PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ: ଆଜି ମିଳିବ ଆଡ଼ପ ଅବଢ଼ା
  • ||
  • ମହିଳା ହକି ବିଶ୍ୱକପ୍‌: ଆଜି ଇଂଲଣ୍ଡକୁ ଭେଟିବ ଭାରତ
  • ||
  • ଭଦ୍ରକ: ଭଦ୍ରକରେ ଦୁଇ କିନ୍ନର ଗୋଷ୍ଠୀ ମୁହାଁମୁହିଁ: ୫ ଜଣ ଗୁରୁତର, ୪ ଅଟକ
  • ||
  • ଭୁବନେଶ୍ୱର : ପଥରଗାଡ଼ିଆରେ ଅଦ୍ଭୂତ ବାଛୁରୀ ଜନ୍ମ, ଦେଖିବାକୁ ଲୋକଙ୍କ ଲାଗିଲା ଭିଡ଼
  • ||
  • ଭୁବନେଶ୍ୱର : ରାଜ୍ୟରେ ବଢ଼ିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩୪୬ ଜଣ କରୋନା ପଜିଟିଭ
  • ||

ଶେଷ ମୁହୂର୍ତ୍ତରେ ବଦଳିଲା ନିଷ୍ପତ୍ତି ପାକ୍‌ ଦେଇ ଯିବନି ମୋଦିଙ୍କ ବିମାନ

ନୂଆଦିଲ୍ଲୀ,୧୨ ।୬(ଏଜେନ୍ସି): ଭାରତ ସରକାର ଶେଷ ମୁହୂର୍ତ୍ତରେ ନିଜର ଏକ ନିଷ୍ପତ୍ତି ବଦଳାଇଛନ୍ତି । ସରକାର ଏବେ ସ୍ଥିର କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିମାନ ପାକିସ୍ତାନର ବାୟୁସୀମା ଦେଇ ବ୍ରିସକେକ୍‌ ଯିବ ନାହିଁ । ପ୍ରଧାନମନ୍ତ୍ରୀ ମୋଦି ବୁଧବାର କିରଗିଜସ୍ତାନର ରାଜଧାନୀ ବ୍ରିସକେକ୍‌ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ସେ ସେଠାରେ ଆୟୋଜିତ ହେବାକୁ ଥିବା ଦୁଇ ଦିନିଆ ସାଂଘାଇ ସହଯୋଗ ସମ୍ମିଳନୀ(ଏସସିଓ)ରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଗୁରୁବାର ଓ ଶୁକ୍ରବାର ଦୁଇ ଦିନ ଧରି ଏହି ସମ୍ମିଳନୀ ଆୟୋଜିତ ହେବ ।

ଏହି ସମ୍ମିଳନୀରେ ଯୋଗ ଦେବା ସକାଶେ ପ୍ରଧାନମନ୍ତ୍ରୀଙ୍କ ବିମାନକୁ ପାକିସ୍ତାନର ବାୟୁସୀମା ଦେଇ ଯିବା ପାଇଁ ଅନୁମତି ଦେବାକୁ ଭାରତ ପୂର୍ବରୁ ପାକ୍‌ ସରକାରଙ୍କୁ ନିବେଦନ କରିଥିଲା । ପାକିସ୍ତାନ ସରକାର ନୀତିଗତ ଭାବେ ଏଥିପାଇଁ ଅନୁମତି ଦେବାକୁ ରାଜି ବି ହୋଇଥିଲେ ଏବଂ ଦିନକ ପୂର୍ବରୁ ଏ ସମ୍ପର୍କରେ ଘୋଷଣା ବି କରିଥିଲେ । ମାତ୍ର ଭାରତ ଏବେ ହଠାତ୍‌ ନିଜର ନିଷ୍ପତ୍ତି ବଦଳାଇଦେଇଛି ଓ ପାକିସ୍ତାନ ଉପର ଦେଇ ମୋଦିଙ୍କ ବିମାନ ଯିବ ନାହିଁ ବୋଲି ଘୋଷଣା କରିଛି । ଭାରତର ବିଦେଶ ମନ୍ତ୍ରଣାଳୟର ପ୍ରବକ୍ତା କହିଛନ୍ତି ଯେ ମୋଦିଙ୍କ ଗସ୍ତ ପାଇଁ ଦୁଇଟି ମାର୍ଗ ସମ୍ପର୍କରେ ଚିନ୍ତା କରାଯାଇଥିଲା । କିନ୍ତୁ ଶେଷରେ ପାକିସ୍ତାନ ଉପର ଦେଇ ଯିବା ବଦଳରେ ଓମାନ, ଇରାନ ଓ ମଧ୍ୟ-ଏସୀୟ ରାଷ୍ଟ୍ରଗୁଡିକ ଉପର ଦେଇ ମୋଦିଙ୍କ ବିମାନ ବ୍ରିସକେକ୍‌ ଯିବ ବୋଲି ସ୍ଥିର କରାଯାଇଥିଲା ।

