PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

ଇସ୍ରାଏଲୀ କଂପାନିର ଦାବି: କ୍ୟାନ୍‌ସରକୁ ଭଲ କରିବ ‘ମଟାଟୋ’

ଜେରୁଜେଲମ,୩୧ ।୧(ଏଜେନ୍ସି): ଇସ୍ରାଏଲର ଏକ କଂପାନି ଦାବି କରିଛି କି ସିଏ ବର୍ଷକ ଭିତରେ କ୍ୟାନ୍‌ସର ରୋଗକୁ ପୂରା ଭଲ କରିବା ପାଇଁ ଏକ ନୂଆ ଚିକିତ୍ସା ପଦ୍ଧତି ପ୍ରଚଳନ କରିବ । ସିଏ ଏବେ ଏଭଳି ଏକ ଔଷଧ ପ୍ରସ୍ତୁତ କରୁଛି ଯାହାର ପ୍ରୟୋଗ ଯୋଗୁ ଦେହରୁ କ୍ୟାନ୍‌ସରକୁ ସମ୍ପୂର୍ଣ୍ଣ ଭାବେ ନିପାତ କରାଯାଇପାରିବ । ଏହି ଉପାୟରେ ମାତ୍ର କିଛି ସପ୍ତାହ ଭିତରେ ରୋଗୀର ଚିକିତ୍ସା କରାଯାଇପାରିବ ଏବଂ ଏଥିପାଇଁ ଖୁବ୍‌ କମ୍‌ ଅର୍ଥ ବ୍ୟୟ ହେବ । ତା’ଛଡା ଏହି ଔଷଧର ପ୍ରୟୋଗ ଯୋଗୁ ଦେହରେ ପାଶ୍ୱର୍ ପ୍ରତିକ୍ରିୟା ଆଦୌ ଦେଖାଯିବ ନାହିଁ କିମ୍ବା ଅତି ସାମାନ୍ୟ ଧରଣର ପାଶ୍ୱର୍ ପ୍ରତିକ୍ରିୟା ପରିଲକ୍ଷିତ ହେବ ।
ଇସ୍ରାଏଲର ନେସ୍‌ ଜିଓନା ସ୍ଥିତ କିରୟାନ ୱିଜମ୍ୟାନ୍‌ ସାଇନ୍ସ ପାର୍କ ପରିସରରେ ୨୦୦୦ ମସିହାରେ ସ୍ଥାପନ କରାଯାଇଥିବା ଏକ ବାୟୋଟେକ୍‌ କଂପାନି ‘ଆକ୍ସିଲିରେଟେଡ ଇଭୋଲ୍ୟୁସନ ବାୟୋଟେକ୍ନୋଲୋଜିସ୍‌ ଲିମିଟେଡ’ ଏହି ଔଷଧ ପ୍ରସ୍ତୁତ କରିଛି । କଂପାନିର ମୁଖ୍ୟ ଡାନ ଏରିଡ଼ର ଦେଇଥିବା ସୂଚନା ଅନୁସାରେ, ଉକ୍ତ ଔଷଧର ନାମ ରଖାଯାଇଛି ‘ମଟାଟୋ (ମଲ୍ଟି-ଟାର୍ଗେଟ ଟକ୍ସିନ) । ଏହାକୁ ଏକ ଅତି ଶକ୍ତିଶାଳୀ ଏବଂ ପ୍ରଭାବଶାଳୀ କ୍ୟାନ୍‌ସର ଆଣ୍ଟିବାୟୋଟିକ୍‌ ବୋଲି କୁହାଯାଇପାରିବ । ଏହି ଔଷଧ ପ୍ରସ୍ତୁତ କରିବା ପାଇଁ କ୍ୟାନ୍‌ସର ନିରୋଧୀ ପେପ୍‌ଟାଇଡ ଓ କ୍ୟାନ୍‌ସର କୋଷିକାକୁ ନଷ୍ଟ କରିବାରେ ସକ୍ଷମ ଏକ ଟକ୍ସିନକୁ ବ୍ୟବହାର କରାଯାଇଛି ।
କ୍ୟାନ୍‌ସର ଚିକିତ୍ସା ପାଇଁ ବ୍ୟବହୃତ ଅନ୍ୟ ପ୍ରକାରର ଔଷଧର ପ୍ରୟୋଗ ସତ୍ତେ୍ୱ ଦେହରେ କିଛି କ୍ୟାନ୍‌ସର କୋଷିକା ବର୍ତ୍ତିଯାଇଥାନ୍ତି । ସେମାନେ ମ୍ୟୁଟେସନ ପ୍ରକ୍ରିୟାରେ ନୂଆ କୋଷ ସୃଷ୍ଟି କରିଥାନ୍ତି । ତେଣୁ ଦେହରୁ କ୍ୟାନ୍‌ସର ସମ୍ପୂର୍ଣ୍ଣ ଭାବେ ନିପାତ କରାଯାଇପାରେ ନାହିଁ । ମାତ୍ର ‘ମଟାଟୋ’ର ପ୍ରୟୋଗ କରାଗଲେ ଏହା ଏକସଙ୍ଗରେ ସମସ୍ତ କ୍ୟାନ୍‌ସର କୋଷିକା ଉପରେ ଆକ୍ରମଣ କରିବ ଏବଂ ତାହାକୁ ନଷ୍ଟ କରିଦେବ । ତେଣୁ ଏହାର ଉପଯୋଗ କରାଗଲେ କ୍ୟାନ୍‌ସରକୁ ନିର୍ମୂଳ କରିବା ସମ୍ଭବ ହେବ । ଏରିଡର କହିଛନ୍ତି କି ଏବେ ଏହାର କ୍ଲିନିକାଲ ଟ୍ରାୟଲ (ମଣିଷ ଉପରେ ପରୀକ୍ଷାମୂଳକ ପ୍ରୟୋଗ) କରାଯିବା ପାଇଁ ଯୋଜନା କରାଯାଇଛି ।

ସମ୍ବନ୍ଧିତ ଖବର