PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର : ୧୧୨୦ ବୋତଲ କଫ ସିରପ୍ ଜବତ, ୫ ଗିରଫ
  • ||
  • କେନ୍ଦୁଝର : ବାଘକୁ ଘେରିଲେଣି ଶିକାରୀ, ଅଟେଇ ଜଙ୍ଗଲରୁ ୯ ଶିକାରୀ ଗିରଫ
  • ||
  • ବୁର୍ଲା : ଉଚ୍ଚ ବେତନ ନିଯୁକ୍ତିରେ ପୁଣି ରେକର୍ଡ କଲା ଆଇଆଇଏମ୍‌ ସମ୍ୱଲପୁର, ଖୁବ୍‌ଶୀଘ୍ର ଆରମ୍ଭ ହେବ ଯୁଗ୍ମ ପାଠ୍ୟକ୍ରମ
  • ||
  • ବୌଦ୍ଧ : ଏସିଏଫଙ୍କ ଗାଡି ଉପରକୁ ଗୁଳିମାଡ଼, ୨ ବନ କର୍ମଚାରୀ ଆହତ
  • ||

ମନ୍‌ କୀ ବାତ୍‌: ନେତାଜୀ ଫାଇଲ ସାର୍ବଜନୀନ କରି ଖୁସି

source:www.sentinelassam.com

ନୂଆଦିଲ୍ଲୀ,୨୭ ।୧(ଏଜେନ୍ସି): ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସହ ଜଡିତ ଗୋପନ ଫାଇଲ ସାର୍ବଜନୀନ କରିବାକୁ ବହୁ ଦିନରୁ ଦାବି ହେଉଥିଲା । ଏହି ଦାବି ପୂରଣ କରିଥିବାରୁ ବେଶ୍‌ ଖୁସି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍‌ କୀ ବାତ୍‌’ର ୫୨ତମ ସଂସ୍କରଣରେ ଆଜି ମୋଦି ବିଭିନ୍ନ ପ୍ରସଙ୍ଗରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । କହିଛନ୍ତି ଭାରତ ଅନେକ ମହାନ୍‌ ବ୍ୟକ୍ତିଙ୍କ ଜନ୍ମସ୍ଥାନ । ସେମାନଙ୍କ ଭିତରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ୟତମ । ଜାନୁଆରୀ ୨୩ରେ ତାଙ୍କ ଜନ୍ମଦିନ ସାରା ଦେଶରେ ପାଳିତ ହୋଇଛି । ଗତବର୍ଷ ଡିସେମ୍ବର ୩୦ରେ ଆଣ୍ଡାମାନ ଯାଇଥିଲା ବେଳେ ସେଠାରେ ତ୍ରିରଙ୍ଗା ଉଡାଇଥିଲେ । ଯେଉଁଠାରେ ନେତାଜୀ ୭୫ ବର୍ଷ ତଳେ ପତାକା ଉଡାଇଥିଲେ । ଅକ୍ଟୋବର ୩୦ରେ ସେ ଲାଲକିଲ୍ଲାରେ ତ୍ରିରଙ୍ଗା ଉଡାଇବା ବେଳେ ଅନେକ ଲୋକ ଆଶ୍ଚର୍ଯ୍ୟ ହୋଇଥିଲେ । ନେତାଜୀଙ୍କ ଆଜାଦ ହିନ୍ଦ ଫୌଜ ଗଠନର ୭୫ ବର୍ଷ ପୂର୍ତ୍ତି ଅବସରରେ ସେ ଏଭଳି କରିଥିଲେ । ଦେଶର ଜଣେ ସାହସୀ ସୈନିକ ଓ ଦକ୍ଷ ସଙ୍ଗଠକ ଭାବେ ନେତାଜୀ ମନେ ରହିବେ । ଦିଲ୍ଲୀ ଚଲ୍ଲୋ, ତୁମ୍‌ ମୁଝେ ଖୁନ୍‌ ଦୋ-ମେଁ ତୁହ୍ମେ ଆଜାଦୀ ଦୁଙ୍ଗା ସ୍ଳୋଗାନ ପାଇଁ ସେ ଭାରତୀୟଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜାନୁଆରୀ ୨୫ ତାରିଖରେ ଭାରତର ନିର୍ବାଚନ କମିଶନ ଗଠନ ହୋଇଥିଲା । ଏହି ଦିନକୁ ପ୍ରତିବର୍ଷ ଜାତୀୟ ଭୋଟଦାତା ଦିବସ ଭାବେ ପାଳନ କରାଯାଉଛି । ଗିର ଜଙ୍ଗଲଠାରୁ ଆରମ୍ଭ କରି ୧୫ ହଜାର ଫୁଟ ଉଚ୍ଚରେ ମତଦାନ କେନ୍ଦ୍ର କରାଯାଉଛି । ତାହା ସମ୍ଭବ ହୋଇଛି ନିର୍ବାଚନ କମିଶନଙ୍କ ସଫଳ ପ୍ରୟାସ ଯୋଗୁ । ତେଣୁ କମିଶନକୁ ନେଇ ପ୍ରତ୍ୟେକ ନାଗରିକ ଗର୍ବ ଅନୁଭବ କରିବା ଉଚିତ । ଆଗକୁ ଲୋକସଭା ନିର୍ବାଚନ ଆସୁଛି । ଚଳିତଥର ଏକବିଂଶ ଶତାବ୍ଦୀରେ ଜନ୍ମିତ ଯୁବ ଭୋଟରମାନେ ପ୍ରଥମ କରି ମତଦାନ କରିବେ । ପ୍ରତେକ ଯୁବ ଭୋଟର ନିଜର ନାମ ପଞ୍ଜୀକରଣ କରିବା ସହ ମତାଧିକାର ସାବ୍ୟସ୍ତ କରିବାକୁ ମୋଦି ଆହ୍ୱାନ ଦେଇଛନ୍ତି । କହିଛନ୍ତି ଯୁବବର୍ଗ ଦେଶର ଦାୟିତ୍ୱ ନିଜ କାନ୍ଧରେ ନେବାକୁ ଯାଉଛନ୍ତି । ନିଜର ସ୍ୱପ୍ନ ସହିତ ଦେଶର ସ୍ୱପ୍ନକୁ ଯୋଡିବାର ସମୟ ଏବେ ଆସିଛି ।
ଗୁରୁଦେବ ରବିନ୍ଦ୍ରନାଥ ଟାଗୋର ଜଣେ କବି ଓ ଲେଖକ ଭାବେ ଆମେ ଜାଣୁ । କିନ୍ତୁ ସେ ମଧ୍ୟ ଜଣେ ମହାନ ଚିତ୍ରକର ଥିଲେ । ଏକଥା ଅନେକ ଜାଣି ନଥିବେ । ଟାଗୋର କୌଣସି ଚିତ୍ରରେ ନିଜ ନାମ ଲେଖୁନଥିଲେ । କେବଳ ଦର୍ଶକଙ୍କୁ ସେମାନଙ୍କ ନିଜ ଜିଜ୍ଞାସା ଅନୁସାରେ ଏଥିରୁ ବାର୍ତ୍ତା ଜାଣିବାକୁ ଛାଡୁଥିଲେ । ତାଙ୍କ ଚିତ୍ରକଳାର ପ୍ରଦର୍ଶନୀ ଆମେରିକା ଓ ରୁଷିଆ ସମେତ ଅନେକ ୟୁରୋପୀୟ ଦେଶରେ ହୋଇଥିଲା । ଫେବ୍ରୁଆରୀ ୧୯ ରବିଦାସ ଜୟନ୍ତୀ ସମ୍ପର୍କରେ ମଧ୍ୟ ମୋଦି ଉଲ୍ଲେଖ କରିଥିଲେ । କହିଥିଲେ ଜାତି ବ୍ୟବସ୍ଥାକୁ ରବିଦାସ ବିରୋଧ କରୁଥିଲେ । କଠୋର ପରିଶ୍ରମର ଫଳ ନିଶ୍ଚିତ ମିଳିବ ବୋଲି ସେ କହୁଥିଲେ ।
ମହାକାଶ ମିଶନରେ ଗତ ୪ ବର୍ଷ ଭିତରେ ଆମେ ଅନେକ ସଫଳତା ହାସଲ କରିଛୁ । ଆମ ଦେଶର ଛାତ୍ରଛାତ୍ରୀଙ୍କ ଦ୍ୱାରା ନିର୍ମିତ ଉପଗ୍ରହ ମହାକାଶକୁ ଯାଇଛି । ଛାତ୍ରଛାତ୍ରୀଙ୍କ ଦ୍ୱାରା ନିର୍ମିତ କଲାମସାଟ୍‌ ଉପଗ୍ରହ ଜାନୁଆରୀ ୨୪ରେ ମହାକାଶକୁ ପଠାଯାଇଛି । ଚନ୍ଦ୍ରଯାନ-୨ ମାଧ୍ୟମରେ ଚନ୍ଦ୍ରରେ ଖୁବଶୀଘ୍ର ଆମେ ଭାରତର ଉପସ୍ଥିତି ଦେଖିବୁ । ସ୍ୱାଧୀନତାଠାରୁ ୨୦୧୪ ପର୍ଯ୍ୟନ୍ତ ଯେତିକି ଉପଗ୍ରହ ମହାକାଶକୁ ପଠାଯାଇଛି ଗତ ୪ ବର୍ଷ ଭିତରେ ସେତିକି ସଂଖ୍ୟାରେ ଉପଗ୍ରହ ମଧ୍ୟ ମହାକାଶକୁ ପ୍ରେରଣ କରାଯାଇଥିବା ମୋଦି କହିଥିଲେ ।
ଜାନୁଆରୀ ମାସରେ ଖୋଲୋ ଇଣ୍ଡିଆ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ୧୮ଟି ବିଭାଗରେ ୬ ହଜାର କ୍ରୀଡାବିତ୍‌ ଭାଗ ନେଇଥିଲେ । କ୍ଷେତ୍ରୀୟ ସ୍ତରରେ କ୍ରୀଡାର ବିକାଶ ପାଇଁ ଗୁରୁତ୍ୱ ଦିଆଯାଉଥିବା ମୋଦି କହିଛନ୍ତି ।

ସମ୍ବନ୍ଧିତ ଖବର