ଜୁଲାଇ ୫ରେ ବଜେଟ୍

ନୂଆଦିଲ୍ଲୀ, ୩୧ା୫(ଏଜେନ୍ସି): କ୍ରମାଗତ ଦ୍ୱିତୀୟ ଥର ପାଇଁ କ୍ଷମତାକୁ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନୂଆ ସରକାରଙ୍କ ଅଧୀନରେ ଜୁନ୍ ୨୦ରୁ ସଂସଦରେ ଆରମ୍ଭ ହେବ ବଜେଟ୍ ଅଧିବେଶନ । ଜୁଲାଇ ୨୬ ଯାଏ ଏହା ଚାଲିବ ଏବଂ ଜୁଲାଇ ୫ରେ ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ ୨୦୧୯-୨୦ ଆର୍ଥିକବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ । ଜୁଲାଇ ୪ରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରାଯିବ । ଶୁକ୍ରବାର ନୂଆ ସରକାରଙ୍କ ପ୍ରଥମ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ମୋଦି ୨.୦ର ଏହା ପ୍ରଥମ ବଜେଟ୍ । ୧୭ ତମ ଲୋକ ସଭାର ଏହା ହେବ ପ୍ରଥମ ଅଧିବେଶନ । ଜୁନ୍ ୨୦ରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଉଭୟ ଗୃହର ଯୁଗ୍ମ ବୈଠକରେ ଉଦ୍ବୋଧନ ଦେବେ । ଜୁଲାଇ ୧୯ରେ ନୂଆ ଲୋକସଭା ବାଚସ୍ପତିଙ୍କୁ ନିର୍ବାଚିତ କରାଯିବ । ବିଜେପି ନେତୃତ୍ୱାଧୀନ ଏନ୍ଡିଏ ଲୋକସଭା ନିର୍ବାଚନରେ ରେକର୍ଡ ୩୫୨ ସିଟ୍ରେ ବିଜୟୀ ହୋଇ କ୍ଷମତାକୁ ଆସିଛି ।