PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଗଣ୍ଡବେଡ଼ା ଗାଁରେ ଶ୍ୱଶୁର ଘର ପଛପଟୁ ଜ୍ୱାଇଁର ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ବସ୍ତା : ବାଲେଶ୍ଵର ଜିଲ୍ଲା ବସ୍ତା-ଅମର୍ଦା ରୋଡ ରେଳ ଷ୍ଟେସନ ମଧ୍ୟବର୍ତ୍ତୀ ବ୍ରାହ୍ମଣଦା ଗ୍ରାମ ନିକଟ ରେଳ ଧାରଣା ପାର୍ଶ୍ଵରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଆଠମଲ୍ଲିକ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ହଣ୍ଡପା ଥାନା ଅନ୍ତର୍ଗତ ରଘୁନାଥପୁର ଗାଁ ପଡ଼ିଆରେ କ୍ରିକେଟ ଖେଳିବା ବେଳେ ପଡ଼ିଲା ଚଡ଼କ, ଜଣେ ମୃତ ଅନ୍ୟ ଜଣେ ଗୁରୁତର
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଗଙ୍ଗାଧର ପ୍ରସାଦ ଗାଁ ପଶ୍ଚିମେଶ୍ୱର ମନ୍ଦିର ନିକଟରେ ପିକଅପ୍ ଭ୍ୟାନ ଓ ଟ୍ରକ୍ ମୁହାଁମୁହିଁ ଧକ୍କା, ଡ୍ରାଇଭର୍ ଗୁରୁତର
  • ||
  • ଭୁବନେଶ୍ଵର : ଦୁଇ ଆଇଏଏସ୍‌ଙ୍କୁ ହକି ବିଶ୍ୱକପ୍‌ ପରିଚାଳନା ଦାୟିତ୍ୱ, ରାଉରକେଲା ପାଇଁ ଭୂପେନ୍ଦ୍ର ସିଂ ପୁନିଆ, ଭୁବନେଶ୍ଵରରେ ରଘୁ ଜି
  • ||
  • ବଲାଙ୍ଗୀର : ଧୁମ୍‌ଧାମ୍‌ରେ ପାଳିତ ହେଲା ବଲାଙ୍ଗୀରର ବଏଲ ଯାତ୍ରା, ସମାଜର ମଙ୍ଗଳ ଉଦ୍ଦେଶ୍ୟରେ ଦେବୀଙ୍କ ଆରାଧନା କଲେ ଶ୍ରଦ୍ଧାଳୁ
  • ||
  • ମୁନିଗୁଡ଼ା : ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ କାମାରି ଗାଁ ନିକଟ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ନିଖୋଜ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଉପକୂଳରେ ନବମୀ ଓ ଦଶମୀରେ ବର୍ଷିବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ
  • ||
  • ଭୁବନେଶ୍ଵର : ଆଜି ପୀଠରେ ଦଶମୀ ; ମଣ୍ଡପରେ ମହାନବମୀ, ଚଣ୍ଡୀପାଠରେ କମ୍ପୁଛି ପୂଜା ମଣ୍ଡପ
  • ||
  • କୋଣାର୍କ : ଲଘୁଚାପ ପ୍ରଭାବରେ ସୋମବାର ରାତିରୁ କୋଣାର୍କରେ ପ୍ରବଳ ବର୍ଷା ହୋଇ ସୂର୍ଯ୍ୟମନ୍ଦିରରେ ଜମିଲା ପାଣି, ପର୍ଯ୍ୟଟକ ନିରାଶ
  • ||

‘ମୋ ସାଇକେଲ୍‌’ ବହୁଳ ବ୍ୟବହାରକୁ ପ୍ରୋତ୍ସାହନ; ଭୁବନେଶ୍ୱରରେ ‘ୟୁଲୁ’ର ରୋଡ୍‌ ସୋ’

