର