ଦିଗବିଜୟ ସିଂହ ସରକାରଙ୍କୁ କଲେ ଚ୍ୟାଲେଞ୍ଜ: କହିଲେ- ପୁଲଓ୍ବାମା ହମଲା ଏକ ଦୁର୍ଘଟଣା, ସାହସ ଅଛି ତ ମୋ ବିରୋଧରେ ମୋକଦ୍ଦମା କର

ନୂଆଦିଲ୍ଲୀ,୬।୩: କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣକୁ ‘ଦୁର୍ଘଟଣା’ କହୁଥିବା ଟ୍ବିଟ୍ ଏବେ ବିବାଦୀୟ ହୋଇଯାଇଛି। ବିଜେପି ଏହି ଟ୍ବିଟକୁ ସମାଲୋଚନା କରିବା ସହ ଦିଗବିଜୟ ସିଂହଙ୍କୁ ଘେରିବାକୁ ଚେଷ୍ଟା କରିଛି। ଅନ୍ୟପଟେ ଦିଗବିଜୟ ସିଂହ ଏହି ମାମଲାରେ ମୋଦି ସରକାରଙ୍କୁ ଚ୍ୟାଲେଞ୍ଜ କରିଛନ୍ତି।
ଦିଗବିଜୟ ସିଂହ କହିଛନ୍ତି, ‘ମୋର ଯେଉଁ ଟ୍ବିଟ୍ ଉପରେ ଆପଣ ଏବଂ ଆପଣଙ୍କ ମନ୍ତ୍ରୀମାନେ ମୋତେ ପାକିସ୍ତାନର ସମର୍ଥକ ଓ ଦେଶଦ୍ରୋହୀ କହୁଛନ୍ତି, ସେ ଟ୍ବିଟ୍ ମୁଁ ଦିଲ୍ଲୀରୁ କରିଥିଲି। ସେଠାକାର ପୁଲିସ କେନ୍ଦ୍ର ସରକାରଙ୍କ ଅଧିନରେ ଆସେ। ଯଦି ଆପଣଙ୍କର ସାହସ ଅଛି, ତେବେ ମୋ ଉପରେ ମୋକଦ୍ଦମା କରନ୍ତୁ’।ସୂଚନାଯୋଗ୍ୟ, ଦିଗବିଜୟ ସିଂହ ଜୈସ-ଏ-ମହମ୍ମଦ ଆତଙ୍କବାଦୀ କ୍ୟାମ୍ପ ଉପରେ ଭାରତୀୟ ବାୟୁସେନାର ଆକ୍ରମଣକୁ ନେଇ ଟ୍ବିଟରେ ଲେଖିଥିଲେ କି, ପୂଲଓ୍ବାମା ଦୁର୍ଘଟଣା ପରେ ଆମର ବାୟୁସେନା ଦ୍ବାରା କରାଯାଇଥିବା ଏୟାର ଷ୍ଟ୍ରାଇକ ପରେ କିଛି ବିଦେଶୀ ମିଡ଼ିଆରେ ସନ୍ଦେହ ସୃଷ୍ଟି କରାଯାଇଛି। ଯେଉଁଥିରେ ଭାରତ ସରକାରଙ୍କ ବିଶ୍ବସନୀୟତା ଉପରେ ମଧ୍ୟ ପ୍ରଶ୍ନ ଉଠାଯାଇଛି