କୃଷ୍ଣପ୍ରସାଦ,୧୭ା୧(ଆପ୍ର): ମହିଳାଙ୍କ ସ୍ୱାଭିମାନ, ରୋଜଗାର, ସ୍ୱାସ୍ଥ୍ୟ ଓ ସଶକ୍ତ କରିବା ଦିଗରେ ମୋଦି ସରକାର ଦାୟିତ୍ୱର ସହ କାର୍ଯ୍ୟ କରୁଛନ୍ତି । ପୁରୀ ଜିଲ୍ଲା କୃଷ୍ଣପ୍ରସାଦଠାରେ ଅନୁଷ୍ଠିତ ଉଜ୍ଜ୍ୱଳା ସ୍ୱାଭିମାନ ଉତ୍ସବରେ ଯୋଗଦେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି । ଶ୍ରୀ ପ୍ରଧାନ କହିଲେ, ବର୍ତ୍ତମାନ ସୁଦ୍ଧା ଦେଶର ୭୦ ପ୍ରତିଶତ ଲୋକ ଉଜ୍ଜ୍ୱଳା ଯୋଜନାରେ ଲାଭ ପାଇଛନ୍ତି । ଦେଶର ୬କୋଟି ଗରିବ ଓ ଓଡ଼ିଶାର ୩୫ଲକ୍ଷ ପରିବାରକୁ ଏଲ୍ପିଜି ସଂଯୋଗ ଦିଆଯାଇଛି । ଆଗାମୀ କିଛି ମାସ ମଧ୍ୟରେ ଓଡ଼ିଶାରେ ଜଣେ ବି ଗରିବ ଲୋକ ଏଥିରୁ ବଞ୍ôଚତ ହେବେ ନାହିଁ ।
ଚିଛିଣି ତ୍ରିଲୋଚନେଶ୍ୱର ଦେବଙ୍କ ମନ୍ଦିର ସମ୍ମୁଖରେ ହେଲିକପ୍ଟରରୁ ଅବତରଣ କରିବା ପରେଦଳୀୟ କର୍ମକର୍ତ୍ତା ଓ କର୍ମୀମାନେ ଶ୍ରୀ ପ୍ରଧାନଙ୍କୁ ଚାରିଛକ ଚିଲିକା ଗାନ୍ଧୀ ଉଦୟନାଥ ଷ୍ଟାଡିୟମ ଉତ୍ସବସ୍ଥଳକୁ ପାଛୋଟି ନେଇଥିଲେ । ମୁଖ୍ୟ ଅତିଥି ଶ୍ରୀ ପ୍ରଧାନ ତାଙ୍କ ଉଦ୍ବୋଧନରେ କହିଲେ, ମହିଳାଙ୍କୁ ସଶକ୍ତ କରିଥିବା ଏହିପରି ଏକ ଯୋଜନାକୁ ମୁଖ୍ୟମନ୍ତ୍ରୀ ବିରୋଧ କରୁଛନ୍ତି । ଭାରତବର୍ଷ ଓଡ଼ିଶାକୁ ଏକ ନମ୍ବର ରାଜ୍ୟ କରିବାର କଥା କହୁଥିବା ମୁଖ୍ୟମନ୍ତ୍ରୀ କେବଳ ବାହାପିଆ କଥା ଶୁଣାଉଛନ୍ତି । ଢେଙ୍କାନାଳରେ ବିୟର ଫ୍ୟାକ୍ଟ୍ରି କରିବା ପାଇଁ ଜଙ୍ଗଲ କାଟି ରାତି ଅଧିଆ ଜମି ଦିଆଯାଉଛି । ଦେଶରୁ ପଳାୟନ କରିଥିବା ନିରବ ମୋଦିଙ୍କୁ ହଜାର ହଜାର ଟଙ୍କା ଦେବାକୁ ମୁଖ୍ୟମନ୍ତ୍ରୀ ରାଜି କିନ୍ତୁ ଜାତୀୟ ରାଜପଥ ବା ପୁରୀ ଜିଲ୍ଲାର ବିକାଶ ପାଇଁ ଭାରତ ସରକାରଙ୍କୁ ଜମି ଦେଉ ନାହାନ୍ତି । କେନ୍ଦ୍ର ସରକାର ଯୋଜନା ପରେ ଯୋଜନା ରାଜ୍ୟକୁ ଦେଉଥିବା ବେଳେ ଏହାକୁ କାର୍ଯ୍ୟକାରୀ କରିବାରେ ରାଜ୍ୟ ସରକାର ବାଧକ ସାଜୁଥିବା ଶ୍ରୀ ପ୍ରଧାନ କହିଛନ୍ତି ।
