PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଭଗବାନ ଚିତ୍ରଗୁପ୍ତଙ୍କ ଚରିତ୍ରକୁ ମଜାଳିଆ ଢଙ୍ଗରେ ଚିତ୍ରଣ କରିବାକୁ ନେଇ ଅଭିନେତା ଅଜୟ ଦେବଗନଙ୍କ ସମେତ କେତେକଙ୍କ ନାଁରେ ଏତଲା
  • ||
  • ଖୋର୍ଦ୍ଧା : ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁଙ୍କ ବାସଭବନରେ ସିବିଆଇ ରେଡ୍, ଖୋର୍ଦ୍ଧାର ଶାନ୍ତି ଜୁଏଲର୍ସ ମାଲିକଙ୍କ ଠାରୁ ନେଉଥିଲେ ସୁନା ଓ ଟଙ୍କା
  • ||
  • ସମ୍ବଲପୁର : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଗୋବିନ୍ଦପୁରକୁ ପ୍ରଥମ ‘ପକ୍ଷୀଗ୍ରାମ’ ମାନ୍ୟତା, ଯୋଜନାରେ ସାମିଲ ହେବେ ୩ ଗାଁ
  • ||
  • ଭୁବନେଶ୍ବର : ବରମୁଣ୍ଡା ବସ ଷ୍ଟାଣ୍ଡରୁ ୫୦କେଜି ଗଞ୍ଜେଇ ଜବତ, ୪ ଗଞ୍ଜେଇ ଚୋରା ଚାଲାଣକାରୀ ଗିରଫ
  • ||
  • ଭୁବନେଶ୍ୱର : ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡ ଷ୍ଟାର ବାବୁସାନ ମହାନ୍ତି, ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱରର ଘରୋଇ ମେଡିକାଲରେ ହେଉଥିଲେ ଚିକିତ୍ସିତ
  • ||
  • କଟକ : କଟକ ପାରାଦୀପ ରାସ୍ତା ସୋମପୁର ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗ୍ୟାରେଜ ଉପରେ ମାଡିଗଲା ଟ୍ରକ
  • ||
  • ଯାଜପୁର : କୁଆଖିଆ ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟରେ ଯାଜପୁର ଅବକାରୀ ବିଭାଗ ଚଢ଼ାଉ, ୮୦ ଗ୍ରାମ ବ୍ରାଉନସୁଗାର ଜବତ
  • ||

ଦଳିତ ଯୁବତୀଙ୍କୁ ଦୁଷ୍କର୍ମ କରିବାକୁ ଚେଷ୍ଟା କରି ବିଫଳ ହେବା ପରେ ଛାତରୁ ଠେଲିଦେଲେ ୩ ଦୁର୍ବୃତ୍ତ, ହସ୍ପିଟାଲରେ ଜୀବନ ପାଇଁ କରୁଛନ୍ତି ସଙ୍ଘର୍ଷ

ଚଣ୍ଡୀଗଡ ୧୭/୮: ପଞ୍ଜାବର ମୋଗାରେ ଜଣେ ୧୮ ବର୍ଷୀୟ ଦଳିତ ଯୁବତୀଙ୍କୁ ଗଣଦୁଷ୍କର୍ମ କରିବାକୁ ଚେଷ୍ଟା କରାଯାଇଛି । ୩ ଜଣ ଯୁବକ ମିଶି ତାଙ୍କୁ ଦୁଷ୍କର୍ମ କରିବାକୁ ଚେଷ୍ଟା କରି ବିଫଳ ହେବା ପରେ ତାଙ୍କୁ ୨୫ ଫୁଟ ଛାତ ଉପରୁ ତଳକୁ ଫୋପାଡିଦେଇଛନ୍ତି । ଏଥିରେ ଗୁରୁତର ଭାବେ ଆଘାତ ହୋଇ ଯୁବତୀ ଲୁଧିୟାନାର ଡିଏମଏସଚି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଘଟଣାଟି ୧୨ ଅଗଷ୍ଟର । ପୋଲିସ ସୂଚନା ଅନୁସାରେ ୩ ଦୁର୍ବୃତ୍ତଙ୍କ ବିରୁଦ୍ଧରେ ଆଇପିସି ଧାରା ୩୦୭, ୩୭୬, ୫୧୧ ଏବଂ ୩୪ ଅନୁସାରେ ମାମଲା ରୁଜୁ କରାଯାଇଛି । ଖୁବଶୀଘ୍ର ୩ ଜଣଙ୍କୁ ଗିରଫ କରାଯିବ ବୋଲି କହିଛି ପୋଲିସ ।

