PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱରରୁ ଦୁବାଇ ବିମାନ ସେବା ପାଇଁ ଟିକେଟ ବୁକିଂର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ସୋଆର ନୂତନ କୁଳପତି ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରଫେସର ପି.କେ. ନନ୍ଦ
  • ||
  • ୫ଟି ସଚିବଙ୍କ ପୁରୀ ଗସ୍ତ, ଶ୍ରୀ ଜଗନ୍ନାଥ କ୍ରୀଡା କମ୍ପ୍ଲେକ୍ସ ନିର୍ମାଣର ଅଗ୍ରଗତି କଲେ ସମୀକ୍ଷା
  • ||
  • ଭୁବନେଶ୍ଵର : ଓଡ଼ିଶା ଦିବସରେ କାଳିଆ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ, ୪୩ ଲକ୍ଷରୁ ଉର୍ଦ୍ଧ୍ଵ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଗଲା ୮୭୭ କୋଟି
  • ||
  • ଭୁବନେଶ୍ଵର : ମେଟ୍ରୋ ଟ୍ରେନ୍ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ ତ୍ରିଶୂଳିଆକୁ ଗଡିବ ମେଟ୍ରୋ
  • ||
  • ଭୁବନେଶ୍ୱର : ଭୁବନେଶ୍ୱର-କଟକ ମଧ୍ୟରେ ପ୍ରସ୍ତାବିତ ମେଟ୍ରୋ ଟ୍ରେନ୍ ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଆରମ୍ଭ, ସ୍ଥିତି ଅନୁଧ୍ୟାନ କଲେ ୫ଟି ସଚିବ
  • ||
  • ପୁରୀ : ପୁରୀରେ ପୁଣି ଆତଙ୍କରାଜ, ଦୋକାନ ବାହାରେ ଥୁଆ ହୋଇଥିବା ବାଇକ୍ ଜାଳିଦେଲେ ଦୁର୍ବୃତ୍ତ
  • ||
  • ବସ୍ତା : ସୁବର୍ଣ୍ଣରେଖା ନଦୀରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ବଲାଙ୍ଗୀର : ଜାଲ ସାର୍ଟିଫିକେଟ ମାମଲା : ତଦନ୍ତ କରିବ କ୍ରାଇମବ୍ରାଞ୍ଚ, ଗଠନ ହେଲା ୨ଟି ଟିମ୍
  • ||

