PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲମତାପୁଟ : ୮ଲକ୍ଷ ଟଙ୍କାର ଗଞ୍ଜେଇ ଵୋଝେଇ କାର ଜବତ, ମାଫିଆ ଫେରାର
  • ||
  • ଧର୍ମଗଡ଼ : ୩ କୁଇଣ୍ଟାଲ ୨୦ କେ.ଜିର ଜବତ, ଜଣେ ଗିରଫ
  • ||
  • ବାଲିଗୁଡ଼ା : ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ସନ୍ଦିଗ୍ଧ ଛାତ୍ର ଅଟକ
  • ||
  • କଣ୍ଟାବାଞ୍ଜି : ତ୍ରିନାଥ ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଓ ରୂପାର ଝୁମର ଚୋରି କରିନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା କାଙ୍କଡ଼ପାଳ ଗ୍ରାମରେ ବଚସାକୁ ନେଇ ଫାଙ୍କା ଗୁଳିଚାଳନା, ଭୟରେ ଖସିପଡ଼ି ଜଣେ ଆହତ, ଘଟଣା ସ୍ଥଳରୁ ୩ ଖୋକା ଜବତ
  • ||

ବିଦାୟୀ ଭାଷଣରେ ବିରୋଧୀଙ୍କୁ ମୋଦିଙ୍କ କଟାକ୍ଷ: କାଇଁ ଭୂକମ୍ପ ହେଲାନି ତ !

source:www.financialexpress.com

ନୂଆଦିଲ୍ଲୀ,୧୩ ।୨(ଏଜେନ୍ସି): ଆଜି ୧୬ତମ ଲୋକସଭାର ଶେଷ କାର୍ଯ୍ୟଦିବସ ଥିଲାବେଳେ ଏହି ଅବସରରେ ବକ୍ତବ୍ୟ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ପାଞ୍ଚ ବର୍ଷ ଭିତରେ ତାଙ୍କ ସରକାରଙ୍କ ସଫଳତା ବଖାଣିବା ସହିତ ବିରୋଧୀ ଦଳ ବିଶେଷ କରି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ କଟାକ୍ଷ କରିଥିଲେ ।
ରାହୁଲଙ୍କୁ ଟାର୍ଗେଟ କରି ମୋଦି କହିଥିଲେ କି ମୁଁ ଏଠାରେ ‘ଗଲେ ମିଲନା ଔର ଗଲେ ପଡ଼ନା( ଜଣକୁ ଆଲିଙ୍ଗନ କରିବା ଏବଂ ଜଣଙ୍କ ଉପରେ ପଡ଼ିବା)’ ଭିତରେ ଥିବା ଫରକ ଜାଣିଲି । ଗତ ବର୍ଷ ଜୁଲାଇରେ ରାହୁଲ ସଦନ ମଧ୍ୟରେ ମୋଦିଙ୍କ ଆସନ ନିକଟକୁ ଯାଇ ତାଙ୍କୁ କୁଣ୍ଢାଇବା ଘଟଣାକୁ ଇଙ୍ଗିତ କରି ସେ ଏହା କହିଥିଲେ । ସେ ପୁଣି କହିଥିଲେ କି ସଂସଦରେ ଭୂମିକମ୍ପ ହେବ ବୋଲି କୁହାଯାଉଥିଲା । କାଇଁ ଭୂମିକମ୍ପ ହେଲା ନାହିଁ ତ! ରାହୁଲଙ୍କ ଦ୍ୱାରା ଗୃହ ଭିତରେ ଆଖି ମରାଯିବା ଘଟଣାକୁ ନେଇ ମୋଦି କହିଥିଲେ କି ‘ସଦନ ମେଁ ଆଖିଓଁ କୀ ଗୁସ୍ତାଖିୟାଁ’ ଯୋଗୁ ମିଡିଆକୁ ଚର୍ଚ୍ଚା କରିବା ପାଇଁ ଖୋରାକ୍‌ ମିଳିଥିଲା । ସେହିପରି ଗୃହ ମଧ୍ୟରେ ଅନେକ ଥର କାଗଜରେ ନିର୍ମିତ ପ୍ଲେନ ଉଡ଼ାଯାଇଥିଲା । କିନ୍ତୁ ଭାରତର ଗଣତନ୍ତ୍ର ଏବଂ ଲୋକସଭାର ଗରିମା ଏତେ ଉଚ୍ଚ ଯେ ଏଭଳି ପ୍ଲେନ୍‌ ତାହାକୁ କେବେହେଲେ ଛୁଇଁପାରିବ ନାହିଁ ।
ରାହୁଲଙ୍କ ଛଡା ଆଜି ମୋଦିଙ୍କ ଟାର୍ଗେଟରେ ଥିଲେ ଲୋକସଭାରେ କଂଗ୍ରେସ ଦଳର ନେତା ମଲ୍ଲିକାର୍ଜ୍ଜୁନ ଖରଗେ । ତାଙ୍କ ସମ୍ପର୍କରେ ମୋଦି କହିଥିଲେ କି ଅନେକ ଥର ଖରଗେଙ୍କ ସହିତ ମୋର କଥା କଟାକଟି ହୋଇଛି । ଆଜି ଯଦି ଖରଗେଙ୍କର ଗଳା ଖରାପ ହୋଇନଥାନ୍ତା, ତାହାହେଲେ ତାଙ୍କ ମୁହଁରୁ କିଛି ଶୁଣିବାକୁ ମିଳିଥାନ୍ତା । କିନ୍ତୁ ଆଜି ଏହା ସମ୍ଭବପର ହେଉନଥିବାରୁ ପରେ ସେ ଏହା ଶୁଣିନେବେ । ଅବଶ୍ୟ ମୋଦି ପରେ ଖରଗେଙ୍କ ପ୍ରଂଶସାରେ ବି ଗୋଟିଏ ବାକ୍ୟ କହିଥିଲେ । ବିଜେପିର ବରିଷ୍ଠ ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କ ଭଳି ଖରଗେ ପ୍ରାୟ ସମୟ ସଦନରେ ଉପସ୍ଥିତ ରହୁଥିବାରୁ ସେ ପ୍ରଶଂସାର ପାତ୍ର ବୋଲି ମୋଦି ମତ ଦେଇଥିଲେ ।
ଲୋକସଭାରେ ବିଜେପିକୁ ୨୦୧୪ ନିର୍ବାଚନରେ ସଂଖ୍ୟାଗରିଷ୍ଠତା ମିଳିବା ଉପରେ ମୋଦି କହିଥିଲେ କି ଗତ ତିନି ଦଶନ୍ଧି ମଧ୍ୟରେ ପ୍ରଥମ ଥର ପାଇଁ ଗୋଟିଏ ସରକାରକୁ ବହୁମତ ମିଳିଥିଲା । ୩୦ ବର୍ଷ ତଳେ ଦେଶରେ ବାଜପେୟୀଙ୍କ ନେତୃତ୍ୱରେ ଅଣ-କଂଗ୍ରେସ ଗୋତ୍ରର ଏକ ସରକାର ବନିଥିଲା । ୩୦ ବର୍ଷ ପରେ ଦେଶରେ ପୁଣି ଥରେ ଏପରି ଘଟିଥିଲା । ଏଥିପାଇଁ ଦେଶର ୧୨୫ କୋଟି ଲୋକଙ୍କୁ ସେ କୃତଜ୍ଞତା ଜ୍ଞାପନ କରିଥିଲେ ।
ନିଜ ସରକାରର ସଫଳତା ସମ୍ପର୍କରେ ସୂଚନା ଦେଇ ସେ କହିଥିଲେ କି ‘ଗତ ୫ ବର୍ଷ ଭିତରେ ଆନ୍ତର୍ଜାତିକ ସ୍ତରରେ ଭାରତର ପ୍ରଭାବ ବୃଦ୍ଧି ପାଇଛି ଏବଂ ଭାରତ ଦ୍ରୁତ ବିକାଶ ହାସଲ କରିବା ଦିଗରେ ଅଗ୍ରସର ହେଉଛି । ଏବେ ଭାରତର ଆତ୍ମବିଶ୍ୱାସ ସବୁଠାରୁ ଅଧିକ ରହିଛି । ଏହାକୁ ମୁଁ ଏକ ସକରାତ୍ମକ ଲକ୍ଷଣ ବୋଲି ମନେ କରୁଛି । କାରଣ ଏହା ଦେଶର