PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରଗଡ : ବିଜେପିରେ ମିଶିଲେ ବରଗଡର ପୂର୍ବତନ ସାଂସଦ ସଞ୍ଜୟ ଭୋଇ
  • ||
  • ଚୌଦ୍ୱାର : ୧୬୨ ପେଟି କଫସିରଫ ଜବତ, ୨ ଗିରଫ
  • ||
  • ରାଉରକେଲା : ଓଡ଼ିଶା-ଝାଡଖଣ୍ଡ ସୀମାନ୍ତରେ ପୁଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ, ଖସିଗଲା ମାଓ ନେତା ଅନମୋଲ
  • ||
  • ଭୁବନେଶ୍ଵର : ୨୦୨୦ ରୁ ୨୦୨୨ ମଧ୍ୟରେ ଓଡ଼ିଶାରେ କୋଭିଡ୍‌ରେ ମରିଛନ୍ତି ୨୦ ହଜାରରୁ ଉର୍ଦ୍ଧ୍ଵ, ଫାଇଲିନ୍ ବାତ୍ୟାରେ ହୋଇଛି ସର୍ବାଧିକ କ୍ଷତି
  • ||
  • ଭୁବନେଶ୍ଵର : ରାଜ୍ୟରେ ୫୫୧୫ଟି ଅଛି ପଡ଼ା ଗାଁ, ୬୬୫ ଗାଁକୁ ମିଳିଛି ରାଜସ୍ଵ ମାନ୍ୟତା
  • ||

ଏହା ତ ଟ୍ରେଲର ମାତ୍ର, ପିକଚର ଏବେ ବାକି ଅଛି: ମୋଦି

ନୂଆଦିଲ୍ଲୀ: ୨୦୧୯ ବଜେଟ ନୂଆ ଭାରତ ଓ ସବୁ ଭାରତୀୟଙ୍କ ପାଇଁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି ଯେ,  ଏହି ବଜେଟ ଦେଶର ସାଧାରଣ ଜନତାଙ୍କୁ ସଶକ୍ତ କରିବ ।  ବଜେଟ ପାଇଁ ସେ ଅରୁଣ ଜେଟଲୀ ଓ ଅର୍ଥମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ଧନ୍ୟବାଦ ଦେଇଛନ୍ତି । ଆଜି ଲୋକସଭାରେ କେନ୍ଦ୍ର ଅର୍ଥମନ୍ତ୍ରୀ ପିୟୁଷ ଗୋଏଲଙ୍କ ଦ୍ୱାରା ମଧ୍ୟବର୍ତ୍ତିକାଳୀନ ବଜେଟ ଉପସ୍ଥାପନ ପରେ ନିଜର ପ୍ରତିକ୍ରିୟା ରଖି ସେ କହିଛନ୍ତି ଯେ, ଏନଡିଏ ସରକାରଙ୍କ ବିକାଶମୂଳକ କାର୍ଯ୍ୟ ଦେଶର ସବୁବର୍ଗର ଲୋକଙ୍କୁ ଛୁଇଁଛି । ତେବେ ଏହା ଏକ ଟ୍ରେଲର ମାତ୍ର, ପୂରା ପିକ୍ଚର ଏବେ ବାକି ଅଛି। ପ୍ରକୃତ ବିକାଶ ମୂଳକ ବଜେଟ ତ ଆସନ୍ତା ନିର୍ବାଚନ ପରେ ଆସିବ ଯାହାକି ଭାରତକୁ ବିକାଶ ପଥରେ ଆଗେଇ ନେବ । ଏହି ମଧ୍ୟବର୍ତ୍ତିକାଳୀନ ବଜେଟରେ କୃଷକ, ଶ୍ରମିକଙ୍କଠାରୁ ଆରମ୍ଭ କରି ମଧ୍ୟବିତ୍ତ, ଏମଏସଏମଇ କ୍ଷେତ୍ର ସମସ୍ତଙ୍କ ପାଇଁ କିଛି ନା କିଛି ରହିଛି । ସେହିପରି ଗୃହ ନିର୍ମାଣଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟସେବା ପର୍ଯ୍ୟନ୍ତ ସବୁ କ୍ଷେତ୍ରର ବିକାଶ ପାଇଁ ଏଥିରେ ବ୍ୟବସ୍ଥା ରହିଛି । ଏହି ବଜେଟ ଅଧିକରୁ ଅଧିକ ଲୋକଙ୍କୁ ଦାରିଦ୍ର୍ୟ ଶୃଙ୍ଖଳରୁ ମୁକ୍ତ କରିବ ।

ସମ୍ବନ୍ଧିତ ଖବର