PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେସିଙ୍ଗା : କେସିଙ୍ଗାରେ ବୃଦ୍ଧି ପାଇବାରେ ଲାଗିଛି ସଟ୍ଟା ଖେଳ ସହିତ ବେଆଇନ ମଦ ବିକ୍ରି, ୩ ଗିରଫ
  • ||
  • କଣ୍ଟାବାଞ୍ଜି : ରାଜ୍ୟ ବାହାରେ ଓଡ଼ିଆ ପରିବାରକୁ ନିର୍ମମ ହତ୍ୟା, ସ୍ଵାମୀ-ସ୍ତ୍ରୀ ସମେତ ଦୁଇ ଛୁଆ ମୃତ
  • ||
  • କଟକ : ବଢିବ ହାଇସିକ୍ୟୁରିଟି ନମ୍ଵର ପ୍ଲେଟ ଅବଧି, ମାସେ ସମୟସୀମା ବୃଦ୍ଧିକଲେ ସରକାର
  • ||

ବାଚସ୍ପତିଙ୍କ କଡା ରୁଲିଂ: ବିଧାନସଭାରେ ମୋବାଇଲ୍ ରିଂ ହେଲେ କରାଯିବ ସିଜ୍

ଭୁବନେଶ୍ୱର ୨୪/୭: ଏଥର ବିଧାନସଭା ଗୃହକୁ ମୋବାଇଲ୍ ସ୍ୱିଚ୍ ଅଫ କରି ଯିବେ ବିଧାୟକ । ବିଧାନସଭାରେ ବାଚସ୍ପତି ନୂଆ ରୁଲ୍ କରିଛନ୍ତି । ଏଣିକି ଯଦି ବିଧାସଭା ଭିତରେ କାହାର ମୋବାଇଲ୍ ରିଂ ହେବ କିମ୍ବା ଯଦି କିଏ ମୋବାଇଲ୍ ବ୍ଯବହାର କରୁଥିବା ନଜର ଆସିବ ତେବେ ତାଙ୍କ ମୋବାଇଲ୍ ସିଜ୍ କରିଦିଆଯିବ । ଏଭଳି ନିୟମ ଶୁଣାଇଦେଇଛନ୍ତି  ବାଚସ୍ପତି ସୂର୍ଯ୍ଯନାରାୟଣ ପାତ୍ର ।

ପୂର୍ବରୁ ମଧ୍ଯ ଅନେକଥର ବିଧାନସଭାକୁ ମୋବାଇଲ୍ ନେବା ଉପରେ ରୋକ୍ ଲଗାଯାଇଛି । କିନ୍ତୁ କୌଣସି ବି ସଦସ୍ଯ ଏହାକୁ ମାନୁନାହାଁନ୍ତି । ଅନେକ ଥର ଗୃହରେ ମୋବାଇଲ୍ ବାଜୁଥିବାରୁ ଗୃହ କାର୍ଯ୍ଯରେ ବାଧା ଉପୁଜୁଛି । କିନ୍ତୁ ଏବେ ବାଚସ୍ପତି ରୋକଠୋକ୍ ଶୁଣାଇ ଦେଇଛନ୍ତି ଯେ ନୂଆ ନିୟମାନୁସାରେ ମୋବାଇଲ୍ ସ୍ୱିଚ୍ ଅଫ ନକଲେ ତାହା ସିଜ୍ କରିଦିଆଯିବ ।

ସମ୍ବନ୍ଧିତ ଖବର