ଭୁବନେଶ୍ୱର,୨୦ା୭(ବ୍ୟୁରୋ): କ୍ୟାପିଟାଲ ରିଜିଓନାଲ୍‌ ଅର୍ବାନ ଟ୍ରାନ୍ସପୋର୍ଟ (ସିଆର୍‌ୟୁଟି) ଦ୍ୱାରା ପରିଚାଳିତ ‘ମୋ ସାଇକେଲ୍‌’ ବ୍ୟବହାରକୁ ରାଜଧାନୀବାସୀଙ୍କ ମଧ୍ୟରେ ବହୁଳ ପ୍ରସାର କରିବା ଉଦ୍ଦେଶ୍ୟରେ ‘ୟୁଲୁ’ ବାଇକ୍‌ସ ପକ୍ଷରୁ ବ୍ୟାପକ ବିପଣନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏଥିପାଇଁ ଜୁଲାଇ ଅଗଷ୍ଟ ପର୍ଯ୍ୟନ୍ତ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ରୋଡ୍‌ ସୋ’ ଆୟୋଜନ ବ୍ୟବସ୍ଥା କରାଯାଇଛି । ଏହି ରୋଡ୍‌ ସୋ’ ଜୁଲାଇ ମାସ ୧୫ ତାରିଖରୁ ଆରମ୍ଭ ହୋଇଛି । ସବୁସ୍ତରରେ ଏହି ରୋଡ୍‌ ସୋ’କୁ ଭରପୂର ସମର୍ଥନ ମିଳିଛି । ଏ ସମ୍ପର୍କରେ ‘ୟୁଲୁ’ ବାଇକ୍‌ସ ଭୁବନେଶ୍ୱର ଅପରେସନ ପ୍ରବନ୍ଧକ ଅଭିଜିତ୍‌ ଦାଶ କହିଛନ୍ତି, ପରିବେଶ ଅନୁକୂଳ ମୋ ସାଇକେଲ ବ୍ୟବହାର ନେଇ ଏବେ ବି ଅନେକ ଲୋକ ସଚେତନ ନୁହନ୍ତି ।

ଏଣୁ ରୋଡ୍‌ ସୋ’ ଜରିଆରେ ‘ୟୁଲୁ’ ବାଇକ୍‌ ପକ୍ଷରୁ ‘ମୋ ସାଇକେଲ୍‌’ ବ୍ୟବହାର ପାଇଁ ଲୋକମାନଙ୍କୁ ସଚେତନ କରାଯାଉଛି । ସବୁ ବର୍ଗର ଲୋକେ କିପରି ଏହି ସାଇକେଲ ଚଳାଇବା ପ୍ରତି ଆଗ୍ରହ ପ୍ରକଟ କରିବେ ସେଥିପ୍ରତି ଧ୍ୟାନ ଦିଆଯାଉଛି । ଗ୍ରାହକମାନଙ୍କୁ ମୋ ସାଇକେଲ୍‌ ଆପ୍‌ ଡାଉନ୍‌ଲୋଡ୍‌ ଓ ସେଥିରେ ପଞ୍ଜୀକରଣ ନିମନ୍ତେ ସହାୟତା କରାଯାଉଛି । ଯଦି କେହି ସମସ୍ୟାରେ ପଡନ୍ତି ତେବେ ସହାୟତା ବି ପ୍ରଦାନ କରାଯାଉଛି । କିଭଳି ମୋ ସାଇକେଲ ଚଳାଚଳ ଆରମ୍ଭ ଓ ଶେଷ କରାଯିବ, ସେସମ୍ପର୍କରେ ଅବଗତ କରାଯାଉଛି । ଏହାବ୍ୟତୀତ ମୋ ସାଇକେଲ୍‌ ବ୍ୟବହାରର ବିଭିନ୍ନ ଫାଇଦା ସମ୍ପର୍କରେ ମଧ୍ୟ ଗ୍ରାହକଙ୍କୁ ମାର୍ଗଦର୍ଶନ କରାଯାଉଛି ବୋଲି ଶ୍ରୀ ଦାଶ ସୂଚନା ଦେଇଛନ୍ତି ।