ଶ୍ରୀ ପ୍ରଧାନ କହିଲେ, ଦେଶରେ ପ୍ରତିବର୍ଷ ଘରୋଇ ଧୂଆଁ କାରଣରୁ ୫ଲକ୍ଷ ମାଆ, ଭଉଣୀଙ୍କ ଜୀବନ ଯାଉଥିଲା । ୧୯୫୬ରୁ ୨୦୧୪ ମସିହା ୬୦ବର୍ଷ ମଧ୍ୟରେ ମାତ୍ର ୧୩କୋଟି ଘରେ ଏଲ୍ପିଜି ପହଞ୍ôଚ ପାରିଥିଲା । ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେବା ପରେ ଗରିବ ମାଆ, ଭଉଣୀଙ୍କ ଆଖିରୁ ଲୁହ ପୋଛିବା ପାଇଁ ଦାୟିତ୍ୱ ନେଲେ । ମାତ୍ର ସାଢ଼େ ୪ବର୍ଷ ସରକାରରେ ମୋଦି ସରକାର ଗ୍ୟାସ ଯୋଗାଣ ଦ୍ୱିଗୁଣିତ କରିବାରେ ସଫଳ ହୋଇଛନ୍ତି । ୨୦୧୪ରେ ପୁରୀ ଜିଲ୍ଲାରେ ୪ଲକ୍ଷ ପରିବାର ମଧ୍ୟରୁ ୭୮ହଜାର ଓ ବ୍ରହ୍ମଗିରିର ମାତ୍ର ୩୦ହଜାର ୨୨୬ ପରିବାର ମଧ୍ୟରୁ ୧୪୧୪ଜଣଙ୍କ ଘରେ ଏଲ୍ପିଜି ସଂଯୋଗ ଥିଲା । ମାତ୍ର ଆଜି ପ୍ରଧାନମନ୍ତ୍ରୀଙ୍କ ଉଜ୍ଜ୍ୱଳା ଯୋଜନାରେ ତାହା ବୃଦ୍ଧି ପାଇ ୩୧ ହଜାର ୭୨୯ରେ ପହଞ୍ôଚଛି । ଶ୍ରୀ ପ୍ରଧାନ ଆହୁରି କହିଲେ, ୧୯ବର୍ଷ ଶାସନ ଦାୟିତ୍ୱରେ ରହିବା ପରେ ଗତମାସରେ ମୁଖ୍ୟମନ୍ତ୍ରୀ ଏଠାକୁ ଆସି ଫଳକ ଲଗାଇଛନ୍ତି । ୧୪୯ ଘରେ ପାଣି ପହଞ୍ଚାଇ ଦେଲେ । ତେବେ କୃଷ୍ଣପ୍ରସାଦର ସବୁ ଗାଁରେ ପାଇପ୍ ପାଣି ପହଞ୍ôଚ ପାରି ନାହିଁ । ବାହାଘର ବେଳେ ବାଇଗଣ ରୁଆ ଭଳି ଏବେ କାମ ଚାଲିଛି ।
ଶ୍ରୀ ପ୍ରଧାନ କହିଲେ, ସମୁଦ୍ର କୂଳରେ ୪୧୫ କିମି ବ୍ୟାପୀ ଗଞ୍ଜାମ ଜିଲ୍ଲାର ଗୋପାଳପୁରରୁ ପଶ୍ଚିମବଙ୍ଗର ଦୀଘା ପର୍ଯ୍ୟନ୍ତ କୋଷ୍ଟାଲ ହାଇୱେ କରିବା ପାଇଁ ମୋଦି ସରକାର ଉଦ୍ୟମ ଆରମ୍ଭ କରିଛନ୍ତି । ସାଗରମାଳା ପ୍ରକଳ୍ପ, ଭାରତମାଳା ପ୍ରକଳ୍ପରେ ଏହି ୪୧୫ କିମି ଉପକୂଳ ଅଞ୍ଚଳରେ ମେରାଇନ୍ ଡ୍ରାଇଭ ପରି ରାସ୍ତା କରିବା ପାଇଁ ଭାରତ ସରକାର ନିଷ୍ପତ୍ତି କଲେ । ଏହା ଦ୍ୱାର ବ୍ରହ୍ମଗିରି ଅଞ୍ଚଳର ଅଧିବାସୀ ଲାଭ ପାଇଥାନ୍ତେ । ୨୦୧୬ରୁ ୨୦୧୮ ପର୍ଯ୍ୟନ୍ତ ତିିନି ବର୍ଷ ଧରି ଏହି ରାସ୍ତାର ନକ୍ସା ରାଜ୍ୟ ସରକାର, ମୁଖ୍ୟ ଶାସନ ସଚିବ, ଉପମୁଖ୍ୟ ଶାସନ ସଚିବ, ପୁରୀ, ଗଞ୍ଜାମ, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଜିଲ୍ଲାପାଳମାନଙ୍କୁ ଦିଆଗଲା । ରାଜ୍ୟ ସରକାର ଜମି ଅଧିଗ୍ରହଣ କରି କେନ୍ଦ୍ର ସରକାରଙ୍କୁ ଦେଇଥାନ୍ତେ । କେନ୍ଦ୍ର ୧୦ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରି ୪୧୫ କିମିକୁ ଜାତୀୟ ରାଜପଥ ବନାଇ ଥିଲେ ଏ ଅଞ୍ଚଳର ବିକାଶ ହୋଇଥାନ୍ତା । ଏ ଅଞ୍ଚଳର ଭବିଷ୍ୟତ ପରିବର୍ତ୍ତନ ହୋଇଥାନ୍ତା କିନ୍ତୁ ସରକାରଙ୍କ ଟାଳଟୁଳ ନୀତି ଯୋଗୁ ଏହା ହୋଇ ପାରି ନାହିଁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ସେହିପରି ଚିଲିକାରେ ଅଢ଼େଇ କିମି ଲମ୍ବ ବ୍ରିଜ ତିଆରି ହେଲେ ପୁରୀ ସହ ଗଞ୍ଜାମ ଯୋଡ଼ି ହେବ । ଗଞ୍ଜାମବାସୀ ସାତପଡ଼ା ଦେଇ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଥାନ୍ତେ । ମାତ୍ର ଏହା ୨୦୧୮ ନଭେମ୍ବରରୁ ଓଡ଼ିଶା କୋଷ୍ଟାଲ ଜୋନ୍ ମ୍ୟାନେଜମେଣ୍ଟ ନିକଟରେ ପଡ଼ି ରହିଛି । ବ୍ରିଜ ପାଇଁ ୫୦୦ କୋଟିରୁ ଅଧିକ ଖର୍ଚ୍ଚ ହେବ । ଓଡ଼ିଶା ସରକାର କେବଳ ଅନୁମତି ଦେବାକୁ ଥିବା ବେଳେ ଆଜି ପର୍ଯ୍ୟନ୍ତ ଅନୁମତି ମିଳି ପାରିଲା ନାହିଁ ।
୨୦୦ବର୍ଷ ପୂର୍ବେ ଓଡ଼ିଶା ପାଇଁ ସଂଗ୍ରାମ କରିଥିବା ବକ୍ସି ଜଗବନ୍ଧୁଙ୍କ ବରୁଣେଇ ପାହାଡ଼ର ପାଦ ଦେଶରେ ସ୍ମାରକୀ ନିର୍ମାଣ ପାଇଁ ଓଡ଼ିଶା ସରକାର ମାଗଣାରେ ଜମି ଯୋଗାଇ ଦେବାକୁ କହିଲେ କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । ମୁଖ୍ୟମନ୍ତ୍ରୀ କେବଳ ଭାରତ ସରକାରଙ୍କୁ ନୁହେଁ ମୋଦିଙ୍କୁ ଠକିଲେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ବ୍ରହ୍ମଗିରି ନିର୍ବାଚନମଣ୍ଡଳୀ ବିଜେପିର ଯୁବ ନେତା ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୧୫୦୦ ଜଣ ଉଜ୍ଜ୍ୱଳା ହିତାଧିକାରୀଙ୍କୁ ଗ୍ୟାସ ବଣ୍ଟନ କରାଯାଇଥିଲା । ବହୁ ସଂଖ୍ୟାରେ କର୍ମୀ ଓ ବିଜେପି ସମର୍ଥକ ଉତ୍ସବରେ ଯୋଗ ଦେଇଥିଲେ ।