କୁହାଯାଉଛି କି, ଆତଙ୍କବାଦ, ଆର୍ଥିକ ସଂକଟ ଏବଂ ଅନ୍ୟ କିଛି କାରଣରୁ ଏବେ ପ୍ରବଳ ଚାପରେ ଥିବା ପାକିସ୍ତାନ କୌଣସି ମତେ ଭାରତ ସହିତ ଆଲୋଚନା ଆରମ୍ଭ କରି ନିଜ ଉପରେ ଚାପ ହ୍ରାସ କରିବାକୁ ଚାହୁଁଛି । ଏହି କାରଣରୁ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଦୁଇ ଥର ମୋଦିଙ୍କୁ ଚିଠି ଲେଖି ଆଲୋଚନା ଆରମ୍ଭ କରିବାକୁ ନିବେଦନ କରିସାରିଲେଣି । ଭାରତ ସହିତ ସମ୍ପର୍କ ସ୍ୱାଭାବିକ କରି ପାକିସ୍ତାନ ନିଜର ଆର୍ଥିକ ସମସ୍ୟା କମ୍‌ କରିବାକୁ ଚାହୁଁଛି । କିନ୍ତୁ ଭାରତରେ ଅନେକ ମହଲରୁ ଏହାକୁ ଜୋରଦାର ବିରୋଧ କରାଯାଉଛି । କିଛି ବିଶେଷଜ୍ଞ ଯୁକ୍ତି ବାଢୁଛନ୍ତି କି ପାକିସ୍ତାନ ଅତୀତରେ ବାରମ୍ବାର ଆଲୋଚନା ଓ ଶାନ୍ତି ପ୍ରତିଷ୍ଠା କରିବା ବାହାନାରେ ଭାରତକୁ ଫସାଇଛି । ଭାରତୀୟ ନେତାମାନେ ବାରମ୍ବାର ତା’ର ଚାଲରେ ଫସିଛନ୍ତି । ହେଲେ କିଛି ଦିନ ପରେ ସିଏ ପୁଣି ଭାରତରେ ହିଂସାକାଣ୍ଡ ଘଟାଇବା ଏବଂ ଅସ୍ଥିରତା ସୃଷ୍ଟି କରିବାକୁ ଉଦ୍ୟମ କରିଛି ।

ତେଣୁ ଏଥରକ ମୋଦି ସରକାର କୌଣସି କାରଣରୁ ପାକିସ୍ତାନ ଉପରେ ଚାପ କମ କରିବା ଉଚିତ ନୁହେଁ । ଯେପର୍ଯ୍ୟନ୍ତ ପାକିସ୍ତାନ ଆତଙ୍କବାଦର ମୂଳୋତ୍ପାଟନ ନକରିଛି, ସେପର୍ଯ୍ୟନ୍ତ ତା’ ଉପରେ ଏହି ଚାପ ଜାରି ରଖିବାକୁ ଭାରତ ଉଦ୍ୟମ କରିବା ଉଚିତ୍‌ ବୋଲି ସେମାନେ ମତ ଦେଇଛନ୍ତି । ତେଣୁ ସେମାନେ ଭାରତ ଦ୍ୱାରା ପୂର୍ବରୁ ମୋଦିଙ୍କ ବିମାନ ଯିବା ପାଇଁ ପାକିସ୍ତାନ ଠାରୁ ଅନୁମତି ଲୋଡାଯିବାକୁ ସମାଲୋଚନା କରିଥିଲେ । ଏହାଯୋଗୁ ବୋଧହୁଏ ଭାରତ ସରକାର ନିଜର ନିଷ୍ପତ୍ତି ବଦଳାଇଛନ୍ତ ବୋଲି ମନେ କରାଯାଉଛି ।

ସମ୍ବନ୍ଧିତ ଖବର