ନୂଆଦିଲ୍ଲୀ - ରୁଷ୍ର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୪-୫ ଡିସେମ୍ୱର ୨୦୨୫ ଭାରତ ଗସ୍ତରେ ଅସିଛନ୍ତି। ଭାରତ ଓ ରୁଷ୍ ମଧ୍ୟରେ ଥିବା ଅନେକ ଦଶନ୍ଧୀର ପୁରୁଣା ସଂପର୍କ , ପିଏମ ନରେନ୍ଦ୍ର ମୋଦି ଓ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସାକ୍ଷାତ୍ରେ ପୁଣି ଥରେ ନୂଆ ଜୋସ୍ ଭରି ଦେଇଛି। ଏହି ସମୟରେ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି ସେହି କ୍ଷଣ , ଯେବେ ମୋଦି ପୁଟିନଙ୍କୁ ହିନ୍ଦୁ ଧର୍ମର ସବୁଠୁ ପବିତ୍ର ଗ୍ରନ୍ଥ ଶ୍ରୀମଦ୍ ଭଗବତ ଗୀତା ଉପହାର ଦେଇଥିଲେ।
ପିଏମ୍ ମୋଦି ପୁଟିନଙ୍କୁ ରୁଷୀୟ ଭାଷାରେ ଲିଖିତ ଗୀତାର ଏକ କପି ଉପହାର ଦେଇଥିଲେ। ପୁଟିନ ମଧ୍ୟ ଗୀତାକୁ ବଡ଼ ଆଦର ସହକାରେ ସ୍ୱୀକାର କରିଥିଲେ। ଏହି ଉପହାର ଦୁଇ ଦେଶର ନେତା ଓ ଭାରତ-ରୁଷ୍ ସଂପର୍କରେ ଆଧ୍ୟାତ୍ମିକ ଓ ସାଂସ୍କୃତିକ ସମ୍ୱନ୍ଧକୁ ନୂଆ ଦିଗ ଦେଇଛି।
Presented a copy of the Gita in Russian to President Putin. The teachings of the Gita give inspiration to millions across the world.@KremlinRussia_E pic.twitter.com/D2zczJXkU2
— Narendra Modi (@narendramodi) December 4, 2025
ପୁଟିନଙ୍କୁ ଗୀତା ଉପହାର କରି ମୋଦି ସୋସିଆଲ ମିଡ଼ିଆ ଆକାଉଣ୍ଟ ଏକ୍ସରେ ଏହାର ଫଟୋ ମଧ୍ୟ ସେୟାର କରିଛନ୍ତି। ସେ କହିଛନ୍ତି- ଗୀତାର ଜ୍ଞାନ ଓ ସନ୍ଦେଶ ସାରା ବିଶ୍ୱର କୋଟି କୋଟି ଲୋକଙ୍କୁ ପ୍ରେରଣା ଦେଇଥାଏ ଏବଂ ଏହାର ଶିକ୍ଷା ପ୍ରତି ଯୁଗରେ ମାନବତାକୁ ସଠିକ୍ ଦିଗ ଦେଖାଇ ଥାଏ।
ଭବ୍ୟ ସ୍ୱାଗତ ପରେ ଉଭୟ ନେତା ଆନୁଷ୍ଠାନିକ ପୂର୍ବରୁ ଏକ ଛୋଟ ସାଂସ୍କୃତିକ ଅଧିବେଶନରେ ଯୋଗ ଦେଇଥିଲେ,ଯେଉଁଠି ମୋଦି ପୁଟିନଙ୍କୁ ଗୀତା ଗ୍ରନ୍ଥ ପ୍ରଦାନ କରିଥିଲେ। ଗୀତା ଭାରତୀୟ ଦର୍ଶନ ,ସଂସ୍କୃତି , କର୍ତ୍ତବ୍ୟ ଓ ନୈତିକତାର ଶାଶ୍ୱତ ଗ୍ରନ୍ଥ , ଯାହାକି ଅନେକ ଶତାବ୍ଦୀରୁ ସାରାବିଶ୍ୱରେ ଅଧ୍ୟୟନର ବିଷୟ ସାଜିଛି।
କହି ରଖୁଛୁ କି , ରାଷ୍ଟ୍ରପତି ପୁଟିନ ୨୦୨୨ରେ ୟୁକ୍ରେନ୍ ସହ ଆରମ୍ଭ ହୋଇଥିବା ଯୁଦ୍ଧ ପରେ ପ୍ରଥମ ଥର ଭାରତ ଯାତ୍ରାରେ ଆସିଛନ୍ତି। ଭାରତରେ ତାଙ୍କର ଖୁବ୍ ଆଡମ୍ୱରପୂର୍ଣ୍ଣ ଭାବେ ସ୍ୱାଗତ କରାଯାଇଛି ଏବଂ ଦୁଇ ଦେଶ ମଧ୍ୟରେ ଅନେକ ଗୁରୁତ୍ତ୍ୱପୂର୍ଣ୍ଣ ରାଜିନାମା ମଧ୍ୟ ହୋଇଛି। ପିଏମ୍ ମୋଦି ପୁଟିନଙ୍କୁ ରୁଷୀୟ ଭାଷାରେ ଗୀତାର କପି ଉପହାର ସ୍ୱରୂପ ଦେବା ମଧ୍ୟ ଭାରତ-ରୁଷ୍ର ସାଂସ୍କୃତିକ ସମ୍ୱନ୍ଧର ମଜବୁତ୍ର ହିଁ ପ୍ରତୀକ।