PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ଆସାମରେ ନକ୍ସଲଙ୍କ ନୂଆ ଆଡ୍ଡା

ନୂଆଦିଲ୍ଲୀ,୭ ।୪(ଏଜେନ୍ସି): ଆସାମରେ ବସବାସ କରୁଥିବା ବେଆଇନ ନାଗରିକଙ୍କୁ ତଡିବା ଲାଗି ଜାତୀୟ ନାଗରିକ ପଞ୍ଜୀକରଣ (ଏନ୍‌ଆର୍‌ସି) କାର୍ଯ୍ୟକାରୀ କରିବା ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଯୋଜନା ବନାଇଛନ୍ତି । ହେଲେ ତାକୁ ନେଇ ଆନ୍ଦୋଳନ ହେଉଥିବା ବେଳେ ମାଓବାଦୀମାନେ ତାହାର ଫାଇଦା ଉଠାଇବାକୁ ଉଦ୍ୟମ ଆରମ୍ଭ କରିଦେଇଛନ୍ତି । ସେମାନେ ଆସାମରେ ନୂଆ ଆଡ୍ଡା ପ୍ରତିଷ୍ଠା କରିଛନ୍ତି । ସେଠାରେ ସକ୍ରିୟ ଥିବା ଉଲ୍‌ଫା ଉଗ୍ରବାଦୀ ଓ ମୁସଲିମ୍‌ ସଙ୍ଗଠନ ଉପରେ ସେମାନେ ନଜର ପକାଇଛନ୍ତି । ସେହି ସଙ୍ଗଠନରୁ ସଦସ୍ୟମାନଙ୍କୁ ଆଣି ସାମିଲ କରିବାକୁ ନକ୍ସଲ ନେତମାନେ ପ୍ରସ୍ତୁତି ଚଳାଇଛନ୍ତି ।

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟରେ କାର୍ଯ୍ୟରତ ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ ଏନ୍‌ଆର୍‌ସିକୁ ବିରୋଧ କରୁଥିବା କିଛି ମୁସଲିମ ସଙ୍ଗଠନକୁ ନକ୍ସଲମାନେ ସମର୍ଥନ କରିବା ସହିତ ସେମାନଙ୍କୁ ସବୁ ପ୍ରକାର ସାହାଯ୍ୟ ଓ ସହଯୋଗ ଯୋଗାଇ ଦେଉଛନ୍ତି । ନକ୍ସଲମାନେ ଏବେ ସେମାନଙ୍କ ରଣନୀତି ବଦଳାଇଛନ୍ତି । ସେମାନେ ଉଲ୍‌ଫା ସହାୟତାରେ ଏକ ନୂଆ ସପ୍ଲାୟ କରିଡର ପ୍ରତିଷ୍ଠା କରିବାକୁ ଚାହୁଁଛନ୍ତି । ଯାହାଫଳରେ କ୍ୟାଡରମାନଙ୍କ ପାଇଁ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ସଂଗ୍ରହ କରିବା ସେମାନଙ୍କ ଲାଗି ସହଜ ହୋଇପାରିବ । ବର୍ତ୍ତମାନ ଆସାମରେ କିଛି ମାଓନେତାଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ମିଳିଛି । ଆସାମରେ ମାଓବାଦୀଙ୍କ ଗତିବିଧି କିଭଳି ରହିଛି, ସେମାନେ କିଭଳି ନୂଆ ସଙ୍ଗଠନ ଗଢ଼ିବାକୁ ଉଦ୍ୟମ କରୁଛନ୍ତି, ସଙ୍ଗଠନରେ କେତେ ସଦସ୍ୟଙ୍କୁ ସାମିଲ କଲେଣି, କେଉଁମାନେ ସେମାନଙ୍କୁ ସମର୍ଥନ କରୁଛନ୍ତି, କେଉଁ ଅଞ୍ଚଳରେ କାର୍ଯ୍ୟ କରୁଛନ୍ତି, କେଉଁସବୁ ନେତାଙ୍କ ଉପସ୍ଥିତି ରହିଛି ତାହା ଜାଣିବା ପାଇଁ ଉଦ୍ୟମ କରାଯାଉଥିବା ଉକ୍ତ ଅଧିକାରୀ ଜଣକ ପ୍ରକାଶ କରିଛନ୍ତି ।

