ପ୍ରମୁଖ ଖବର
  • ବିହାର ପଟଣାରେ ଭୟାବହ ଅଗ୍ନିକାଣ୍ଡ; ହୁତୁ ହୁତୁ ହୋଇ ଜଳିଲା ହୋଟେଲ, ୩ ମୃତ
  • ||
  • କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା, ଡିଭିଜନ ବେଞ୍ଚରେ ଅପିଲ କଲେ ରାଜ୍ୟ ସରକାର
  • ||
  • ପୁରୀରେ ପହଞ୍ଚିଲା ଦ୍ବିତୀୟ ପର୍ଯ୍ୟାୟ ରଥକାଠ, ସମୁଦାୟ ୨୫ ଖଣ୍ଡ କାଠ ଆସିଲା
  • ||
  • ବିଶ୍ୱ ମ୍ୟାଲେରିଆ ଦିବସ, ଏ ବର୍ଷର ଥିମ ‘ଅଧିକ ସମନ୍ୱିତ ବିଶ୍ୱ ପାଇଁ ମ୍ୟାଲେରିଆ ବିରୋଧୀ ଲଢ଼େଇକୁ ତ୍ୱରାନ୍ୱିତ କରିବା’
  • ||
  • ରବିବାର କଟକ ଆସିବେ ରାହୁଲ ଗାନ୍ଧୀ, କଂଗ୍ରେସ କର୍ମୀଙ୍କୁ ଦେବେ ବିଜୟ ମନ୍ତ୍ର
  • ||
  • IPL 2024: ଆଜି ବେଙ୍ଗାଲୁରୁକୁ ଭେଟିବ ହାଇଦ୍ରାବାଦ, ପ୍ଲେ-ଅଫ ପାଇଁ ରୟାଲ୍‌ ଚ୍ୟାଲେଞ୍ଜର୍ସର ଶେଷ ସୁଯୋଗ
  • ||
  • ଓଡ଼ିଶାର ପ୍ରଥମ ହସ୍ପିଟାଲ: ସମ୍‌ ଅଲ୍ଟିମେଟ୍‌ ମେଡିକେୟାରକୁ ଜେସିଆଇ ପ୍ରାଇମ୍‌ ସାର୍ଟିଫିକେଟ୍‌
  • ||

ସତରେ କ’ଣ ମନି ପ୍ଲାଣ୍ଟ ଗଛ ଲଗାଇଲେ ଘରେ ଝଗଡ଼ା ହୁଏ, ଜାଣନ୍ତୁ ଏହାର ସତ୍ୟତା

ଭୁବନେଶ୍ବର,୨୮ା୧: ଘରେ ମନି ପ୍ଲାଣ୍ଟ ଗଛ ଲଗାଇଲେ ସକରାତ୍ମକ ଶକ୍ତି ଆସେ, ଧନ ବଢ଼େ ବୋଲି କୁହାଯାଏ। ହଁ ଏହି କଥା ସତ। ମାତ୍ର ଏହି ମନି ପ୍ଲାଣ୍ଟ ଗଛକୁ ଯଦି ଠିକ ସ୍ଥାନରେ ନ ରଖାଯାଏ ତେବେ ଘରେ ଅଶାନ୍ତି ସୃଷ୍ଟି ହୋଇଥାଏ। ପରସ୍ପର ମଧ୍ୟରେ କଳି ଝଗଡ଼ା ଲାଗି ରହେ। ଘରେ ମନି ପ୍ଲାଣ୍ଟ ଗଛକୁ ଲଗାଇବା ପୂର୍ବରୁ କିଛି କଥା ମନେ ରଖନ୍ତୁ, କେବେ ବି ମନି ପ୍ଲାଣ୍ଟ ଗଛକୁ ବାହାରେ ଲଗାଇବେ ନାହିଁ, ଖରା ଠାରୁ ଗଛକୁ ଦୂରେଇ ରଖନ୍ତୁ, ଗଛର ପତ୍ରକୁ କେବେ ଶୁଖିବାକୁ ଦିଅନ୍ତୁ ନାହିଁ, ସବୁବେଳେ ପାଣି ଦିଅନ୍ତୁ। ଏହା କରିପାରିଲେ ଘରେ ଶାନ୍ତି ବଜାୟ ରହିବ।

{"id":1413}

ବାସ୍ତୁ ଶାସ୍ତ୍ର ଅନୁସାରେ, ମନି ପ୍ଲାଣ୍ଟକୁ କେବଳ ଦକ୍ଷିଣ ପୂର୍ବ ଦିଗରେ ରଖିବେ। ଦକ୍ଷିଣ ପୂର୍ବ ଦିଗରେ ଭଗବାନ ଗଣେଶ ବାସ କରିଥାନ୍ତି। ଫଳରେ ଏହି ସ୍ଥାନରେ ରଖିଲେ ଘରେ ସୁଖ ସମୃଦ୍ଧି ପ୍ରାପ୍ତ ହୁଏ। ଉତର ପୂର୍ବ ସ୍ଥାନରେ ରଖିଲେ ନକରାତ୍ମକ ଶକ୍ତି ଆସେ। ମନି ପ୍ଲାଣ୍ଟ ଗଛକୁ କେବେ ବି ଘର ବାହାରେ ଲଗାଇବେ ନାହିଁ। ଗଛକୁ ପତ୍ରକୁ କେବେ ବି ଶୁଖିବାକୁ ଦିଅନ୍ତୁ ନାହିଁ। ଏଥିରେ ସବୁବେଳେ ପାଣି ଦେବା ଦରକାର। ଯଦି ଗଛର ପତ୍ର ହାଲକା ହଳଦିଆ ଦେଖାଯିବ ତେବେ ଶୀଘ୍ର ବାହାର କରିଦିଅନ୍ତୁ। କୁହାଯାଏ କି, ଗଛର ପତ୍ର ସବୁବେଳେ ଉପର ମୁହାଁ ହୋଇ ବଢ଼ିବା ଦରକାର। ତଳ ମୁହାଁ ତଥା ମାଟିକୁ ଛୁଇଁବା ଭଲ ନୁହେଁ। ସେଥିପାଇଁ ଗଛକୁ ଲଗାଇବା ସମୟରେ ଏକ ବାଡ଼ି ଦେଇ ଗଛକୁ ହାଲୁକା ଭାବେ ବାନ୍ଧି ଦିଅନ୍ତୁ। ଯାହା ଦ୍ବାରା ଉପର ମୁହାଁ ହୋଇ ବଢ଼ିବ। ଧ୍ୟାନ ଦେବେ ଗଛର ପତ୍ର ଯେତେ ପରିମାଣରେ ସବୁଜ ହେବ ସେହି ପରିମାଣରେ ଧନ ବଢ଼ିବ ବୋଲି କୁହାଯାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.