PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେସିଙ୍ଗା : କେସିଙ୍ଗାରେ ବୃଦ୍ଧି ପାଇବାରେ ଲାଗିଛି ସଟ୍ଟା ଖେଳ ସହିତ ବେଆଇନ ମଦ ବିକ୍ରି, ୩ ଗିରଫ
  • ||
  • କଣ୍ଟାବାଞ୍ଜି : ରାଜ୍ୟ ବାହାରେ ଓଡ଼ିଆ ପରିବାରକୁ ନିର୍ମମ ହତ୍ୟା, ସ୍ଵାମୀ-ସ୍ତ୍ରୀ ସମେତ ଦୁଇ ଛୁଆ ମୃତ
  • ||
  • କଟକ : ବଢିବ ହାଇସିକ୍ୟୁରିଟି ନମ୍ଵର ପ୍ଲେଟ ଅବଧି, ମାସେ ସମୟସୀମା ବୃଦ୍ଧିକଲେ ସରକାର
  • ||

ହଷ୍ଟେଲରୁ ମୋବାଇଲ୍‌ ଚୋରି

ଭୁବନେଶ୍ୱର,୨୩/୦୭(ବ୍ୟୁରୋ): ହଷ୍ଟେଲରେ ପଶି ମୋବାଇଲ୍‌ ଚୋରି କରିବା ଅଭିଯୋଗରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ଜଣଙ୍କୁ ଗିରଫ କରିଛି । ସେ ହେଲେ ଜଟଣୀ ଥାନା କଂସପଡା ଗାଁର ସୁଦର୍ଶନ ବେହେରା(୨୭) । ପୁଲିସ ତାଙ୍କ ଠାରୁ ଦୁଇଟି ମୋବାଇଲ୍‌ ଫୋନ୍‌ ଜବତ କରିଛି । ପୁଲିସ କହିବା ମୁତାବକ, ବିଶ୍ୱଜିତ୍‌ ପ୍ରଧାନ ଚନ୍ଦ୍ରଶେଖରପୁର ପ୍ରଗତି ବିହାର ଏନ୍‌କ୍ଲେଭରେ ଥିବା ଏକ ହଷ୍ଟେଲରେ ରୁହନ୍ତି । ଜୁନ ୩୦ ତାରିଖରେ ବିଶ୍ୱଜିତ ତାଙ୍କ ରୁମ୍‌ରେ ଶୋଇଥିଲେ । ହେଲେ କବାଟ ବନ୍ଦ କରିବାକୁ ଭୁଲି ଯାଇଥିଲେ । ଏହି ସୁଯୋଗରେ ସୁଦର୍ଶନ ତାଙ୍କ ରୁମ୍‌ରେ ପଶି ୨ଟି ମୋବାଇଲ୍‌ ନେଇ ପଳାଇଥିଲେ । ଅଭିଯୋଗକ୍ରମେ ପୁଲିସ ଘଟଣାର ତଦନ୍ତ କରିବା ସହ ମୋବାଇଲ୍‌ ଫୋନ୍‌କୁ ଟ୍ରାକ୍‌ କରୁଥିଲା । ସୁଦର୍ଶନ ଆଜି ମୋବାଇଲ୍‌ ବିକିବାକୁ ଡମଣା ହାଇସ୍କୁଲ ନିକଟ ଏକ ଦୋକାନକୁ ନେଇଥିବା ବେଳେ ପୁଲିସ ହାତରେ ଧରା ପଡ଼ିଥିଲେ ।