PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : କେନ୍ଦୁଝର ଜିଲ୍ଲା ସଦର ଥାନା ସୁଆକାଠି ନିକଟରୁ ଦୁଇଟି ବଳଦ ବୋଝେଇ ଗାଡ଼ି ଜବତ
  • ||
  • କଣ୍ଟାବାଞ୍ଜି : ପ୍ରାଥମିକ ବିଦ୍ୟାଳୟର ତାଲା ଭାଙ୍ଗି ଲୁଟ୍
  • ||

ବାପାଙ୍କ ପ୍ରତିଶ୍ରୁତିଠୁ ବଳି ପଡ଼ିଲା ପୁଅର ଜିଦ୍‌: ମୋବାଇଲ ପାଇଁ ଜୀବନ ହାରିଲେ ଛାତ୍ର ! ଜଙ୍ଗଲରୁ ଉଦ୍ଧାର ହେଲା ମୃତଦେହ

ବାଡ଼େନ,୨୧/୧୧: ମୋବାଇଲ କିଣିବା ଜିଦ୍‌ରେ ଅଡ଼ି ବସିଥିଲେ ଛାତ୍ର । ଆର୍ଥିକ ଅନଟନ ଯୋଗୁଁ କଥା ଟାଳି ଚାଲିଥିଲେ ବାପା । ଉଚିତ ସମୟରେ କିଣିବାର ପ୍ରତିଶ୍ରୁତି ବି ଦେଲେ । ହେଲେ ଅତି ଭୟାନକ ପରିଣତି ସହ ବାପାଙ୍କ ପ୍ରତିଶ୍ରୁତିକୁ ବଳି ପଡ଼ିଲା ପୁଅର ଜିଦ୍‌ । ସାମାନ୍ୟ ଏକ ମୋବାଇଲ ପାଇଁ ଜୀବନ ହାରିଛନ୍ତି ଜଣେ ଯୁକ୍ତଦୁଇ ଛାତ୍ର । ସଂପୃକ୍ତ ଛାତ୍ର ଓଁକାର ମାଝି(୧୭)ଙ୍କ ମୃତଦେହ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି । ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା କିରକେଲା ଗାଁର ଆଜିର ଏହି ଘଟଣା ଜିଲ୍ଲାବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଛି।

ପୁଲିସ ସୂଚନାନୁଯାୟୀ, ବୋଡ଼େନ ବ୍ଲକ କର୍ଲାକୋଟ ପଞ୍ଚାୟତ କିରକେଲା ଗାଁର ଓଁଙ୍କାର ମାଝି ବିଜୁ ପଟ୍ଟନାୟକ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତଦୁଇ ପଢୁଥିଲେ । ଗତ ୧୪ତାରିଖ ବାପାଙ୍କୁ ମୋବାଇଲ ପାଇଁ ଜିଦ୍‌ ଧରି କହିଥିଲେ । ହେଲେ ବାପା ପଇସା ନାହିଁ, ଧାନ ବିକିବା ପରେ ମୋବାଇଲ୍‌ କିଣିଦେବେ ବୋଲି ପୁଅକୁ ପ୍ରତିଶ୍ରୁତି ଦେଇଥିଲେ । ବାପାଙ୍କ ଉପରେ ରାଗି ଉତ୍‌କ୍ଷିପ୍ତ ଓଁଙ୍କାର ସେହିଦିନ ଘରୁ କୁଆଡ଼େ ଚାଲିଯାଇଥିଲେ । ପରିବାର ଲୋକେ ତାଙ୍କୁ ବହୁ ଖୋଜାଖୋଜି ପରେ ବି ପାଇନଥିଲେ । ନିଖୋଜ ହେବାର ୫ଦିନ ପରେ ଶନିବାର ଗାଁ ପାଖ ଜଙ୍ଗଲର ଏକ ଗଛରେ ଓଁଙ୍କାରଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଗ୍ରାମବାସୀ ଦେଖିବାକୁ ପାଇ ପରିବାରକୁ ଖବର ଦେଇଥିଲେ । ପରିବାର ଲୋକଙ୍କ ଠାରୁ ଖବର ପାଇ ପୁଲିସ ମୃତଦେହ ଜବତ କରିଥିଲା ।