ବିକାଶକୁ ବି ପ୍ରୋତ୍ସାହିତ କରିଥାଏ । ଗତ ୫ ବର୍ଷ ଭିତରେ ଭାରତ ସବୁଠାରୁ ଅଧିକ ଉପଗ୍ରହ ପ୍ରେରଣ କରିଛି । ବିଶ୍ୱ ତାପମାତ୍ରା ବୃଦ୍ଧିକୁ ନେଇ ବିଭିନ୍ନ ଦେଶରେ ଚିନ୍ତା ପ୍ରକଟ ପାଉଥିଲାବେଳେ ଭାରତର ଉଦ୍ୟମ କ୍ରମେ ଇଣ୍ଟରନ୍ୟାସନାଲ ସୋଲାର ଆଲାଏନ୍ସ (ସୌରଶକ୍ତିର ବ୍ୟାପକ ବ୍ୟବହାର ପାଇଁ ଗଠିତ ମେଣ୍ଟ) ଗଠନ କରାଯାଇଛି । ଭାରତ ଏବେ ବିଶ୍ୱର ୬ଷ୍ଠ ବୃହତ୍‌ ଅର୍ଥନୀତିରେ ପରିଣତ ହୋଇଥିଲାବେଳେ ଆଗାମୀ କିଛି ବର୍ଷ ମଧ୍ୟରେ ଏହାର ଅର୍ଥନୀତିର ଆକାର ୫ ଟ୍ରିଲିୟନ ଡଲାରରେ ପହଞ୍ଚିବ । ବିଶ୍ୱର ଡିଜିଟାଲ ମ୍ୟାପରେ ମଧ୍ୟ ଆମେ ଭାରତକୁ ଏବେ ସ୍ଥାନିତ କରିଛୁ’ ।
ଲୋକସଭାରେ କାର୍ଯ୍ୟ ସମ୍ପର୍କରେ ମତ ଦେଇ ମୋଦି କହିଥିଲେ କି ଚଳିତ ଲୋକସଭାକୁ ସବୁଠାରୁ ଅଧିକ ମହିଳା ସାଂସଦ ନିର୍ବାଚିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୪ ଜଣ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଥିଲେ । ଲୋକସଭାରେ ଆମ ସରକାର ଦ୍ୱାରା ଆଗତ ୨୧୯ଟି ବିଲ୍‌ରୁ ୨୦୩ଟି ଗୃହୀତ ହୋଇଛି । ଆମେ କଳାଧନ ଏବଂ ଦୁର୍ନୀତି ରୋକିବାକୁ କଡ଼ା ଆଇନ ବି ପ୍ରଣୟନ କରିଛୁ । ପ୍ରାୟ ୧୪୦୦ ପୁରୁଣା ଆଇନକୁ ରଦ୍ଦ କରାଯାଇଛି । ଲୋକସଭାରେ ଜିଏସଟି ବିଧେୟକ ଗୃହୀତ ହୋଇଥିଲା । ସବୁ ଦଳମଧ୍ୟରେ ସହଯୋଗ ଯୋଗୁ ଏହା ସମ୍ଭବପର ହୋଇପାରିଥିଲା । ଗତ ୫ ବର୍ଷ ଭିତରେ ଲୋକସଭାର ଯେତେ ଅଧିବେଶନ ବସିଛି, ସେଥିମଧ୍ୟରୁ ୮ଟିରେ ସଦନର ପ୍ରଦର୍ଶନ ୧୦୦% ରହିଛି । କିନ୍ତୁ ସବୁ ଅଧିବେଶନରେ ସଦନର ପ୍ରଦର୍ଶନ ହାରାହାରି ୮୫% ରହିଛି । ତେଣୁ ଏହି ସରକାର ସମୟରେ ଲୋକସଭାରେ ପୂର୍ବାପେକ୍ଷା ଅଧିକ ସମୟ କାର୍ଯ୍ୟ ହୋଇଛି ।
ସେହିପରି ଟିଡିପି ସାଂସଦ ନରମାଲି ଶିବପ୍ରସାଦ ସବୁ ଅଧିବେଶନରେ ପ୍ରତି ଦିନ ଏକ ନୂଆ ପୋଷାକ ଓ ନୂଆ ବେଶରେ ସଦନକୁ ଆସୁଥିବାରୁ ତାହାର ଉଲ୍ଲେଖ କରି ମୋଦି କହିଥିଲେ କି ତାଙ୍କ ଉପରେ ନଜର ପଡ଼ିବା ମାତ୍ରେ ସମସ୍ତଙ୍କର ଟେନସନ ଦୂର ହୋଇଯିବ ।

ସମ୍ବନ୍ଧିତ ଖବର