ଅନ୍ୟପଟେ ଡାକ୍ତରଙ୍କ କହିବାନୁସାରେ ଯୁବତୀଙ୍କ ଦୁଇ ପାଦ ଫ୍ୟାକ୍ଚର ହୋଇଯାଇଛି । ମୁହଁରେ ମଧ୍ୟ ଗଭୀର ଭାବେ ଆଘାତ ଲାଗିଛି । ସେ ହୋସରେ ଅଛନ୍ତି କିନ୍ତୁ କଥା କହିପାରୁନାହାଁନ୍ତି । ତେବେ ପିଡିତାଙ୍କ ପିତାଙ୍କ କହିବାନୁସାରେ ପୋଲିସ ଏଫଆଇଆର୍ ରେଜିଷ୍ଟର କରିବାରେ ବିଳମ୍ବ କରିଥିଲା । ତାଙ୍କ ପିତାଙ୍କ କହିବାନୁସାରେ ଝିଅ ପ୍ରତି ସନ୍ଧ୍ୟାରେ ନିକଟରେ କଲେଜ୍ ଷ୍ଟାଡିୟମକୁ ବାସ୍କେଟ୍ ବଲ ଖେଳିବାକୁ ଯାଏ । ୧୨ ଅଗଷ୍ଟରେ ଟ୍ୟୁସନ କ୍ଲାସ୍ ପରେ ସେ ନିଜ ସାଙ୍ଗମାନଙ୍କ ସହ ଷ୍ଟାଡିୟମରେ ପ୍ରାକ୍ଟିସ୍ କରିବାକୁ ଯାଇଥିଲେ । ଯୁବତୀଙ୍କ ସାଙ୍ଗମାନେ ପରେ ତାଙ୍କ ପିତାଙ୍କୁ ଜଣାଇଲେ କି ୩ ଜଣ ଯୁବକ ତାଙ୍କ ସହ ଦୁଷ୍କର୍ମ କରିବା ପାଇଁ ଚେଷ୍ଟା କରିଥିଲେ । ତାଙ୍କ ମୋବାଇଲ୍ ଛଡାଇବା ସହ ତାଙ୍କୁ ମାରପିଟ୍ ମଧ୍ୟ କରିଥିଲେ ।

ପିଡିତାଙ୍କ ପିତାଙ୍କ କହିବାନୁସାରେ ଯେତେବେଳେ ଝିଅ ତାଙ୍କୁ ଫୋନ୍ କରିବାକୁ ଚେଷ୍ଟା କଲେ ସେତେବେଳେ ତାକୁ ଷ୍ଟାଡିୟମ ଛାତରୁ ଧକ୍କା ମାରିଦେଲେ ଦୁର୍ବୃତ୍ତ । ତଳେ କଂକ୍ରିଟ୍ ଚଟାଣରେ ପଡିବା ପରେ ଗୁରୁତର ଭାବେ ଆଘାତ ହୋଇ ବେହୋସ୍ ହୋଇଗଲେ । ସେଠାରେ ଥିବା ଅନ୍ୟ ଖେଳାଳୀମାନେ ତାଙ୍କୁ ହସ୍ପିଟାଲ ନେଇଯାଇଥିଲେ । ପରେ ତାଙ୍କୁ ଲୁଧିୟାନା ରେଫର କରିଦିଆଗଲା ।

ସମ୍ବନ୍ଧିତ ଖବର