ପ୍ରମୁଖ ଖବର
  • କେନ୍ଦୁଝର : ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା, ୩ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ
  • ||
  • କଟକ : କାଠଯୋଡି ନଦୀରୁ ଅଚିହ୍ନା ଶବ ଉଦ୍ଧାର
  • ||
  • ଭୁବନେଶ୍ୱର: ବୁଧବାର ଜମୁଛି ବେପାର, ଆମିଷ ଦର ତାଲିକା ମାରିବା ବାଧ୍ୟତାମୂଳକ
  • ||
  • ଭୁବନେଶ୍ୱର: ଟିଟିଏସ୍‌ରୁ ଅଳିଆ ହଟାଇବାକୁ ବିଏମ୍‌ସିର ଜୋରଦାର୍‌ ପ୍ରୟାସ, ୧୫ ଦିନରେ ୧୮ ହଜାର ଟନ୍‌ ପ୍ରୋସେସିଂ
  • ||
  • ଉତ୍ତରକାଶୀ: ଏମିତି କଟିଲା ୧୭ ଦିନ; ଭିଡିଓ ଗେମ୍‌, ଚେସ୍‌ର ବି ମଜାନେଲେ ଯୋଗ, ବ୍ୟାୟାମ କରି ନିଜକୁ ଫିଟ୍‌ ରଖିଲେ
  • ||
  • ଭୁବନେଶ୍ଵର : ୩୦ରେ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସାଇକେଲ୍‌ ବ୍ରାଣ୍ଡିଂ, ଲାଗିବ ‘ଆମେ ଗଢ଼ିବୁ ନୂଆ ଓଡ଼ିଶା’ ଷ୍ଟିକର
  • ||
  • ଭୁବନେଶ୍ଵର : ବାତ୍ୟା ପାଇଁ ସଜାଗ ୭ ଜିଲ୍ଲା, ଚାଷୀଙ୍କୁ ଅଦିନିଆ ବର୍ଷା ଚିନ୍ତା
  • ||

ନୋଟ୍‌ ବନ୍ଦୀକୁ ପ୍ରଶଂସା କଲେ ମୋଦି, କହିଲେ ଯୁବପିଢ଼ିଙ୍କ ପାଇଁ ସୁଲଭ ହୋଇଛି ଘରକିଣା

ସୁରଟ୍‌,୩୦ା୧(ଏଜେନ୍ସି): ନୋଟ୍‌ ବନ୍ଦୀକୁ ୩ ବର୍ଷ ପୂରିବାକୁ ଥିବା ବେଳେ ଏହାର ବିଫଳତାକୁ ନେଇ ଏବେ ବି ବିରୋଧୀ ଦଳଗୁଡ଼ିକ ମୋଦି ସରକାରଙ୍କୁ ବାରମ୍ବାର ଟାର୍ଗେଟ୍‌ କରିଆସୁଛନ୍ତି । ଏହାଦ୍ୱାରା ଦେଶର ଅର୍ଥନୀତି ପଛେଇବା ସହ କ୍ଷୁଦ୍ର ବ୍ୟବସାୟୀ ପ୍ରଭାବିତ ହୋଇଥିବା ସେମାନେ ଅଭିଯୋଗ କରୁଛନ୍ତି । କିନ୍ତୁ ଏ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମୁହଁ ଖୋଲିଛନ୍ତି । ସେ କହିଛନ୍ତି, ନୋଟ୍‌ ବନ୍ଦୀ ଯୋଗୁ ଘରକିଣା ସହଜ ଓ ସୁଲଭ ହୋଇପାରିଛି । ଫଳରେ ଯୁବପିଢ଼ି ନିଜ ସ୍ୱପ୍ନର ଘର କିଣିବାକୁ ସୁଯୋଗ ପାଉଛନ୍ତି । ସୁରଟ୍‌ରେ ଏକ କାର୍ଯ୍ୟକ୍ରମରେ ମୋଦି କହିଛନ୍ତି, ନୋଟ୍‌ ବନ୍ଦୀ ଦ୍ୱାରା କି ଲାଭ ମିଳିଛି ବୋଲି ମୋତେ ବାରମ୍ବାର ପ୍ରଶ୍ନ ପଚରାଯାଉଛି । ତେବେ ଏହାର ଲାଭ ସମ୍ପର୍କରେ ଦେଶର ଯୁବପିଢ଼ିଙ୍କୁ ପଚରାଯିବା ଉଚିତ । ଏହାଦ୍ୱାରା ରିଅଲ୍‌ ଇଷ୍ଟେଟ୍‌ କ୍ଷେତ୍ରରେ କି ପ୍ରକାର ପରିବର୍ତ୍ତନ ଆସିଛି ଏବଂ ଯୁବପିଢ଼ି ଘର କିଣିବାରେ କିଭଳି ଉପକୃତ ହେଉଛନ୍ତି, ତାହାର ଉତ୍ତର କେବଳ ସେମାନଙ୍କଠାରୁ ମିଳିପାରିବ । ପୂର୍ବରୁ ରିଅଲ୍‌ ଇଷ୍ଟେଟ୍‌ରେ ଅଧିକାଂଶ କଳାଧନ ଲାଗୁଥିଲା । କିନ୍ତୁ ନୋଟ୍‌ ବନ୍ଦୀ ଏବଂ ରେରା (ରିଅଲ୍‌ ଇଷ୍ଟେଟ୍‌ ନିୟାମକ) ଯୋଗୁ ତାହା ଉପରେ ଅଙ୍କୁଶ ଲାଗିଛି । ଫଳରେ ଏହି କ୍ଷେତ୍ର ବେଶ୍‌ ସଂଗଠିତ ହୋଇପାରିଛି । ମୋଦି କହିଛନ୍ତି, ବର୍ତ୍ତମାନର ସରକାର ସାଢ଼େ ୪ ବର୍ଷ ମଧ୍ୟରେ ଯାହା କରିଛନ୍ତି, ସେତିକି କରିବାକୁ ପୂର୍ବର ଉପା ସରକାରକୁ ୨୫ ବର୍ଷ ସମୟ ଲାଗିଥାନ୍ତା । ନିଜ କାର୍ଯ୍ୟକାଳ ମଧ୍ୟରେ ଏବର ଏନ୍‌ଡିଏ ସରକାର ୧.୩୦ କୋଟି ବାସଗୃହ ନିର୍ମାଣ କରିଛି । କିନ୍ତୁ ଉପା ସରକାର ମାତ୍ର ୨୫ ଲକ୍ଷ ଘର ତୋଳିପାରିଛି ।

Copyright © 2022 - Summa Real Media Private Limited. All Rights Reserved.