ଭୁବନେଶ୍ୱର ୩୦/୦୪: ଅସୁରକ୍ଷିତ ହୋଇପଡୁଛି ରାଜଧାନୀ। ସାମାନ୍ୟ ଘଟଣାକୁ ନେଇ ବୁଲିଛି ଖଣ୍ଡା। ଟିକେ ଟିକେ କଥାରେ ଯାଉଛି ଜୀବନ। ଏହାରି ଭିତରେ ଭୁବନେଶ୍ବର ଉପକଣ୍ଠ ଧଉଳି ଅଞ୍ଚଳରୁ ଆସିଛି ଅଭାବନୀୟ ଘଟଣା। ବାକି ଟଙ୍କା ମାଗିବାରୁ ଯୁବକଙ୍କ ହାତ ପାପୁଲିକୁ ଖଣ୍ଡାରେ ହାଣି ଦେଇଛନ୍ତି। ଛିଡି ପଡିଥିବା ପାପୁଲିକୁ ନେଇ କୁକୁର ଚମ୍ପଟ୍ ମାରିଛି। ଏବେ କଟା ପାପୁଲିକୁ ଖୋଜୁଛି ପୁଲିସ । ଅନ୍ୟପଟେ ଗୁରୁତର ଯୁବକଙ୍କୁ କ୍ୟାପିଟାଲରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖଣ୍ଡାରେ ଆକ୍ରମଣ କରିଥିବା ଯୁବକଙ୍କୁ ଲିଙ୍ଗରାଜ ପୁଲିସ ଅଟକ ରଖି ଛାନ୍ଭିନ୍ ଚଳାଇଛି।
ଅଧିକ ପଢ଼ନ୍ତୁ :- ଚାପୁଡ଼ା ମାରିବାରୁ ଯୁବକଙ୍କ ଛାତିରେ ଗଳିଗଲା ମାଛ କଟା ପନିକ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
ସୂଚନା ଅନୁଯାୟୀ, ଭୁବନେଶ୍ୱରର ସାମନ୍ତରାପୁର ଅଞ୍ଚଳରୁ ଆସିଛି ଏକ ଭୟଙ୍କର ଘଟଣା । ଯେଉଁଠି ପାନ ଦୋକାନରେ ବାକି ଦେବାନେବାକୁ ନେଇ ଆରମ୍ଭ ହୋଇଥିଲା ଗଣ୍ଡଗୋଳ। କପିଳେଶ୍ୱରର ଗାଁର ରାକେଶ ମଲିଆଙ୍କ ଖଣ୍ଡା ଚୋଟରେ ଧଉଳି କୁମ୍ଭାଟେଇ ଗାଁର ବିଭୁ ସାହୁ ଗୁରୁତର ହୋଇଛନ୍ତି । ଏପିରିକି ଖଣ୍ଡା ଚୋଟରେ ବିଭୁଙ୍କ ହାତ ପାପୁଲି ଛିଡ଼ିଯାଇଥିଲା । ତଳେ ପଡ଼ିଥିବା ହାତ ପାପୁଲିକୁ କୁକୁର ନେଇ ଚମ୍ପଟ ମାରିଛି ।ଏବେ କଟା ପାପୁଲିକୁ ଖୋଜୁଛି ପୁଲିସ । ବିଭିନ୍ନ ଜାଗାରେ ପୁଲିସ ପକ୍ଷରୁ ଚାଲିଛି ଅପରେସନ । ଅନ୍ୟପଟେ ରାକେଶ ମଧ୍ୟ ପ୍ରତି ଆକ୍ରମଣରେ ଆହତ ହୋଇଥିବା ସୂଚନା ମିଳିଛି।
ଉଲ୍ଲେଖ ଯୋଗ୍ୟ, ମଙ୍ଗଳବାର ରାତିରେ ସଞ୍ଜୟ କାମ ସାରି ପଟିଆରୁ ଘରକୁ ଫେରୁଥିଲେ । ବାଟରେ ପଟିଆ ଷ୍ଟେସନ ନିକଟରେ ତିନି ଜଣ କଳା ପଲସରରେ ଆସି ତାଙ୍କୁ ଅଟକାଇଥିଲେ । ସେ ଅଟକିନଥିଲେ । କାଳିଖମା ବ୍ରିଜ୍ ପାଖରେ ସଞ୍ଜୟଙ୍କ ବାଇକ୍ ଆଗରେ ପଲସର୍ ରଖି ଦେଇଥିଲେ । କହିଲେ କ’ଣ ପାଖରେ ଅଛି ଦେଇଦେ । ନହେଲେ ଯାହା ହେବ ତୁ ବୁଝିବୁ । ସଞ୍ଜୟ ଏହାକୁ ପ୍ରତିବାଦ କରିବାରୁ ଖଣ୍ଡାରେ ହାଣି ପକାଇଥିଲେ । ପରେ ଦୁବୃର୍ତ୍ତମାନେ ଆରମ୍ଭ କରିଦେଲେ ଲୁଟ୍ପାଟ୍ । ତାଙ୍କ ପାଖରୁ ଦୁଇଟି ମୋବାଇଲ ସହ ପର୍ସରେ ଥିବା ୬୧୦ ଟଙ୍କା ଛଡ଼ାଇ ନେଇଥିଲେ । ସଞ୍ଜୟ ଯେତେ ନେହୁରା ହୋଇଥିଲେ ବି ସେମାନେ ଛାଡ଼ି ନଥିଲେ । ଜୀବନ ବିକଳରେ ଜୀବନ ବଞ୍ଚାଇବାକୁ ବିଲ ଭିତରକୁ ଦୌଡ଼ି ପଳାଇଥିଲେ । ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ସେଠାରେ ପହଞ୍ଚିଥିଲା । ସଞ୍ଜୟଙ୍କୁ ଉଦ୍ଧାର କରିବା ସହ ଗାଡ଼ିକୁ ଜବତ କରିଛି । କିଏ ଓ କାହିଁକି ଆକ୍ରମଣ କରିଛି ଏନେଇ ପୁଲିସ ତଦନ୍ତ ଚଳାଇଛି । ସିସିଟିଭି ଯାଞ୍ଚ କରି ଖୋଜା ଖୋଜା ଖୋଜି ଆରମ୍ଭ କରିଛି । ଗତ ୨ ଦିନ ଭିତରେ ମଞ୍ଚେଶ୍ୱର ଥାନା ଅଞ୍ଚଳରେ ଏଭଳି ଏକାଧିକ ଘଟଣା ଘଟିଲାଣି । ସୋମବାର ବିଳମ୍ବିତ ରାତିରେ ପ୍ରେମ ବେପାରକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ୧୦ରୁ ଊଦ୍ଧ୍ୱର୍ ଦୁବୃର୍ତ୍ତ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଏପରିକି କଲୋନୀରେ ଥୁଆ ହୋଇଥିବା ଗାଡ଼ିକୁ ଭଙ୍ଗାରୁଜା କରିଥିଲେ । ଥାନାରେ ଏତଲା ହୋଇଥିଲେ ବି ପୁଲିସ ଦୁବୃର୍ତ୍ତଙ୍କୁ ଧରିପାରିନି ।