ମୋଦିଙ୍କ ବୟାନ: କଠୋର ନିଷ୍ପତ୍ତି ପାଇଁ ପୂର୍ଣ୍ଣ ବହୁମତ ଜରୁରୀ

source:www.ndtv.com

ସୁରଟ, ୩୦ ।୧(ଏଜେନ୍ସି): ଆଗାମୀ ଲୋକସଭା ନିର୍ବାଚନ ଉପଲକ୍ଷେ ବିରୋଧୀ ଦଳଗୁଡ଼ିକର ମହାମେଣ୍ଟ ସଂପର୍କରେ ଚର୍ଚ୍ଚା କରାଯାଉଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ରରେ ପୂର୍ଣ୍ଣ ବହୁମତବିଶିଷ୍ଟ ସରକାର ପାଇଁ ଯୁକ୍ତି ବାଢିଛନ୍ତି । ପୂର୍ଣ୍ଣ ବହୁମତ ମିଳିଲେ ହିଁ ସରକାର କଠୋର ନିଷ୍ପତ୍ତି ନେଇପାରିବେ ବୋଲି ସେ ପ୍ରକାଶ କରିଛନ୍ତି । ସୁରଟ ବିମାନବନ୍ଦରର ନୂଆ ଟର୍ମିନାଲ ବିସ୍ତାରର ଶିଳାନ୍ୟାସ କରି ପ୍ରଧାନମନ୍ତ୍ରୀ ବୁଧବାର ଏହା କହିଥିଲେ ।
 ଶିଳାନ୍ୟାସ ପରେ ଏକ ସମାରୋହକୁ ଉଦ୍‌ବୋଧନ ଦେଇ ସେ ପ୍ରକାଶ କରିଥିଲେ ଯେ, କଠୋର ନିଷ୍ପତ୍ତି ପାଇଁ ପୂର୍ଣ୍ଣ ବହୁମତ ଖୁବ୍‌ ଜରୁରୀ । ଗତ ୩୦ ବର୍ଷ ହେଲା ଦେଶରେ ଅସ୍ଥିରତା ଥିଲା । କୌଣସି ରାଜନୈତିକ ଦଳ ପୂର୍ଣ୍ଣ ବହୁମତ ପାଉନଥିବାରୁ ମେଣ୍ଟ ସରକାର ଗଠିତ ହେଉଥିଲା । ସେହି ସବୁ ସରକାର ବିଭିନ୍ନ ଦିଗରେ ଯାଉଥିଲେ ଏବଂ କିଛିି କ୍ଷେତ୍ରରେ ସେମାନଙ୍କର ଗତି ପଛକୁ ଥିଲା । ଗତ ସାଢେ ଚାରି ବର୍ଷ ହେଲା ଆମେ ଉନ୍ନତି କରିପାରିଛୁ କାରଣ ଲୋକମାନେ ଖୁବ୍‌ ବୁଦ୍ଧିମାନ ଭାବେ ୨୦୧୪ର ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିକୁ ଭୋଟ ଦେଇଥିଲେ । ଏହାଯୋଗୁ ଦେଶକୁ ଝୁଲା ସଂସଦରୁ ରକ୍ଷା ମିଳିଥିଲା । ପୂର୍ଣ୍ଣ ବହୁମତ କେବଳ ଯେ ସରକାରଙ୍କୁ ଦୃଢ ନିଷ୍ପତ୍ତି ନେବାରେ ସହାୟକ ହୁଏ ତା’ ନୁହେଁ ଏହାଦ୍ୱାରା ସରକାର ଲୋକଙ୍କ ପ୍ରତି ଉତ୍ତରଦାୟୀ ମଧ୍ୟ ରହିଥାନ୍ତି । ଯଦି ଆମ ନିକଟରେ ପୂର୍ଣ୍ଣ ବହୁମତ ନଥାନ୍ତା ତା’ ହେଲେ ଜବାବରେ ମୁଁ କହିଥାନ୍ତି ଯେ ମେଣ୍ଟ ସରକାରର ସମସ୍ୟା ରହିଛି । ପୂର୍ଣ୍ଣ ବହୁମତ ଥିବା ଯୋଗୁ ଦେଶର ନାମ ବିଶ୍ୱରେ ଆଗକୁ ବଢୁଛି । ଏହାଯୋଗୁ ଆମକୁ ଲୋକଙ୍କ ପାଇଁ କାମ କରିବାରେ ସହାୟତା ମିଳିଛି ବୋଲି ସେ ଦର୍ଶାଇଥିଲେ ।
 ସେହିପରି ସୁରଟ ବିମାନବନ୍ଦରର ଏହି ନୂଆ ଟର୍ମିନାଲ ଆରମ୍ଭ ହେବା ପରେ ଉଭୟ ଯାତ୍ରୀ ଓ ଜିନିଷପତ୍ର ପରିବହନର କ୍ଷମତା ବଢିବ ବୋଲି ପ୍ରଧାନମନ୍ତ୍ରୀ ଆଶା ପ୍ରକାଶ କରିଥିଲେ । ସୂଚନାଥାଉକି, ପ୍ରଧାନମନ୍ତ୍ରୀ ଆଜି ଗୁଜରାଟ ଗସ୍ତରେ ଅଛନ୍ତି । ସୁରଟରେ ବିମାନବନ୍ଦରର ନୂଆ ଟର୍ମିନାଲ ପାଇଁ ଶିଳାନ୍ୟାସ କରିବା ସହିତ ସେ ଦାଣ୍ଡି ଯାତ୍ରାର ସ୍ମୃତିରକ୍ଷା ପାଇଁ ନିର୍ମିତ ହୋଇଥିବା ଦାଣ୍ଡି ସ୍ମାରକୀକୁ ଲୋକାର୍ପଣ କରିଥିଲେ । ସେହି ସ୍ମାରକୀରେ ଜାତିର ଜନକ ମହାତ୍ମାଗାନ୍ଧୀ ଓ ତାଙ୍କ ସହ ଆନ୍ଦୋଳନ କରିଥିବା ୮୦ ଜଣ ଅନ୍ୟ ସତ୍ୟାଗ୍ରହୀଙ୍କର ପ୍ରତିମୂର୍ତ୍ତିକୁ ସ୍ଥାନିତ କରାଯାଇଛି ।

ସମ୍ବନ୍ଧିତ ଖବର