ଏନ୍‌ଆରସି ଚୂଡାନ୍ତ ତାଲିକାରୁ ପ୍ରାୟ ୪୦ ଲକ୍ଷ ଲୋକ ବାଦ୍‌ ପଡିବା ପରେ ତାକୁ ନେଇ ବିବାଦ ଆରମ୍ଭ ହୋଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଓ ବିକ୍ଷୋଭ ଦେଖିବାକୁ ମିଳିଛି । ସୁରକ୍ଷାବାହିନୀ ଉପରେ ବଡଧରଣର ଆକ୍ରମଣ କରିବା ଲାଗି ମାଓବାଦୀମାନେ ରଣନୀତି ପ୍ରସ୍ତୁତ କରୁଛନ୍ତି । ଏଥିପାଇଁ ସେମାନେ ସଙ୍ଗଠନରେ ପ୍ରାୟ ୫ ହଜାର କ୍ୟାଡରଙ୍କୁ ସାମିଲ କରିବା ଲାଗି ଯୋଜନା ବନାଇଛନ୍ତି । ଆସାମରେ ମୁସଲିମ୍‌ ସଙ୍ଗଠନର ଯୁବକଙ୍କୁ ସଙ୍ଗଠନରେ ନେବାକୁ ଚାହୁଁଛନ୍ତି । ଛତିଶଗଡ, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରର କିଛି ଅଞ୍ଚଳକୁ ନେଇ ଗଠିତ ହୋଇଥିବା ମାଓ ସଙ୍ଗଠନର ଦଣ୍ଡକାରଣ୍ୟ ସ୍ୱତନ୍ତ୍ର ଜୋନାଲ କମିଟିର ମୁକାବିଲା କରିବା ସୁରକ୍ଷା ବାହିନୀ ପାଇଁ ବଡ ଚାଲେଞ୍ଜ ହୋଇଛି । ତେବେ ମାଓ ସଙ୍ଗଠନର କିଛି ନେତାଙ୍କ ବୟସାଧିକ୍ୟ ମଧ୍ୟ ସେମାନଙ୍କ ପାଇଁ ବଡ ସମସ୍ୟା ପାଲଟିଛି । ବୟସାଧିକ୍ୟ ଯୋଗୁ ସେମାନେ ବିଭିନ୍ନ ସ୍ଥାନକୁ ନିୟମିତ ଭାବେ ଯିବା ଆସିବା କରିବା ସମ୍ଭବ ହେଉନାହିଁ । ସେହିଭଳି ସଙ୍ଗଠନର ବହୁ ପୁରୁଣା ସଦସ୍ୟ ଆତ୍ମସମର୍ପଣ କରିବା ଓ କିଛି ସଦସ୍ୟ ସୁରକ୍ଷାକର୍ମୀଙ୍କ ଗୁଳିରେ ପ୍ରାଣ ହରାଇବା ପରେ ମାଓ ସଙ୍ଗଠନ ଦୁର୍ବଳ ହେବାରେ ଲାଗିଛି ।

ମାଓବାଦୀ ସଙ୍ଗଠନରେ ମଧ୍ୟ-ବୟସ୍କର ନେତା କିମ୍ବା କ୍ୟାଡରଙ୍କର ଘୋର ଅଭାବ ରହିଛି । ମାଓବାଦୀମାନେ ଆତଯାତ କରୁଥିବା କୋର୍‌ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ନିୟମିତ ପାଟ୍ରୋଲିଂ ଯୋଗୁ ସେମାନଙ୍କ ସପ୍ଲାୟ ଲାଇନ ସମ୍ପୂର୍ଣ୍ଣ ଭୁଶୁଡି ପଡିଛି । ଫଳରେ ସେମାନେ ଅସ୍ତ୍ରଶସ୍ତ୍ର ପାଇବା କଷ୍ଟକର ହୋଇପଡିଛି । ତେଣୁ ନୂଆ ସପ୍ଲାୟ ଲାଇନ ପ୍ରତିଷ୍ଠା କରିବାକୁ କିଛି ମାଓନେତା ଉଦ୍ୟମ ଚଳାଇଛନ୍ତି । ଦକ୍ଷିଣ ବସ୍ତର ଅନ୍ତର୍ଗତ ୩ଟି ଜିଲ୍ଲା ଯଥା ବିଜାପୁର, ଦାନ୍ତେୱାଡା ଓ ସୁକ୍‌ମା ହେଉଛି ମାଓବାଦୀଙ୍କର ସବୁଠାରୁ ସୁରକ୍ଷିତ ଗଡ । ଏଠାରେ ସେମାନେ ନୂଆ ସଦସ୍ୟଙ୍କୁ ସଙ୍ଗଠନରେ ସାମିଲ କରି ନିଜର ଶକ୍ତି ବଢ଼ାଇଥାନ୍ତି ଓ ସେମାନଙ୍କୁ ତାଲିମ୍‌ ଦେଇଥାନ୍ତି । ଦକ୍ଷିଣ ସୁକମା ହେଉଛି ପିଏଲ୍‌ଜିଏର ଅଭେଦ୍ୟ ଗଡ । ଏଠାରେ ସଙ୍ଗଠନର ପ୍ରାୟ ୧୫୦ରୁ ଅଧିକ ସଦସ୍ୟ ସକ୍ରିୟ ରହିଥିବା ଉକ୍ତ ଅଧିକାରୀ ଜଣକ ପ୍ରକାଶ କରିଛନ୍ତି