ମୁମ୍ବାଇ,୧/୨ ‌: ଟିମ୍ ଇଣ୍ଡିଆ ଏବେ ଇଂଲଣ୍ଡ ବିପକ୍ଷ ୫ ମ୍ୟାଚର ଟି-୨୦ ସରିଜ୍ ଖେଳୁଛି । ସିରିଜର ୪ମ୍ୟାଚ୍ ଖେଳାଯାଇ ସରିଛି । ଯେଉଁଥିରେ ଟିମ୍ ଇଣ୍ଡିଆ ୩-୧ରେ ଆଗରେ ଅଛି । ଏହି ସିରିଜ ମାଧ୍ୟମରେ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମୀ ପ୍ରାୟ ୧୪ମାସର ଲମ୍ବା ଅପେକ୍ଷା ପରେ ଅନ୍ତରାଷ୍ଟ୍ରୀୟ କ୍ରିକେଟକୁ ଫେରିଛନ୍ତି । ଶାମୀଙ୍କୁ ସିରିଜରେ ଏବେ ପର୍ଯ୍ୟନ୍ତ କେବଳ ଗୋଟିଏ ମ୍ୟାଚ୍ ଖେଳିବାକୁ ସୁଯୋଗ ମିଳିଛି । ଯାହା ପରେ ସେ ସୋସିଆଲ ମିଡ଼ିଆରେ ଅଚାନକ ଅବସରର କଥା କହି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି ।

ପ୍ରକାଶ ଯେ, ଶାମୀ ଟିମ୍ ଇଣ୍ଡିଆର ଓ୍ବିକେଟକିପର ବ୍ୟାଟର ରିଦ୍ଧିମାନ ସାହଙ୍କୁ ଅବସର ଦେଇଛନ୍ତି । କ୍ରିକେଟର ସବୁ ଫର୍ମାଟରୁ ଅବସର ନେବାକୁ ଯାଉଥିବା ସାହା ନିଜ କ୍ୟାରିୟରର ଶେଷ ମ୍ୟାଚ୍ ବଙ୍ଗଳା ଲାଗି ରଣଜୀ ଟ୍ରଫି ୨୦୨୪-୨୫ରେ ପଞ୍ଜାବ ବିପକ୍ଷରେ ଖେଳିଛନ୍ତି । ମ୍ୟାଚରେ ବଙ୍ଗଳା ଗୋଟିଏ ପାଳି ଏବଂ ୧୩ରନରେ ବିଜୟ ହୋଇଛି । କ୍ୟାରିୟରର ଶେଷ ମ୍ୟାଚର ଶେଷ ପାଳିରେ ୪୦ବର୍ଷୀୟ ସାହା ବିନା କୌଣସି ଖାତା ଖୋଲି ପାଭିଲିୟନ ଫେରି ଯାଇଛନ୍ତି ।




ଏହି ମ୍ୟାଚ୍ ପରେ ମହମ୍ମଦ ଶାମୀ ସୋସିଆଲ ମିଡ଼ିଆ ମାଧ୍ୟମରେ କିଛି ଫଟୋ ଏବଂ ଭିଡ଼ିଓ ସେୟାର କରି ସାହାଙ୍କୁ ଫେରଓ୍ବେଲ ଦେଇଛନ୍ତି । ପ୍ରକାଶ ଯେ, ସାହା ଏବଂ ଶାମୀ ବଙ୍ଗଳା ଲାଗି ଫାଷ୍ଟ କ୍ଲାସ୍ କ୍ରିକେଟ ଖେଳିବା ସମୟରେ ବହୁ ସମୟ ଏକା ସାଥିରେ ବିତାଇଛନ୍ତି ।